କୋରୋ ପଞ୍ଚୟତ ହାଇସ୍କୁଲ କିରାଣୀ ନିଲମ୍ବିତ
କେନ୍ଦ୍ରାପଡ଼ା, (ଚିତ୍ତ ରଞ୍ଜନ ଦାଶ):କୋରୋ ପଞ୍ଚାୟତ ହାଇସ୍କୁଲରେ କାର୍ଯ୍ୟରତ କନିଷ୍ଠ କିରାଣୀ ରମେଶ ଚନ୍ଦ୍ର ରାଉତଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ଶିକ୍ଷାଧିକାରୀ ନିଲମ୍ବିତ କରିଛନ୍ତି। ନିଲମ୍ବନ ଆଦେଶ ନହଟିବା ପର୍ଯ୍ୟନ୍ତ ସେ କେନ୍ଦ୍ରାପଡ଼ା ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ହାଜିରା ପକାଇବେ। ନିଲମ୍ବନ ଆଦେଶ ନ ଉଠିବା ପର୍ଯ୍ୟନ୍ତ ସେ ଶିକ୍ଷା ବିଭାଗ ମୁଖ୍ୟାଳୟ ଛାଡି ଅନ୍ୟତ୍ର ଯାଇପାରିବେ ନାହିଁ। ତାଙ୍କ ବିରୋଧରେ ଫୌଜଦାରୀ ମାମଲା ରୁଜୁ ହେବାରୁ ପୋଲିସ ତାଙ୍କୁ ଗିରଫ କରିଛି। ତେଣୁ ନିୟମ ଅନୁଯାୟୀ କୌଣସି ସରକାରୀ କର୍ମଚାରୀ ଗିରଫ ହେଲେ ତାଙ୍କୁ ୨୪ ଘଣ୍ଟା ମଧ୍ୟରେ ନିଲମ୍ବନ କରାଯିବ।


