ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଆକ୍ରମଣ ଘଟଣାରେ ଅଭିଯୁକ୍ତ ଗିରଫ

କେନ୍ଦ୍ରାପଡ଼ା, (ଚିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡ଼ା ସଦର ଥାନା ଅଧିନ କଂସାର ସାହସପୁର ନୋଡାଲ ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଭକ୍ତିଲତା ମହାରଣାଙ୍କୁ ବିଦ୍ୟାଳୟ ଭିତରେ ପଶି ଆକ୍ରମଣ କରାଯିବା ଘଟଣାରେ ଅଭିଯୁକ୍ତ ରଞ୍ଜନ ମହାପାତ୍ରଙ୍କୁ ଗିରଫ କରାଯାଇଛି। କେନ୍ଦ୍ରାପଡା ସଦର ଥାନା ପୋଲିସ କାଙ୍କଦିଆ ଗ୍ରାମର ଅଭିଯୁକ୍ତ ରଞ୍ଜନ ମହାପାତ୍ରଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଜାମିନ ନାମଞ୍ଜୁର ହେବାରୁ ରଞ୍ଜନକୁ ବାରିମୂଳ ଉପକାରାଗାରକୁ ପଠାଇ ଦିଆଯାଇଛି। ଅଭି÷ଯୋଗରୁ ପ୍ରକାଶ ଯେ ସଦର ଥାନା ଅଧିନ କଂସାର ସାହସପୁର ନୋଡାଲ ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଭକ୍ତିଲତା ମହାରଣାଙ୍କୁ ବୁଧବାର ବିଦ୍ୟାଳୟ ଭିତରେ ପଶି ଆକ୍ରମଣ କରିବା ସହ ତାଙ୍କ କାର୍ଯ୍ୟାଳୟର ବେଞ୍ଚ, ଟେବୁଲକୁ ଅଭିଯୁକ୍ତ ରଞ୍ଜନ ଭଙ୍ଗାରୁଜା କରିଥିଲା। ସେହିପରି ଅଭିଯୁକ୍ତ ଜଣକ କାର୍ଯ୍ୟାଳୟର ଗୁରୁତ୍ୱପୂର୍ଣ୍ଣ କାଗଜପତ୍ରକୁ ଫିଙ୍ଗା ଫୋପଡା କରିଥିଲା। ଏହାସହ ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ। ଏଥିସହ ଜୀବନରୁ ମାରି ଦେବାକୁ ମରଣାସ୍ତ୍ର ଦେଖାଇ ଧମକ ମଧ୍ୟ ଦେଇଥିବା ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ମହାରଣା ସଦର ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ସଦର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବା ପରେ ଆଜି ଅଭିଯୁକ୍ତ ରଞ୍ଜନକୁ ଚିତିଗିରଫ କରି କୋର୍ଟ ଚାଲାଣ କରିଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ