ସାଇବର ସଚେତନତା କାର୍ଯ୍ୟକ୍ରମ
ହାଟଡିହି(ଓ୍ବାଇଏନଏସ): ଓରାଳି ହାଇସ୍କୁଲ ପରିସରରେ ନନ୍ଦିପଦା ପୋଲିସ ପକ୍ଷରୁ ଛାତ୍ରଛାତ୍ରୀଙ୍କୁ ନେଇ ସାଇବର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଅନଲାଇନ୍ ଠକେଇ, ନକଲି ଲିଙ୍କ୍, ଓଟିପି ଓ ବ୍ୟାଙ୍କ ତଥ୍ୟର ଦୁରୁପଯୋଗ ସମ୍ପର୍କରେ ପୋଲିସ ଛାତ୍ରଛାତ୍ରୀଙ୍କୁ ସଚେତନ କରିଥିଲେ। ସାଇବର ଅପରାଧରୁ ଦୂରେଇ ରହିବା ସହ ଅଜଣା ବ୍ୟକ୍ତିଙ୍କ ସହ ନିଜସ୍ୱ ତଥ୍ୟ ଓ ପାସୱାର୍ଡ ଶେୟାର ନକରିବାକୁ ପରାମର୍ଶ ଦିଆଯାଇଥିଲା। କାର୍ଯ୍ୟକ୍ରମରେ ନନ୍ଦିପଦା ଥାନା ଇନ୍ସପେକ୍ଟର ବଳିଆ ବାରିକ ଓ ସବଇନ୍ସପେକ୍ଟର ବିନିତା ଲାକ୍ରା, ଆମ ସମିତି ସଦସ୍ୟ ସୁଧାଂଶୁ ଦକ୍ଷିଣରାୟ, କିଶୋର ଆଚାର୍ଯ୍ୟ, ଓରାଳି ସରପଞ୍ଚ ହରିଶ୍ଚନ୍ଦ୍ର ଜେନା, ପ୍ରଧାନ ଶିକ୍ଷକ ଅନିଲ କୁମାର ସିଂ ପ୍ରମୁଖ ଯୋଗଦେଇ ସାଇବର ସୁରକ୍ଷା ସମ୍ପର୍କରେ ବୁଝାଇଥିଲେ। ମୋବାଇଲ ବ୍ୟବହାର ସମୟରେ ସତର୍କତା ଅବଲମ୍ବନ କରିବା ନିହାତି ଜରୁରୀ ବୋଲି ବୁଝାଇଥିଲେ। ଭୁଲ ବଶତଃ କୌଣସି ଠକେଇର ଶିକାର ହେଲେ ତୁରନ୍ତ ପୋଲିସରେ ଅଭିଯୋଗ କରିବାକୁ କୁହା ଯାଇଥିଲା। ଏଥିରେ ସ୍କୁଲ ପରିଚାଳନା କମିଟିର ସଭାପତି ସୀତାଂଶୁ ଦକ୍ଷିଣରାୟ, ଶିକ୍ଷୟତ୍ରୀ ଜ୍ୟୋତିର୍ମୟୀ ବେହେରା, ଜିତ ରଞ୍ଜନ ବେହେରା, ଦିବ୍ୟା ଭାରତୀ ବେହେରା, ଲିପି ପୁଷ୍ପା ମହାପାତ୍ର, ବିଦୁଲତା ଦାଶ, ମନ ମଞ୍ଜରୀ ପ୍ରଧାନ, ସଚିନଦେବ ରାଉତ, ଗଙ୍ଗାଧର ସାହୁ, ନିର୍ମଳା ଚନ୍ଦ୍ର ଜେନା ଓ ଅଜୟ କୁମାର ଦାସ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।


