ଶ୍ରୀ ସମ୍ପଦ ବିନାୟକ ମନ୍ଦିରର ଉନ୍ନୟନ ପାଇଁ ସହଯୋଗର ହାତ ବଢ଼ାଇଲେ ସମାଜସେବୀ ଦୀପକ ମୁଦୁଲି

ଛତ୍ରପୁର, (ଓ୍ବାଇଏନଏସ): ଛତ୍ରପୁର ପୌର ପରିଷଦ ଅନ୍ତର୍ଗତ ବ୍ୟାରେକସାହିସ୍ଥିତ  ଶ୍ରୀ ସମ୍ପଦ ବିନାୟକ ମନ୍ଦିରର ଉନ୍ନୟନମୂଳକ କାର୍ଯ୍ୟ ପାଇଁ ସହଯୋଗର ହାତ ବଢ଼ାଇଛନ୍ତି ଯୁବ ସମାଜସେବୀ ଦୀପକ କୁମାର ମୁଦୁଲି। ମନ୍ଦିରର ବିଭିନ୍ନ ଉନ୍ନୟନ କାର୍ଯ୍ୟ ସମ୍ପର୍କରେ ପରିଚାଳନା କମିଟି ସହ ଆଲୋଚନା କରିବା ସହ ଆଗାମୀ ଦିନରେ ମନ୍ଦିରର ସର୍ବାଙ୍ଗୀନ ଉନ୍ନତି ପାଇଁ ନିଜର ସହଯୋଗ ଜାରି ରଖିବେ ବୋଲି ଶ୍ରୀ ମୁଦୁଲି ପ୍ରତିଶ୍ରୁତି ଦେଇଛନ୍ତି। ଏହି ଅବସରରେ ମନ୍ଦିରର ବଳକା ଥିବା ଆଜୀବନ ସଦସ୍ୟ ଦେୟ ବାବଦରେ ୧ ଲକ୍ଷ ୧୮ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଥିଲେ ଯୁବ ସମାଜସେବୀ ଦୀପକ କୁମାର ମୁଦୁଲି। ମନ୍ଦିରର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସହ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ ଆବଶ୍ୟକ ସୁବିଧା ବୃଦ୍ଧି କରିବା ଦିଗରେ ଆଗାମୀ ଦିନରେ ମଧ୍ୟ ସେ ସହଯୋଗ କରିବେ ବୋଲି କହିଥିଲେ। ଛତ୍ରପୁର ସହରରେ ଶ୍ରୀ ସମ୍ପଦ ବିନାୟକ ମନ୍ଦିର ପ୍ରତି ଭକ୍ତମାନଙ୍କର ଅଗାଢ଼ ବିଶ୍ୱାସ ରହିଛି। ବର୍ଷର ବିଭିନ୍ନ ସମୟରେ, ବିଶେଷକରି ଗଣେଶ ପୂଜା ଭଳି ପର୍ବପର୍ବାଣୀ ଅବସରରେ, ମନ୍ଦିର ପରିସରରେ ବହୁ ସଂଖ୍ୟକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ। ଭକ୍ତମାନଙ୍କ ଏହି ଆସ୍ଥା ଓ ଭକ୍ତିକୁ ଦୃଷ୍ଟିରେ ରଖି ମନ୍ଦିରର ଅଧିକ ଉନ୍ନୟନ ଓ ସୌନ୍ଦର୍ଯ୍ୟକରଣର ଆବଶ୍ୟକତା ରହିଛି ବୋଲି ଶ୍ରୀ ମୁଦୁଲି ମତ ପ୍ରକାଶ କରିଥିଲେ। କାର୍ଯ୍ୟକ୍ରମରେ ୧୧ ନମ୍ବର ୱାର୍ଡ କାଉନସିଲର ସନ୍ତୋଷୀ ସେଠୀ, ୧୦ ନମ୍ବର ୱାର୍ଡ କାଉନସିଲର ଦେବାଶିଷ ମିଶ୍ର, ମନ୍ଦିର ପରିଚାଳନା କମିଟି ସଭାପତି ବିଜୟ କୁମାର ପଣ୍ଡା, ସମ୍ପାଦକ ସନମୁଖ ପଟ୍ଟନାୟକ, କୋଷାଧ୍ୟକ୍ଷ ବିଶ୍ୱଜିତ ପଟ୍ଟନାୟକ, ଟୁଟୁ ସାହୁ, ବି. ଗୋପାଳ ସ୍ୱାମୀ, ଭି. ମଙ୍ଗେଶ୍ୱର ରାଓ, ଯୁବ ବ୍ୟବସାୟୀ ସୁକାନ୍ତ ସାହୁ,  ଅବସରପ୍ରାପ୍ତ ପିଇଓ ସୁଦର୍ଶନ ବେହେରା, ପୂର୍ବତନ ଏନ୍‌ଏସି ଉପାଧ୍ୟକ୍ଷ ପ୍ରଦୋଷ କୁମାର ବେହେରା, ଆଦିକନ୍ଦ ସାହୁ, କୃଷ୍ଣଚନ୍ଦ୍ର ସାହୁ, ବିନାୟକ ପଣ୍ଡା, ଟୁଟୁ ସେନାପତି ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି ଓଡ଼ିଶା ସାମ୍ବାଦିକ ସଂଘର ଗଞ୍ଜାମ ଜିଲ୍ଲା ସଭାପତି ପ୍ରଶାନ୍ତ କୁମାର ମହାରଣା, ଛତ୍ରପୁର ପ୍ରେସ୍ କ୍ଲବର ସଭାପତି ସରୋଜ କୁମାର ସାମଲ, ସାମ୍ବାଦିକ କେ. ସତ୍ୟନାରାୟଣ ରେଡ୍ଡୀ, ବସନ୍ତ କୁମାର ମହାରଣା, ଦିଲ୍ଲୀପ କୁମାର ସାମଲ, ସନ୍ତୋଷ କୁମାର ସାହୁ, ସୁଜୟ ସୁପ୍ରକାଶ ଧଳ, ଗୌର ପ୍ରସାଦ ମହାପାତ୍ର, ପୂଜକ ରାମଚନ୍ଦ୍ର ପଣ୍ଡାଙ୍କ ସମେତ ମନ୍ଦିର କମିଟିର ଅନ୍ୟାନ୍ୟ ସଦସ୍ୟ ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ମନ୍ଦିରର ଉନ୍ନୟନ କାର୍ଯ୍ୟରେ  ଯୁବ ସମାଜସେବୀଙ୍କ ଏଭଳି ଆର୍ଥିକ ସହଯୋଗ କୁ ମନ୍ଦିର ପରିଚାଳନା କମିଟି ଏବଂ ଉପସ୍ଥିତ ଭକ୍ତମାନେ ପ୍ରଶଂସା କରିଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ