ନାହିଁ ନାହିଁରେ ଚାଲିଛି ଅଙ୍ଗନବାଡି କେନ୍ଦ୍ର

ଉଦଳା,(ରାଜୀବ କୁମାର ବେହେରା): ମାସେ ହେଲା ଜଳୁନି ଚୁଲା, ଶିଶୁଙ୍କୁ ମିଳୁନି ଗରମ ଖାଦ୍ୟ ୩୦ ଶିଶୁଙ୍କ କେନ୍ଦ୍ରରେ ଏବେ କାଁ ଭାଁ ପିଲା, ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଛୋଟ ଶିଶୁଙ୍କ ପୁଷ୍ଟିକର ଖାଦ୍ୟ, ପ୍ରାଥମିକ ଶିକ୍ଷା ଓ ସୁସ୍ଥ ବିକାଶ ପାଇଁ ସରକାର ଚଳାଇଛନ୍ତି ଅଙ୍ଗନବାଡି ବ୍ୟବସ୍ଥା। କିନ୍ତୁ କପ୍ତିପଦା ବ୍ଲକ ଅଧୀନ ରାମଚନ୍ଦ୍ରପୁର ଅଙ୍ଗନବାଡି କେନ୍ଦ୍ରର ସ୍ଥିତିକୁ ନେଇ ଉଠିଛି ଗୁରୁତର ଅଭିଯୋଗ। ଅଭିଯୋଗ ଅନୁସାରେ, ଦୀର୍ଘ ଏକ ମାସରୁ ଅଧିକ ସମୟ ଧରି କେନ୍ଦ୍ରରେ ରୋଷେଇ ବନ୍ଦ ରହିଛି। ଫଳରେ ଛୋଟ ଛୋଟ ଶିଶୁମାନେ ଗରମ ରନ୍ଧା ଖାଦ୍ୟରୁ ବଞ୍ଚିତ ହେଉଥିବା କୁହାଯାଇଛି। ଚାଉଳ ଓ ରୋଷେଇ ସାମଗ୍ରୀ ଅଭାବରୁ ବନ୍ଦ ଚୁଲା, ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ, କେନ୍ଦ୍ରରେ ଚାଉଳ ଓ ରୋଷେଇ ପାଇଁ ଆବଶ୍ୟକ ସାମଗ୍ରୀ ନଥିବାରୁ ଖାଦ୍ୟ ପ୍ରସ୍ତୁତ ହେଉନାହିଁ। ଯେଉଁ ଶିଶୁମାନେ କେନ୍ଦ୍ରକୁ ଆସୁଛନ୍ତି, ସେମାନଙ୍କୁ କେବଳ ଶୁଖିଲା ଖାଦ୍ୟ ଦିଆଯାଉଥିବା ଅଭିଯୋଗ ରହିଛି। ଏକ ସମୟରେ ପ୍ରାୟ ୩୦ ଜଣ ଶିଶୁ ନିୟମିତ ଭାବେ ଏହି କେନ୍ଦ୍ରକୁ ଆସୁଥିଲେ। କିନ୍ତୁ ବର୍ତ୍ତମାନ କେନ୍ଦ୍ରରେ ହାତଗଣତି କିଛି ଶିଶୁଙ୍କୁ ଦେଖିବାକୁ ମିଳୁଥିବା ନେଇ ଅଭିଭାବକମାନେ ଚିନ୍ତା ପ୍ରକାଶ କରିଛନ୍ତି। ଯାହାକୁ ନେଇ ଅଭିଭାବକ ଓ ଗ୍ରାମବାସୀଙ୍କ ଅସନ୍ତୋଷ ବଢ଼ିବାରେ ଲାଗିଛି। ଅଭିଯୋଗ ଅନୁସାରେ, ଅଙ୍ଗନବାଡି କର୍ମୀ ବେଲମଣି ହେମ୍ବ୍ରମଙ୍କ ନିୟମିତ ଉପସ୍ଥିତିକୁ ନେଇ ପ୍ରଶ୍ନ ଉଠିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ