ସ୍ନେହର ବନ୍ଧନ ରାକ୍ଷୀପୂର୍ଣ୍ଣିମା ପାଇଁ ଆସିକା ଚଳଚଞ୍ଚଳ

ଆସିକା (ୱାଇଏନ୍‍ଏସ୍‍) : ଆଗକୁ ଆସୁଛି ରାକ୍ଷୀପୂର୍ଣ୍ଣିମା । ଏବେଠୁ ଆରମ୍ଭ ହୋଇଗଲାଣି ପ୍ରସ୍ତୁତି । ରାକ୍ଷୀ ପୂର୍ଣ୍ଣିମା ପାଇଁ ବଜାରରେ ଖୋଲିଗଲାଣି ଦୋକାନ । ଭଳିକି ଭଳି ରାକ୍ଷୀ ବିକ୍ରୀ ହେଉଛି । ଘରେ ଭାଇହାତରେ ଭଉଣୀ ରାକ୍ଷୀ ବାନ୍ଧିଥାଏ । ଭାଇ ଦୂରରେ ଥିଲେ ଭଉଣୀ ଡାକ କିମ୍ବା କୋରିୟର୍‌ରେ ରାକ୍ଷୀ ପଠାଇ ଥାଏ । ଭାଇ ଭଉଣୀର ସଂପର୍କର ମହତ୍ୱକୁ ଦର୍ଶାଉଥିବା ଏହି ଦିନଟିକୁ ଚାହଁ ବସିଥାନ୍ତି ଭାଇ ଭଉଣୀ । ଭଉଣୀ-ଭାଇଙ୍କ ପବିତ୍ର ସଂପର୍କକୁ ଅଧିକ ସୁଦୃଢ କରିଥାଏ ରାକ୍ଷୀ । ଭଉଣୀର ହାତରୁ ରାକ୍ଷୀ ବାନ୍ଧିି ଆଜୀବନ ସୁରକ୍ଷା ଦେବା ପାଇଁ ପ୍ରତିଶ୍ରୁତି ଦେଇଥାଏ ଭାଇ । ଆସନ୍ତା ୨୭ ତାରିଖ ଗୁରବାର ପାଳିତ ହେବ ପବିତ୍ର ରାକ୍ଷୀ ପୂର୍ଣ୍ଣିମା । ଭାଇ ଭଉଣୀର ସଂପର୍କର ପର୍ବ ରକ୍ଷା ବନ୍ଧନ । ଭାଇ ପାଇଁ ମନପସନ୍ଦର ରାକ୍ଷୀ କିଣିବାକୁ ବର୍ଷର ଏହି ଦିନଟିକୁ ଅପେକ୍ଷା କରିଥାଏ ଭଉଣୀ । ହିନ୍ଦୁ ଶାସ୍ତ୍ରରେ ଏହି ରାକ୍ଷୀପୂର୍ଣ୍ଣିମା ଦିବସଟି ବହୁ ଗୁରୁତ୍ୱପୁର୍ଣ୍ଣ । ଉତ୍କଳୀୟ ସଂସ୍କୃତିରେ ଏହା ଏକ ମହାନ୍ ପର୍ବ । ଶ୍ରାବଣ ପୂର୍ଣ୍ଣିମା ପ୍ରଭୁ ବଳଦେବ ଜୀଉଙ୍କର ଜନ୍ମଦିନରେ ପାଳନ ହେଉଥିବା ରକ୍ଷାବନ୍ଧନ ଭାଇ-ଭଉଣୀଙ୍କ ମଧ୍ୟରେ ସ୍ନେହର ଆଦାନ ପ୍ରଦାନର ମୁଖ୍ୟପର୍ବ ଅଟେ । ରାକ୍ଷୀପୂର୍ଣ୍ଣିମା ଦିନ ଭଉଣୀମାନେ ସ୍ନାନ ସାରିବା ପରେ ପୂଜାଥାଳି ପ୍ରସ୍ତୁତ କରିଥାନ୍ତି । ଥାଳିରେ ଚନ୍ଦନ, ହଳଦୀ, ଦୀପ, ଅରୁଆ ଚାଉଳ ଓ କିଛିମିଠା ରଖାଯାଇଥାଏ । ଭାଇମାନେ ଅପେକ୍ଷା କରିଥାନ୍ତି କେତେବେଳେ ନିଜ ସୁନାଭଉଣୀ ଆସି ହାତରେ ରାକ୍ଷୀ ବାନ୍ଧିବେ । ରାକ୍ଷୀବାନ୍ଧି ଭଉଣୀ ଭାଇର ଶୁଭମନାସୀ ଦିର୍ଘାୟୁ କାମନା କରିଥାଏ । ଭାଇନିଜ ଭଉଣୀର ସୁଖଦୁଃଖରେ ସହଭାଗୀ ହେବା ପାଇଁ ଏହି ପବିତ୍ର ଦିବସରେ ପ୍ରତିଶୃତି ଦେଇଥାଏ । ଭାଇହାତରେ ରାକ୍ଷୀବାନ୍ଧିବା ପାଇଁ ଅଲିଅଳି ଭଉଣୀଟି ଅପେକ୍ଷାକରି ରହିଥାଏ । ଭାଇ-ଭଉଣୀର ପବିତ୍ର ବନ୍ଧନର ପର୍ବ ହେଉଛି ରକ୍ଷାବନ୍ଧନ । ଏହି ପର୍ବରେ ଭଉଣୀ ତାହାର ସମସ୍ତ ସ୍ନେହ ଶ୍ରଦ୍ଧା ଦେଇ ଭାଇହାତରେ ରାକ୍ଷୀ ବାନ୍ଧିଥାଏ । ଆସନ୍ତା ୨୭ ତାରିଖ ଗୁରବାର ଦିନ ସହର ଠାରୁ ଆରମ୍ଭକରି ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ସବୁଠି ଆନନ୍ଦ ଉଲ୍ଲାସର ସହ ପାଳିତ ହେବ ପବିତ୍ର ରକ୍ଷାବନ୍ଧନ ଉତ୍ସବ । ଭାଇହାତରେ ରାକ୍ଷୀ ବାନ୍ଧିବା ପାଇଁ ପ୍ରସ୍ତୁତି ଚଳାଇଛି ଭଉଣୀ । ଆସିକା ସହରର ବିଭିନ୍ନ ସ୍ଥାନରେ ଖୋଲିଛି ସିଜିନାଲ୍ ଷ୍ଟୋର୍ ବା ଅସ୍ଥାୟୀ ରାକ୍ଷୀ ଦୋକାନ । ରକ୍ଷାବନ୍ଧନ ଉତ୍ସବକୁ ନେଇ ଆସିକାର ବିଭିନ୍ନ ସାହିବସ୍ତି ଚଳଚଞ୍ଚଳ ହୋଇ ପଡିଥିଲା ବେଳେ ଭାଇ-ଭଉଣୀର ସମ୍ପର୍କକୁ ନିବିଡ କରୁଥିବା ରାଖିର ବ୍ୟବସାୟ ଜୋର୍ ଧରିଥିବା ଲକ୍ଷ୍ୟ କରାଯାଇଛି । ପବିତ୍ର ରାକ୍ଷୀ ପୂଣ୍ଣିମାରେ ଭଉଣୀଟି ଭାଇ ହାତରେ ସ୍ନେହର ଡୋରି ବାନ୍ଧିଥାଏ । ଭଉଣୀ ନିଜ ଭାଇର ହାତରେ ରାକ୍ଷୀ ବାନ୍ଧି ନିଜ ଭାଇ ପ୍ରତି ଥିବା ସ୍ନେହ ଓ ମମତାକୁ ଦର୍ଶାଇଥିଲା ବେଳେ ଭାଇ ମଧ୍ୟ ସାରା ଜୀବନ ନିଜ ଭଉଣୀକୁ ସୁରକ୍ଷା ଦେବା ପାଇଁ ପ୍ରତିଶୃତି ଦେଇଥାଏ । ଓଡିଶାରେ ବାର ମାସରେ ତେର ପର୍ବ ପାଳିତ ହେଉଥିଲା ବେଳେ ସେଥିମଧ୍ୟରୁ ରାକ୍ଷୀ ପୂଣ୍ଣିମା ଅନ୍ୟତମ । ପ୍ରତିବର୍ଷ ଶ୍ରାବଣ ମାସ ପୂଣ୍ଣିମା ତିଥୀରେ ଏହି ପର୍ବ ପାଳନ କରାଯାଇଥାଏ । ରାକ୍ଷୀ ଶକ୍ତି, ବିଶ୍ୱାସ ଓ ବିଜୟର ପ୍ରତୀକ ବୋଲି ମଧ୍ୟ କେତେକ ମହଲରେ କୁହାଯାଇଥାଏ । ସେମାନେ ଯାହା କୁହନ୍ତି:- (୧) ନନ୍ଦିତା ଦାଶ, (ଆର୍ବନ୍‍ ବ୍ୟାଙ୍କ ରୋଡ, ଆସିକା) – ରକ୍ଷାବନ୍ଧନ ଓଡ଼ିଆ ସଂସ୍କୃତିର ଏକ ମହାନ୍‌ପର୍ବ, ଭାଇଟିଏ ଥିଲେ ରାକ୍ଷୀବାନ୍ଧି ତାର ଶୁଭ ମନାସିବା ସହ ସାରା ଜୀବନ ତାଠାରୁ ସୁରକ୍ଷା ଓ ଦାୟିତ୍ୱବୋଧ ଆଶା କରିବାର ଏହି ପରମ୍ପରା ପ୍ରତିଟି ଓଡ଼ିଆଙ୍କୁ ମହାନ କରିଛି । ସାରାଜୀବନ ଭାଇମାନଙ୍କ ପାଇଁ ଶୁଭମନାସି ରକ୍ଷାବନ୍ଧନ ଆସିଲେ ଏମିତି ରାକ୍ଷୀ ବାନ୍ଧୁଥିବି । (୨) ସ୍ନିଗ୍ଧା ସେନାପତି (ହାଟପଦା, ଆସିକା) – ଭାଇ-ଭଉଣୀର ସ୍ନେହର ପ୍ରତୀକ ଏହି ପର୍ବକୁ ସମସ୍ତେ ଉତ୍ସାହର ସହ ପାଳନ କରିଥାନ୍ତି । ଭାଇ ଦୀର୍ଘାୟୁ ହେଉ, ତାକୁ ଭଗବାନ ସର୍ବଦା ଭଲରେ ରଖନ୍ତୁ ଏହାହିଁ ଏହି ପବିତ୍ର ଦିବସରେ କାମନା କରୁଛି । (୩) ଲିପ୍‌ସିତା ଦାଶ, ଆର୍ବନ ବ୍ୟାଙ୍କ ରୋଡ୍‌, ଆସିକା – ଭାଇଭଉଣୀର ପବିତ୍ର ସମ୍ପର୍କକୁ ନିବିଡ କରିଥାଏ ଗୋଟିଏ ରେଶମ ଡୋରି, ଭାଇର ମଙ୍ଗଳ କାମନା କରି ମୁଁ ପ୍ରତିବର୍ଷ ରକ୍ଷାବନ୍ଧନ ଉତ୍ସବ ପାଳନ କରୁଥିବି । (୪) ଚନ୍ଦନା ଦାଶ (ନିରଞ୍ଜନ ନଗର, ଆସିକା) – ଜୀବନର ଶେଷ ସମୟ ପର୍ଯ୍ୟନ୍ତ ଭାଇର ଶୁଭମନାସୀ ରାକ୍ଷୀ ବାନ୍ଧୁଥିବି । (୫) ରଶ୍ମିତା ପାଳ (ସୁନାମ୍ବ ରଥଦାଣ୍ଡ ସାହି, ଆସିକା, ଗଂଜାମ)-ଜୀବନରେ ବଂଚିଥିବା ପର୍ଯ୍ୟନ୍ତ ଭାଇ ହାତରେ ରାକ୍ଷୀ ବାନ୍ଧି ତାର ଶୁଭ ଓ ମଙ୍ଗଳ କାମନା କରୁଥିବି । (୬) ଶ୍ରୀମତୀ ସ୍ୱପ୍ନା ମିଶ୍ର (ଲାଲାଶାସନ, ଆସିକା, ଗଞ୍ଜାମ) ଜୀବନର ଶେଷ ସମୟ ପର୍ଯ୍ୟନ୍ତ ମୋ ଭାଇମାନଙ୍କ ଶୁଭ ମନାସିବା ସହ ସେମାନଙ୍କ ମଙ୍ଗଳ, ନିରାମୟ ଓ ଦୀର୍ଘାୟୁ କାମନା କରି ପ୍ରତ୍ୟେକ ବର୍ଷ ରକ୍ଷାବନ୍ଧନ ଉତ୍ସବରେ ରାକ୍ଷୀ ବାନ୍ଧିଆସୁଥିବି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ