ଅବକାରୀ ସିପାହୀ ସଂଘ କର୍ମକର୍ତ୍ତା ନିର୍ବାଚନ
କଟକ, (ଓ୍ବାଇଏନଏସ): କୃଷକ ବଜାର ସ୍ଥିତ କଟକ ଜିଲ୍ଲା ଅବକାରୀ କାର୍ଯ୍ୟଳୟ ଠାରେ ଜିଲ୍ଲା ଅବକାରୀ ସିପାହୀ ସଂଘ ର ଦ୍ୱିବାର୍ଷିକ ସାଧାରଣ ସଭା ଓ କାର୍ଯ୍ୟ ନିର୍ବାହୀ ପରିଷଦ ର କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇ ଯାଇଅଛି। ଏହି ନିର୍ବାଚନ ରେ କଟକ,କେନ୍ଦ୍ରାପଡ଼ା ଏବଂ ଯାଜପୁର ଜିଲ୍ଲା ର ଅବକାରୀ ବିଭାଗ ସିପାହୀ ଭାଇ ଭଉଣୀ ମାନେ ଅଂଶ ଗ୍ରହଣ କରିଥିଲେ। ଏହି ନିର୍ବାଚନ ରେ ନିର୍ବାଚିତ ହୋଇଥିବା ପ୍ରତିନିଧି ମଣ୍ଡଳୀଙ୍କୁ ନିମ୍ନ ରେ ପ୍ରଦାନ କରାଗଲା। ୧. ସଭାପତି – ଆଶିଷ କୁମାର ପ୍ରଧାନ ( କଟକ ), ୨. ଉପ ସଭାପତି – ଶିଶିର ପ୍ରଧାନ ( ଯାଜପୁର ), ୩. ସମ୍ପାଦକ – ରମାକାନ୍ତ ରାଉତ ( କଟକ ), ୪. ଯୁଗ୍ମ ସମ୍ପାଦକ – ପ୍ରଶାନ୍ତ କୁମାର ଘଡ଼େଇ ( କେନ୍ଦ୍ରାପଡ଼ା ), ୫. କୋଷାଧ୍ୟକ୍ଷ – ରଞ୍ଜିତ୍ ମହାନ୍ତି ( କଟକ )। ଏହି ନିର୍ବାଚନ କୁ ମାନନୀୟ ଅବକାରୀ ଅଧିକ୍ଷକ,କଟକ ଙ୍କ ଦ୍ଵାରା ନିୟୋଜିତ ଅବକାରୀ ନିରୀକ୍ଷକ ଶ୍ରୀଯୁକ୍ତ କମଳ ଲୋଚନ ପାଇକରାୟ ଙ୍କୁ ନିର୍ବାଚନ ଅଧିକାରୀ ଭାବେ ଏବଂ ଅବକାରୀ ନିରୀକ୍ଷକ ଶ୍ରୀଯୁକ୍ତ ଭକ୍ତ ବତ୍ସଳ ବର୍ମା ଙ୍କୁ ନିର୍ବାଚନର ପୁଲିଙ୍ଗ ଅଧିକାରୀ ଭାବେ ନିୟୋଜିତ କରାଯାଇଥିଲା। ମୁଖ୍ୟ ନିର୍ବାଚନ ଅଧିକାରୀ ନିର୍ବାଚିତ କର୍ମକର୍ତ୍ତା ମାନଙ୍କୁ ସଂଘ ସମ୍ବିଧାନ ପ୍ରତି ବିଶ୍ୱାସ ଓ ଗୋପନୀୟତା ର ଶପଥ ପାଠ କରାଇଲେ।


