ଧର୍ମ ପରାୟଣ ବ୍ୟକ୍ତିଙ୍କ ପରଲୋକ
ହାଟଡିହି (ଓ୍ବାଇଏନଏସ): ହାଟଡିହି ବ୍ଲକ ବାଲିବରେଇ ପଞ୍ଚାୟତ ଠାକୁର ପାଟଣା ଗ୍ରାମର ପୂର୍ବତନ ସରପଞ୍ଚ ଚିନ୍ତାମଣି ପାତ୍ର ଓ ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ଶତ୍ରୁଘ୍ନ ପାତ୍ରଙ୍କ ବଡ଼ଭାଇ ଧୁଶାସନ ପାତ୍ରଙ୍କ ୭୫ ବର୍ଷ ବୟସରେ ପରଲୋକ ହୋଇ ଯାଇଛି। ସେ ଜଣେ ଧର୍ମ ପରାୟଣ ବ୍ୟକ୍ତି ଭାବେ ସମଗ୍ର ଅଞ୍ଚଳରେ ପରିଚିତ ଥିଲେ। ଗତ କିଛିବର୍ଷ ଧରି ଅସୁସ୍ଥ ହୋଇ ଚିକିତ୍ସାଧିନ ଥିଲେ। ତାଙ୍କ ପରଲୋକ ଖବର ପାଇ ଜିଲ୍ଲାପରିଷଦ ଉପାଧ୍ୟକ୍ଷ ସୋମନାଥ ଦାସ, ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ନରେନ୍ଦ୍ର ନାୟକ, ବିଶ୍ୱନାଥ ରାଉତ, ବିଶ୍ୱନାଥ ବେହେରା, ଦୀପକ ମହାନ୍ତି, ଅନନ୍ତ ଆୟଚ, ରବୀନ୍ଦ୍ର ଲେଙ୍କା, ଚିନ୍ତାମଣି ମହାନ୍ତି, ହୃଷିକେଶ ମହାନ୍ତି, ଗୋପାଳ ପଟ୍ଟନାୟକ, ବସନ୍ତ ରାଉତଙ୍କ ସମେତ ଅନେକ ମାନ୍ୟ ଗଣ୍ୟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚି ମରଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରି ଶେଷ ଦର୍ଶନ କରିଥିଲେ। ପରେ ତାଙ୍କ ମରଶରୀରକୁ ଗ୍ରାମ ପରିକ୍ରମା କରାଇବା ପରେ ସାଳନ୍ଦୀ ନଦୀ କୂଳରେ ଶେଷକୃତ୍ୟ ସମ୍ପର୍ଣ୍ଣ କରିଥିଲେ। ଏକମାତ୍ର ପୁଅ ଉମେଶ ପାତ୍ର ମୁଖାଗ୍ନି ଦେଇଥିଲେ।


