ବିଜେପି ପକ୍ଷରୁ ସାଙ୍ଗଠନିକ ବୈଠକ

ବୁଗୁଡ଼ା (ଓ୍ବାଇଏନଏସ): ଆଗକୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଥିବା ବେଳେ ତାହାକୁ ଦୃଷ୍ଟିରେ ରଖି ବୁଗୁଡ଼ା ବ୍ଲକ ଅନ୍ତର୍ଗତ ଭାମଶ୍ଯାଳି ଗ୍ରାମରେ ବିଜେପି ପକ୍ଷରୁ ଏକ ସାଙ୍ଗଠନିକ ବୈଠକ ଭାମଶ୍ଯାଳି ପଞ୍ଚାୟତର ଗୁପ୍ତେଶ୍ୱର ଶୈବପୀଠରେ ଅନୁଷ୍ଠିତ ହୋଇଯାଇଛି। ପଞ୍ଚାୟତର ବରିଷ୍ଠ ନେତା ତଥା ସଙ୍ଗଠକ ପ୍ରଫୁଲ୍ଲ କୁମାର ଗୌଡଙ୍କ ନେତୃତ୍ବରେ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ହରିହର ପ୍ରଧାନ, ସୁରେନ୍ଦ୍ର ନାଥ ବରାଡ, ସଞ୍ଜୟ କୁମାର ବଢ଼େଇ, ଗୌତମ ବଢ଼େଇ, ନାରାୟଣ ଦାସ, ନାରାୟଣ ପୋଲାଇ, ଲଡୁ କିଶୋର ଦାସ, ନାରାୟଣ ବେହେରା, ବାଦଲ ଗୌଡ଼, ସନ୍ତୋଷ କୁମାର ଗୌଡ, ପୂର୍ଣ୍ଣଚନ୍ଦ୍ର ବିଷୋୟୀ ସମେତ ବହୁ ଆଗଧାଡିର କର୍ମକର୍ତ୍ତାମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଗତ ପଞ୍ଚାୟତର ନିର୍ବାଚନରେ ବିଜେପି ପରାଜୟର ସମ୍ମୁଖୀନ ହୋଇଥିବା ବେଳେ ଗତ ୨୦୨୪ ସାଧାରଣ ନିର୍ବାଚନରେ ବିଜେପିକୁ ଭଲ ଭୋଟ ଏହି ପଞ୍ଚାୟତରୁ ମିଳିଥିଲା। ଆଗାମୀ ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ଭାମଶ୍ଯାଳି ପଞ୍ଚାୟତରେ ସହମତି କ୍ରମେ ପ୍ରଫୁଲ୍ଲ କୁମାର ଗୌଡ ବିଜେପି ସଙ୍ଗଠନର ଦାୟିତ୍ୱ ନେଇ ବିଜେପିକୁ ତୃଣମୂଳ ସ୍ତରରୁ ଅଧିକ ସକ୍ରିୟ ଓ ସୃଦୁଢ କରିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି। ଏହି ବୈଠକରେ ନୂତନ କମିଟି ଗଠନ କରି ଲୋକଙ୍କ ପାଖରେ ପହଞ୍ଚି ଲୋକଙ୍କ ସମସ୍ୟା ଏବଂ ସରକାରଙ୍କ ଯୋଜନା ବିଷୟରେ ଲୋକଙ୍କୁ ଅବଗତ କରାଇବା ପାଇଁ  ଆଲୋଚନା ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ