ସ୍ୱେଚ୍ଛାକୃତ ରକ୍ତଦାନ ଶିବିର : ୯୧ ୟୁନିଟ୍ ରକ୍ତ ସଂଗୃହୀତ

ବୁଗୁଡ଼ା,(ଅନୀଲ କୁମାର ମହାରଣା) : ଫେଡେରେସନ୍ ଅଫ୍ ବ୍ଲଡ୍ ଡୋନର୍ ଅର୍ଗାନାଇଜେସନ୍ ଅଫ୍ ଓଡ଼ିଶା (ଓଡ଼ିଶା ରକ୍ତଦାତା ମହାସଂଘ) ଆନୁକୂଲ୍ୟରେ ଆସେଞ୍ଜର (Asenjar) କମ୍ପାନୀ ଆନୁକୂଲ୍ୟରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରକୁ କମ୍ପାନୀର ଏଚ୍.ଆର୍. ପ୍ରିୟବ୍ରତ ମହାନ୍ତି, ଯୋଜନ ମହାନ୍ତି ଓ ମିହିର ଦାସ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ। ଏଥିସହ ମହାସଂଘର ସଭାପତି ଅକ୍ଷୟ କୁମାର ରାଉତ, ସମ୍ପାଦକ  ତ୍ରିଲୋଚନ ଦାସ ଓ ଅନ୍ୟାନ୍ୟ କର୍ମକର୍ତ୍ତା ବୃନ୍ଦ ଉପସ୍ଥିତ ରହି ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ। ଭୁବନେଶ୍ୱର ରେଡକ୍ରସ୍ ରକ୍ତଭଣ୍ଡାରର ଡାକ୍ତରୀ ଦଳ ଏବଂ କର୍ମଚାରୀଙ୍କ ପ୍ରତ୍ୟକ୍ଷ ସହଯୋଗରେ ସମୁଦାୟ ୯୧ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲ। ରେଡକ୍ରସ୍ ରକ୍ତଭଣ୍ଡାରର ଡାକ୍ତର ପ୍ରସାଦ ଦାସଙ୍କ ସୂଚନା ପ୍ରକାରେ, ବର୍ତ୍ତମାନର ବର୍ଷାଦିନିଆ ପରିସ୍ଥିତି ଯୋଗୁଁ ରକ୍ତଭଣ୍ଡାର ଗୁଡ଼ିକରେ ରକ୍ତର ଘୋର ଅଭାବ ଦେଖାଦେଇଛି। ଏଭଳି ସମୟରେ ଯୁବପିଢ଼ି ଏବଂ ସଂଗଠନର କର୍ମକର୍ତ୍ତା ବୃନ୍ଦ ଆଗେଇ ଆସି ରକ୍ତଦାନ ଶିବିର କରିବା ଏକ ପ୍ରଶଂସନୀୟ ପଦକ୍ଷେପ। ଜରୁରୀକାଳୀନ ପରିସ୍ଥିତିରେ ଆବଶ୍ୟକ କରୁଥିବା ରୋଗୀଙ୍କୁ ସାହାଯ୍ୟ କରିବା ପାଇଁ ଅକ୍ଷୟ ରାଉତଙ୍କ ନେତୃତ୍ୱରେ ସମାଜସେବୀ ଓ ମହାସଂଘର ଏହି ମହତ୍ ପ୍ରଚେଷ୍ଟା ଅତ୍ୟନ୍ତ ସ୍ୱାଗତଯୋଗ୍ୟ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ