ପଠାଣୀ ସାମନ୍ତ ଗଣିତ ମେଧାବୃତ୍ତି ପରୀକ୍ଷାରେ ଜନ୍ମେଜୟଙ୍କ ସଫଳତା
ଆସିକା (ୱାଇଏନ୍ଏସ୍): ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦର ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ୨୦୨୩-୨୪ ଶିକ୍ଷାବର୍ଷରେ ଅନୁଷ୍ଟିତ ହୋଇଥିବା ନବମ ଶ୍ରେଣୀ(ଷ୍ଟେଜ୍-୨) ପଠାଣୀ ସାମନ୍ତ ଗଣିତ ମେଧାବୃତ୍ତି ପରୀକ୍ଷା ଫଳ ଶିକ୍ଷାବିଭାଗ ପକ୍ଷରୁ ପ୍ରକାଶ ପାଇସାରିଛି। ଆସିକା ଅଞ୍ଚଳର ଅନ୍ୟତମ ପ୍ରମୁଖ ବେସରକାରୀ ଘରୋଇ ଶିକ୍ଷାନୁଷ୍ଠାନ ସରସ୍ୱତୀ ବିଦ୍ୟାମନ୍ଦିରର ପ୍ରାକ୍ତନ ମେଧାବୀ ଛାତ୍ର ଜନ୍ମେଜୟ ମିଶ୍ର ଏହି ପଠାଣୀ ସାମନ୍ତ ନବମ ଶ୍ରେଣୀ ଗଣିତ ମେଧାବୃତ୍ତି (ଷ୍ଟେଜ୍-୨) ପରୀକ୍ଷାରେ ଉଲ୍ଲେଖନୀୟ ସଫଳତା ହାସଲ କରି ଆସିକା ବ୍ଳକସ୍ତରରେ ଟପ୍ପର ହୋଇ ଏହି ପୁରାତନ ଶିକ୍ଷାନୁଷ୍ଟାନର ଗୌରବକୁ ଅକ୍ଷୁର୍ଣ୍ଣ ରଖିବାରେ ସକ୍ଷମ ହୋଇପାରିଥିବା ଲକ୍ଷ୍ୟ କରାଯାଇଛି। ନବମ ଶ୍ରେଣୀ ପଠାଣୀ ସାମନ୍ତ ଗଣିତ ମେଧାବୃତ୍ତି ପରୀକ୍ଷା (ଷ୍ଟେଜ୍-୨) ରେ ସଫଳତା ପାଇଥିବା ମେଧାବୀ ଛାତ୍ର ଜନ୍ମେଜୟ ମିଶ୍ର ହେଉଛନ୍ତି ଆସିକା ପିଏମ୍ଶ୍ରୀ ହରିହର ହାଇସ୍କୁଲର ସଂସ୍କୃତ ଶିତ୍ରୟିତ୍ରୀ ଶ୍ରୀମତୀ ରଶ୍ମିତା କୁମାରୀ ମିଶ୍ର ଓ ବରିଷ୍ଠ ଆଇନଜୀବୀ ଅଶୋକ କୁମାର ମିଶ୍ରଙ୍କ ସୁପୁତ୍ର ସାଙ୍ଗକୁ ସ୍ଥାନୀୟ ମେକ୍ ମାଇକେଲ୍ ସଂସ୍କୃତ ଟୋଲ୍ର ପ୍ରାକ୍ତନ ହେଡ୍ପଣ୍ଡିତ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ ସ୍ୱର୍ଗତ ଡଃ କୈଳାଶ ଚନ୍ଦ୍ର ମିଶ୍ରଙ୍କ ନାତି ବୋଲି ଜଣାପଡିଛି। ନବମ ଶ୍ରେଣୀ ପଠାଣୀ ସମନ୍ତ ଗଣିତ ମେଧାବୃତ୍ତି ପରୀକ୍ଷାରେ ସଫଳତା ପାଇ ଆସିକା ବ୍ଳକସ୍ତରରେ ଟପ୍ପର ହୋଇଥିବା ଆସିକା ପୌର ପରିଷଦ ଅଧୀନସ୍ଥ ହରିହର ନଗର (କୁମ୍ଭାର ସାହି)ର ବାସିନ୍ଦା ମେଧାବୀ ଛାତ୍ରୀ ଜନ୍ମେଜୟ ମିଶ୍ର ନିଜର ଏହି ସଫଳତାର ଶ୍ରେୟ ବିଦ୍ୟାଳୟର ନିଜର ପିତା ଆଇନଜୀବୀ ଅଶୋକ କୁମାର ମିଶ୍ର ଓ ମାତା ଶିକ୍ଷୟିତ୍ରୀ ରଶ୍ମିତା କୁମାରୀ ମିଶ୍ରଙ୍କ ସମେତ ସମସ୍ତ ଶୁଭେଚ୍ଛୁଙ୍କୁ ପ୍ରଦାନ କରିଥିବା ଜଣାପଡିଛି। ନବମ ଶ୍ରେଣୀ ପଠାଣୀ ସାମନ୍ତ ଗଣିତ ମେଧାବୃତ୍ତି ପରୀକ୍ଷାରେ ସଫଳତା ପାଇ ଆସିକା ବ୍ଳକସ୍ତରରେ ଟପ୍ପର ହୋଇଥିବା ମେଧାବୀ ଛାତ୍ର ଜନ୍ମେଜୟ ମିଶ୍ରଙ୍କୁ ଏହି ସଫଳତା ପାଇଁ ବରିଷ୍ଠ ଆଇନଜୀବୀ ସୁରେନ୍ଦ୍ରନାଥ ପଣ୍ଡା, ଦେବଭୂମୀ ପିଏମ୍ଶ୍ରୀ ନୋଡାଲ୍ ହାଇସ୍କୁଲର ପ୍ରଧାନଶିକ୍ଷକ ସୁଶାନ୍ତ କୁମାର ପଣ୍ଡା, ବରଗାଁ ୟୁଜି ହାଇସ୍କୁଲର ପ୍ରଧାନଶିକ୍ଷୟିତ୍ରୀ ସ୍ନେହଲତା ଆଚାର୍ଯ୍ୟଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇ ଉଜ୍ଜଳ ଭବିଷ୍ୟତ କାମନା କରିଥିବା ଲକ୍ଷ୍ୟ କରାଯାଇଥିଲା । ଆସିକା ସହରର ହରିହର ନଗରର ମେଧାବୀ ଛାତ୍ରୀ ଜନ୍ମେଜୟ ମିଶ୍ର ପିଲାଟି ଦିନରୁ ପାଠପଢା ପ୍ରତି ଅଧିକ ଆଗ୍ରହ ରଖିବା ସାଙ୍ଗକୁ ଅତୀତରେ ତୃତୀୟ ଓ ପଞ୍ଚମ ଶ୍ରେଣୀ ମେଧାବୃତ୍ତି ପରୀକ୍ଷା ଠାରୁ ଆରମ୍ଭ କରି ଷଷ୍ଠ ଶ୍ରେଣୀରେ ପଠାଣୀ ସାମନ୍ତ ମେଧାବୀବୃତ୍ତି ପରୀକ୍ଷା, ଏନ୍ଆର୍ଟିଏସ୍ ପରୀକ୍ଷା, ଦୀନଦୟାଲ୍ ସ୍ପର୍ଶ ଯୋଜନା ପରୀକ୍ଷାରେ କୃôତିତ୍ୱ ହାସଲ କରି ଶିକ୍ଷା କ୍ଷେତ୍ରରେ ପାରଦର୍ଶିତା ପ୍ରଦର୍ଶନ କରି ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିବା ନଜିର୍ ରହିଛି ।


