କେନ୍ଦ୍ରାପଡାରେ ଅଗଷ୍ଟ ୯ କ୍ରାନ୍ତୀ ଦିବସ ପାଳିତ

କେନ୍ଦ୍ରାପଡ଼ା, (ଓ୍ବାଇଏନଏସ):ଅଗଷ୍ଟ ୯ କ୍ରାନ୍ତୀ ଦିବସ ଅବସରରେ ଗରାପୁରସ୍ଥିତ ଗାନ୍ଧୀ ପ୍ରତିମୂର୍ତ୍ତୀରେ କେନ୍ଦ୍ରାପଡା ଜିଲ୍ଲା ଗାନ୍ଧି ପଦଯାତ୍ରା ସ୍ମୃତି କମିଟି ପକ୍ଷରୁ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ପରବର୍ତ୍ତୀ ଅବସ୍ଥାରେ ତିନିମୁହାଣୀଛକସ୍ଥିତ ଗାନ୍ଧୀ ସ୍ମୃତିପୀଠରେ ସଙ୍ଗଠନ ପକ୍ଷରୁ ସମ୍ପାଦକ ରାଜେଶ ପଣ୍ଡାଙ୍କ ନେତୃତ୍ୱରେ ସ୍ୱାଧୀନତା ସଂଗ୍ରାମରେ ଗାନ୍ଧୀଙ୍କ ସହ ଥିବା ଅନ୍ୟ ସହିଦ୍‌ମାନଙ୍କୁ ମଧ୍ୟ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ସ୍ମୃତି କମିଟି ସଭାପତି ଅଧ୍ୟାପକ ଅଜୟ ସାମଲଙ୍କ ସଭାପତିତ୍ୱରେ ଅତିଥି ଓ ବକ୍ତାମାନେ ବକ୍ତବ୍ୟ ପ୍ରଦାନ କରିଥିଲେ। ସର୍ବପ୍ରଥମେ କେନ୍ଦ୍ରାପଡାର ବିଧାୟକ ଗଣେଶ୍ୱର ବେହେରା ଜାତୀୟ ପତାକା ଉତ୍ତୋଳନ କରି ସ୍ୱାଧୀନତା ସଂଗ୍ରାମରେ ଆଜି ଦିନରେ ୧୯୪୨ ମସିହାରେ ଗାନ୍ଧୀଙ୍କ କର ବା ମର ଆଦ୍ୱାନରେ ଝାସ ଦେଇଥିବା ସମସ୍ତ ଦେଶପ୍ରେମୀ ମାନଙ୍କ ତ୍ୟାଗ ଉଦ୍ଦେଶ୍ୟରେ ଉଦ୍‌ବୋଧନ ଦେଇଥିଲେ। କେନ୍ଦ୍ରାପଡା ଜିଲ୍ଲାପାଳ ରଘୁରାମ୍ ଆର୍‌. ଆୟାର୍ ଆଜି ଦିବସର ଗୁରୁତ୍ୱ ସହ ସ୍ୱାଧୀନତା ସଂଗ୍ରାମର ବଳିଦାନ ସମ୍ପର୍କରେ ଆଲୋକପାତ କରିଥିଲେ। ପୂର୍ବତନ ବିଧାୟକ ଶଶୀଭୂଷଣ ବେହେରା ଓ ଡ. ସିପ୍ରା ମଲ୍ଲିକ ସ୍ୱର୍ଗତ ବିମ୍ବାଧର ମୁଦୁଲିଙ୍କ ଦ୍ୱିତୀୟ ସ୍ମୃତି ପୁସ୍ତିକା ଉନ୍ମୋଚନ କରିବା ସହ ସ୍ୱାଧୀନତା ସଂଗ୍ରାମୀ ମାନଙ୍କ ବଳିଦାନ ଉପରେ ଆଲୋକପାତ କରିଥିଲେ। ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ନନ୍ଦ କିଶୋର ପରିଡା ବିଷଦ୍ ଭାବେ କ୍ରାନ୍ତି ଦିବସର ଐ୍ୟତିହାସିକ ପୃଷ୍ଟଭୂମି ଉପରେ ଆଲୋକପାତ କରିଥିଲେ। ଡ. ଉପେନ୍ଦ୍ର ନାଥ ପ୍ରଧାନ ଏବଂ ଡ. ଦିଲ୍ଲୀପ କୁମାର ମିଶ୍ର ଗାନ୍ଧିଙ୍କ ନିଶା ନିବାରଣ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିବା ସହ ସମବେତ ଜନତା ନିଶା ନିବାରଣ ଉପରେ କାର୍ଯ୍ୟକ୍ରମ ଗ୍ରହଣ କରିବା ଉପରେ ମତ ପ୍ରକାଶ କରିଥିଲେ। ଜିଲ୍ଲା ପରିଷଦ ସଭାନେତ୍ରୀ ଲିଲିତା ଦାସ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଦୁର୍ଗାଶିଷ ମହାନ୍ତି, ସରୋଜକାନ୍ତ ସାହୁ, ଆକବର ଅଲ୍ଲୀ, ଧୀରେନ୍ ସାହୁ, ପ୍ରଫୁଲ୍ଲ ଦାସ, ରମଣୀରଞ୍ଜନ ରାଉତରାୟ, ଆଦିକନ୍ଦ ରାଉଳ, ବିଜୟ ନାୟକ, ଅଭିମନ୍ୟୁ ରାଉତ, ନରୋତ୍ତମ ଜେନା, କାଶିନାଥ ରାଉତରାୟ, ଅବନ୍ତୀ ବେହେରା, ବିଧାନ ସାମଲ, ରଣଧୀର ଜେନା, ବିଦ୍ୟୁତ୍ ମହାପାତ୍ର, ଫକୀର ଚରଣ ଖଟୁଆ, ସ୍ମୃତିରଞ୍ଜନ ଜେନା, ବିଜୟ ପରିଡା, ମୁକ୍ତାର ଖାଁ, ଗୋଲକ ଚନ୍ଦ୍ର ମହାଭୋଇ, ଡ. ପ୍ରଭାକର ମଲ୍ଲିକ, ଦେବେନ୍ଦ୍ର ଦାସ, ଜଗତ୍‌ଜୀବନ ଦାସ, ଶାନ୍ତିଲତା ମୁଦୁଲି, ନାରାୟଣ ମୁଦୁଲି, କରୁଣାକର ସ୍ୱାଇଁ, ଭବାନୀ ଓଝା, ସେକ ଚନ୍ଦନ, ଦେବାଶିଷ କୁବେର, ପୀତବାସ ବେହେରା, ପ୍ରଦୀପ ମହାନ୍ତି, ଚିତ୍ତରଞ୍ଜନ ମଲ୍ଲିକ, ତ୍ରିଲୋଚନ ଦାସ, ଲୋପାମୁଦ୍ରା ବାରିକ, ମିନତୀ ପରିଡା, ସୁଶାନ୍ତ ଦାଶ, ଉମେଶ ଦାସ, ପ୍ରଦୀପ ନାୟକ ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ। ସଂଗଠନର କର୍ମକର୍ତ୍ତା ଗୟାଧର ଧଳ ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ