ନବୀସାହେବ ପୀରବାବା ଜଗତିଠାରେ ଜସ୍ନେ ଇଦ୍ ମିଲାଦୁନ ନବୀ ପାଳନ
ଧାମନଗର(ଓ୍ବାଇଏନଏସ) ଧାମନଗର ଏନ ଏ ସି ଅନ୍ତର୍ଗତ ୮ନମ୍ବର ୱାର୍ଡ ଅଧିନ ନବୀସାହେବ ପୀରବାବା ଜଗତି ଠାରେ୧୫୦୧ତମ ଜନ୍ମ ଦିବସ ତଥା ଜସ୍ନେ ଇଦ୍ ମିଲାଦୁନ ନବୀ (ସ.ଅ.ସ)-୨୦୨୬ ପାଳନ ଓ ତବୃକାତ୍ ଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବୁଧବାର ଭୋର ଜଗତି କଦମରସୁଲ କମିଟି ସଭାପତି ତଥା ଦର୍ଘା ସରିଫ୍ ମତ୍ୱଲ୍ଲୀ ମୌଲାନା ମହମ୍ମଦ ହମ୍ମାଦ୍ ହବିବ ଯୋଗ ଦେଇ ମହମ୍ମଦଙ୍କ ପାଦଚିହ୍ନ ସହ ବ୍ୟବହାର ହୋଇଥିବା ବିଭିନ୍ନ ତବୃକାତ ଗୁଡିକୁ ଗୋଲାପ ଜଳ ଓ ଚନ୍ଦନରେ ଗୌସଲ (ସାନ୍ନ) କରିଥିଲେ। ମୌଲବି ଓ ମୌଲାନାଙ୍କ ଦ୍ୱାରା କୋରାନ ଖାନି,ଫାତେହା ପରେ ଭକ୍ତ ଓ ଶ୍ରଦ୍ଧାଳୁ ମାନେ ଚାଦର ଚଢାଇ ପୁଷ୍ପମାଲ୍ୟ ଅର୍ପଣ ସହ ତବୃକାତ ଦର୍ଶନ ଆରମ୍ଭ ହୋଇଥିଲା। ଏହି ଅବସରରେ ବିଭିନ୍ନ ଅଞ୍ଚଳରୁ ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁ ଜଗତି କଦମରସୁଲ ଠାରେ ପହଞ୍ଚି ଥିଲେ। ସେଠାରେ ପ୍ରଥମେ ସକାଳ ୫ଟାରୁ ଗୋଟିଏ ଯାଏ ପୁରୁଷ ମାନଙ୍କ ଦର୍ଶନ କରିଥିବା ବେଳେ ମହିଳା ମାନେ ଦିନ ଗୋଟିଏ ଠାରୁ ସଜ ୭ଟା ପର୍ଯ୍ୟନ୍ତ ତବୃକାତ ଦର୍ଶନ କରିଥିଲେ।କମିଟି ତରଫରୁ ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କୁ (ଲଙ୍ଗର)ଭୋଗ ବଣ୍ଟନ କରାଯାଇଥିଲା। ଏହି ଅବସରରେ ବିଭିନ୍ନ ଦଳର ରାଜନେତା ଜଗତି କଦମରସୁଲ ଠାରେ ପହଞ୍ଚି ଦର୍ଶନ କରି ଆଶୀର୍ବାଦ ଗ୍ରହଣ କରିଛନ୍ତି। ମଙ୍ଗଳବାର ରାତିରେ କଦମରସୁଲ ଠାରେ ସାଏର ଓ କବି ମାନଙ୍କ ଦ୍ୱାରା ଜଲସା କାର୍ଯ୍ୟକ୍ରମରେ ନାତିୟା ମୋକାବଲ୍ଲା ତଥା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଉକ୍ତ ପ୍ରତିଯୋଗୀ ମାନଙ୍କୁ କମିଟି ପକ୍ଷରୁ ମୁଖ୍ୟ ଅତିଥି ଭାବେ ମତ୍ୱଲ୍ଲୀ ବାବା ଏବଂ ସମ୍ପାଦକ ଉପସ୍ଥିତ ରହି ପ୍ରମାଣପତ୍ର ସହ ପୁରସ୍କୃତ କରିଥିଲେ। ସେହିପରି ଦର୍ଘା କମିଟି ପକ୍ଷରୁ ସମସ୍ତ ଅତିଥି ମାନଙ୍କୁ ଉପଢୌକନ ପ୍ରଦାନ କରି ସମ୍ମାନିତ କରାଯାଇଥିଲା। ସମ୍ପାଦକ ସେକ ସୈଫୁଦ୍ଦିନ (ସୁନିଲ),ଉପସଭାପତି ମହମ୍ମଦ ଅରହମ ହବିବ,କୋଷାଧ୍ୟକ୍ଷ ସେକ ଅବଦୁଲ୍ଲା,ସଦସ୍ୟ ସେକ ମୁସରଫ,ସେକ ତାରିକ୍ ଆନୁଓର,(ମାମା) ମୌଲାନା ସେକ ଆମଜଦ,ସେକ କମରୁଦ୍ଦିନ,ସେକ ମୋହିଉଦ୍ଦିନ,ସେକ ତାଜୁଦ୍ଧିନ,ସେକ ଉସମାନ,ଅବଦୁଲ କଲାମ,ସେକ ଜମାଲ ଓ ଅନ୍ୟ କର୍ମକର୍ତ୍ତା ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଧାମନଗର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଇଥିଲା। ଶାନ୍ତି ଶୃଙ୍ଖଳା ଓ ଟ୍ରାଫିକ ସମସ୍ୟା ନେଇ ଧାମନଗର ଏସ ଡି ପି ଓ ବିଷ୍ଣୁ ଚରଣ ବାରଣ,ଥାନା ଅଧିକାରୀ ଶୁଭ୍ରଜିତ ଦାଶଙ୍କ ତତ୍ତ୍ୱାବଧାନରେ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା।ଧାମନଗର ବ୍ଲକ ଓ ଏନ ଏ ସି ଅଞ୍ଚଳ ତଥା ଦୋବଲ,ମୁସ୍ତଫାପୁର ଗୁଡ଼ିପୋଖରୀ, ଚୁଡାକୁଟି, ପନ୍ଦରବାଟିଆ,ନଦୀ ଗାଁ ଆଦି ଅଞ୍ଚଳରେ ହଜରତ ମହମ୍ମଦ ଜନ୍ମ ଦିନ ଧୁମଧାମରେ ପାଳନ କରିଥିବା ସୂଚନା ମିଳିଛି।


