ଘଡ଼େଇ ଆବାସିକ କଲେଜ ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ମାଲକାନଗିରି,(ମନୋଜ କୁମାର ସାହା): ମାଲକାନଗିର ସଦର ଘଡ଼େଇ ଆବାସିକ ମହାବିଦ୍ୟାଳୟ ପରିସରରେ ସ୍ୱାମୀ ବିବେକାନନ୍ଦ ଲୋକ ସଂସଦ , ମାଲକାନଗିରିଙ୍କ ମିଳିତ ସହଯୋଗରେ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରବି ଶଙ୍କର ମିଶ୍ର,ଡେପୁଟି କମାଣ୍ଡାଣ୍ଟ, ସୀମା ସୁରକ୍ଷାବଳ,ମାଲକାନଗିରି ଯୋଗଦେଇ ଥିବା ବେଳେ ସ୍ୱାମୀ ବିବେକାନନ୍ଦ ଲୋକ ସଂସଦର ଜିଲ୍ଲା ସଭାପତି ତଥା ମାଲକାନଗିରି ମହାବିଦ୍ୟାଳୟର ବାଣିଜ୍ୟ ବିଭାଗର ଅଧ୍ୟାପକ ଡଃ ରଞ୍ଜନ କୁମାର ସ୍ୱାଇଁ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ପରିବେଶ ସୁରକ୍ଷା ନିମନ୍ତେ ବୃକ୍ଷରୋପଣର ଆବଶ୍ୟକତା ବିଷୟରେ ସଚେତନ କରିଥିଲେ।ଘଡ଼େଇ ଆବାସିକ ମହାବିଦ୍ୟାଳୟର ସଂସ୍ଥାପକ ତଥା ପରିଚାଳକ ନିର୍ଦ୍ଦେଶକ ଡଃ ସୁରେଶ ଚନ୍ଦ୍ର ଘଡ଼ାଇ , ଯୁକ୍ତତିନ ଅଧ୍ୟକ୍ଷ ସୁଧାକର ପଟ୍ଟନାୟକ,ଯୁକ୍ତ ଦୁଇର ଅଧ୍ୟକ୍ଷ ପ୍ରିୟବ୍ରତ ସାମଲ ପ୍ରମୁଖ ଯୋଗଦାନ କରି ମହା ବିଦ୍ୟାଳୟ ପରିସରରେ ଚାରା ରୋପଣ କରିବା ପରେ ମହାବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀଗଣ ବିଭିନ୍ନ ପ୍ରକାରର ଚାରା ରୋପଣ କରିଥିଲେ।ଉକ୍ତ କାର୍ଯ୍ୟକ୍ରମ ରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀଗଣ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ ରୂପାୟନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ