ଜେଏନଭି ମାଲକାନଗିରିରେ ଉତ୍ସାହ ଓ ଉଦ୍ଦୀପନାର ସହ ସ୍ୱାଧୀନତା ଦିବସ ପାଳିତ

ମାଲକାନଗିରି,(ମନୋଜ କୁମାର ସାହା):ମାଲକାଜେଏନଭି ଜବାହର ନବୋଦୟ ବିଦ୍ୟାଳୟ–୧ ପରିସରରେ ଆଜି ୮୦ତମ ସ୍ୱାଧୀନତା ଦିବସ ଉତ୍ସାହ, ଦେଶଭକ୍ତି ଓ ଆନନ୍ଦର ପରିବେଶରେ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ TPSODLର SE ଇଞ୍ଜିନିୟର ଶ୍ରୀ ଆଶିଷ କୁମାର ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଡିଗ୍ରୀ କଲେଜର ବାଣିଜ୍ୟ ବିଭାଗର HOD ଶ୍ରୀ ରଞ୍ଜନ କୁମାର ସ୍ୱାଇଁ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ୱାଇ. ଏସ୍. ରାଓଙ୍କ ଉପସ୍ଥିତିରେ ସମସ୍ତ କାର୍ଯ୍ୟକ୍ରମ ସୁଚାରୁ ରୂପେ ସମ୍ପନ୍ନ ହୋଇଥିଲା।ଏହି ଅବସରରେ ଛାତ୍ରଛାତ୍ରୀମାନେ ଆକର୍ଷଣୀୟ ନୃତ୍ୟ, ଦେଶାତ୍ମବୋଧକ ସଙ୍ଗୀତ, ଭାଷଣ, ଯୋଗ, ତାଇକୋଣ୍ଡୋ ଏବଂ ହାଉସ୍ ପ୍ୟାରେଡ୍ ପ୍ରଦର୍ଶନ କରିଥିଲେ। ଛାତ୍ରଛାତ୍ରୀଙ୍କ ଶୃଙ୍ଖଳା, ଦକ୍ଷତା ଓ ଦେଶପ୍ରେମଭରା ପ୍ରଦର୍ଶନ ଉପସ୍ଥିତ ଅତିଥି ଓ ଅଭିଭାବକଙ୍କ ମନ ଜିଣିଥିଲା।ଏହା ପୂର୍ବରୁ ଅଗଷ୍ଟ ୧୪ ତାରିଖରେ ‘ହର ଘର ତିରଙ୍ଗା’ କାର୍ଯ୍ୟକ୍ରମ ଜେଏନଭି ମାଲକାନଗିରି ପରିସରରେ ଆୟୋଜିତ ହୋଇଥିଲା। ଏହି ଅବସରରେ ମୁଖ୍ୟ କମାଣ୍ଡୋ ଦେଶର ଜାତୀୟ ପତାକାର ମହତ୍ତ୍ୱ, ଦେଶପ୍ରେମ ଓ ନାଗରିକଙ୍କ କର୍ତ୍ତବ୍ୟ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ଉଦ୍ବୋଧନ ଦେଇଥିଲେ।ସ୍ୱାଧୀନତା ଦିବସ ଅବସରରେ ଡେପୁଟି କମାଣ୍ଡାଣ୍ଟ ଶ୍ରୀ ବି. ଏନ୍. ରାଉତ, ଶ୍ରୀ ରବି ଶଙ୍କର ମିଶ୍ର, ଡି.ସି. ଶ୍ରୀ ପବନ କୁମାର ଏବଂ ଶ୍ରୀ ସୁଦର୍ଶନ କୁମାରଙ୍କ ସହ ବିଏସ୍ଏଫ୍‌ର ଅଧିକାରୀ ଓ ଯବାନମାନଙ୍କ ଉପସ୍ଥିତି କାର୍ଯ୍ୟକ୍ରମକୁ ଅଧିକ ଗୌରବମୟ କରିଥିଲା।ଶେଷରେ ଅତିଥିମାନେ ଛାତ୍ରଛାତ୍ରୀଙ୍କ ଉତ୍କୃଷ୍ଟ ପ୍ରଦର୍ଶନର ପ୍ରଶଂସା କରିବା ସହ ଦେଶର ଏକତା, ଅଖଣ୍ଡତା ଓ ଉନ୍ନତି ପାଇଁ ଯୁବପିଢ଼ିଙ୍କୁ ଦାୟିତ୍ୱବାନ ହେବାକୁ ଆହ୍ୱାନ ଦେଇଥିଲେ। ସମଗ୍ର ବିଦ୍ୟାଳୟ ପରିସର ‘ଭାରତ ମାତା କି ଜୟ’ ଓ ଦେଶଭକ୍ତିର ନାରାରେ ମୁଖରିତ ହୋଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ