ମେକ୍‍ ମାଇକେଲ୍‍ ମହାବିଦ୍ୟାଳୟରେ ସଂସ୍କୃତ ସପ୍ତାହ ପାଳିତ

ଆସିକା (ୱାଇଏନ୍‍ଏସ୍‍) :ସଂସ୍କୃତ ସବୁ ଭାଷାର ଜନନୀ ଓ ସେହି ଭାଷା ଶହ ଶହ ବର୍ଷ ଧରି ବୈଦିକ ପରମ୍ପରା ଓ ସଂସ୍କୃତିକୁ ବଞ୍ଚାଇ ରଖିଆସିଛି ତେଣୁ ଏହି ସଂସ୍କୃତ ଭାଷାର ପ୍ରସାର ବିନା ମୂଲ୍ୟବୋଧ ଭିତ୍ତିକ ଶିକ୍ଷା ପରିକଳ୍ପନା ଅସମ୍ଭବ ବୋଲି ସ୍ଥାନୀୟ ମେକ୍‍ ମାଇକେଲ୍‍ ସଂସ୍କୃତ ସ୍ନାତକ ମହାବିଦ୍ୟାଳୟ ଏବଂ ମେକ୍‍ ମାଇକେଲ୍‍ ସଂସ୍କୃତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିବା ବିଶ୍ୱ ସଂସ୍କୃତ ସପ୍ତାହ ପାଳନର ଉଦ୍‍ଯାପନୀ କାର୍ଯ୍ୟକ୍ରମରେ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ବାବାନାଥ ମିଶ୍ର ମତବ୍ୟକ୍ତ କରିଥିବା ଲକ୍ଷ୍ୟ କରାଯାଇଛି । ସଂସ୍କୃତ ଶିକ୍ଷାର ପ୍ରସାର ଓ ପ୍ରଚାର ସାଙ୍ଗକୁ ସଂସ୍କୃତ ଶିକ୍ଷା ପ୍ରତି ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି କରିବା ଲକ୍ଷ୍ୟରେ ଉଚ୍ଚଶିକ୍ଷା ବିଭାଗର ପରାମର୍ଶକ୍ରମେ ସ୍ଥାନୀୟ ମେକ୍‍ ମାଇକେଲ୍‍ ସଂସ୍କୃତ ସ୍ନାତକ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିବା ଏହି ସଂସ୍କୃତ ସପ୍ତାହ ପାଳନର ଉଦ୍‍ଯାପନୀ କାର୍ଯ୍ୟକ୍ରମରେ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ବାବାନାଥ ମିଶ୍ର, ଅଧ୍ୟାପକ ଶିଶିର କୁମାର ମିଶ୍ର, ଅଧ୍ୟାପିକା କବିତା କୁମାରୀ ଦାଶ ପ୍ରମୁଖ ଯୋଗଦେଇ ସଂସ୍କୃତ ଭାଷାର ପ୍ରାଚୀନତା, ସମୃଦ୍ଧ ସାହିତ୍ୟ ଓ ଆଧୁନିକ ଯୁଗରେ ଏହାର ବ୍ୟାପକତା ଉପରେ ଆଲୋକପାତ କରିବା ସାଙ୍ଗକୁ ସଂସ୍କୃତ ପାଣ୍ଡିତ୍ୟ ଜୀବନକୁ ରୁଦ୍ଧିମନ୍ତ କରିବାରେ ସହାୟକ ହୋଇଥାଏ ବୋଲି ମତବ୍ୟକ୍ତ କରିଥିଲେ । ତେଣୁ ସଂସ୍କୃତ ଓ ସଂସ୍କୃତିର ସୁରକ୍ଷା ସାଙ୍ଗକୁ ବେଦଭାଷା ସଂସ୍କୃତ ଶିକ୍ଷାର ପ୍ରଚାର ଓ ପ୍ରସାର ପାଇଁ ସବୁ କ୍ଷେତ୍ରରେ ପ୍ରୟାସ ହେବା ଆବଶ୍ୟକ ବୋଲି ପ୍ରକାଶ କରି ଛାତ୍ରଛାତ୍ରୀମାନଙ୍କୁ ସଂସ୍କୃôତ ଶିକ୍ଷା ସଂପର୍କରେ ଜ୍ଞାନ ଆହରଣ କରିବା ପାଇଁ ମାର୍ଗଦର୍ଶନ କରିଥିବା ଦେଖିବାକୁ ମିଳିଥିଲା । ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗର ପରାମର୍ଶକ୍ରମେ ସ୍ଥାନୀୟ ମେକ୍‍ ମାଇକେଲ୍‍ ସଂସ୍କୃତ ସ୍ନାତକ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ସଂସ୍କୃତ ସପ୍ତାହ ପାଳନର ଉଦ୍‍ଯାପନୀ କାର୍ଯ୍ୟକ୍ରମରେ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନଙ୍କୁ ନେଇ ପୂର୍ବରୁ ଅନୁଷ୍ଠିତ ହୋଇଥିବା ସଂସ୍କୃତ ଶ୍ଳୋକ୍‍ ଏବଂ ସଂସ୍କୃତ ବକ୍ତୃତା ସମେତ ଅନ୍ୟାନ୍ୟ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ବିଦ୍ୟାର୍ଥୀ ମାନଙ୍କୁ ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଶିକ୍ଷାନୁଷ୍ଠାନର ବିଦ୍ୟାର୍ଥୀ ମାମାଲି ମହାନ୍ତି, ବୈଶାଖୀ ସ୍ୱାଇଁ, ସୃତି ମହାନ୍ତି, ରାକ୍ଷୀ କୁମାରୀ ପଣ୍ଡା, ନନ୍ଦିନୀ ପ୍ରଧାନ, ସୁନନ୍ଦା ଗୌଡ, ରାଜଲକ୍ଷ୍ମୀ ଗୌଡ, କେ.ସୃତି ପାତ୍ର, କେ.ଶିବଶଙ୍କର ଦାଶ, ପ୍ରାଚୀ ପ୍ରଧାନ ପ୍ରମୁଖ ସଂସ୍କୃତ ସପ୍ତାହ ପାଳନର ଲକ୍ଷ୍ୟ, ଆଭିମୁଖ୍ୟ ଓ ତାତ୍ପର୍ଯ୍ୟ ଉପରେ ବକ୍ତବ୍ୟ ରଖିଥିଲେ । ଆସିକା ମେକ୍‍ ମାଇକେଲ୍‍ ସଂସ୍କୃତ ସ୍ନାତକ ମହାବିଦ୍ୟାଳୟ ପରିସରରେ ଆୟୋଜିତ ସଂସ୍କୃôତ ସପ୍ତାହ ପାଳନର ଉଦ୍‍ଯାପନୀ କାର୍ଯ୍ୟକ୍ରମକୁ ସୁପରିଚାଳନା କରିବା ଦିଗରେ ଶିକ୍ଷାନୁଷ୍ଠାନର କର୍ମଚାରୀ ଟୁନା ମହାରଣା ଓ ପ୍ରଦୀପ କୁମାର ଷଡଙ୍ଗୀ ପ୍ରମୁଖ ସହଯୋଗ କରିଥିଲା ବେଳେ ବହୁ ବିଦ୍ୟାର୍ଥୀ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ