ପର୍ଯ୍ୟଟକଙ୍କୁ ଆକ୍ରମଣ ଘଟଣା…

ହାଟଡ଼ିହି,(ଯୁଗାବ୍ଦ ନ୍ୟୁଜ୍‌): କମେଣ୍ଟ ମରାକୁ କେନ୍ଦ୍ରକରି ପର୍ଯ୍ୟଟନ କ୍ଷେତ୍ର ହଦଗଡରେ ଦୁଇ ଗୋଷ୍ଠୀ ମଧ୍ୟରେ ରବିବାର ହୋଇଥିବା ଆକ୍ରମଣ ଘଟଣାରେ ସୋସୋ ପୁଲିସ ଏକ କାରକୁ ଅଟକ ରଖି ତଦନ୍ତଜାରି ରଖିଛି । ମିଳିଥିବା ସୂଚନା ଅନୁଯାୟୀ ପର୍ଯ୍ୟଟନ କ୍ଷେତ୍ର ହେଉଥିବାରୁ ରବିବାର ଦିନ କଟକ, ଭୁବନେଶ୍ୱର, ୱେଷ୍ଟବେଙ୍ଗଲ, ବାଲେଶ୍ୱର, ଭଦ୍ରକ ଆଦି ଅଞ୍ଚଳରୁ ଅନେକ ପର୍ଯ୍ୟଟକ ସେମାନଙ୍କ ପରିବାର ସହିତ ଆସି ବଣଭୋଜି କରିଥିଲେ । ସନ୍ଧ୍ୟା ସମୟରେ କିଛି ଯୁବକ ନିଶାଶକ୍ତ ହୋଇ କିଛି ମହିଳା ପର୍ଯ୍ୟଟକଙ୍କୁ କମେଟ ମାରିବାରୁ ଦୁଇ ପର୍ଯ୍ୟଟକ ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା । ଏଥିରେ ଭୁବନେଶ୍ୱରର ପ୍ରିୟବ୍ରତ ସୁବୁଦ୍ଧି ଓ ଏଲିନା ମହାନ୍ତି ନାମକ ଦୁଇଜଣ ପର୍ଯ୍ୟଟକ ଆହତ ହେବାସହ ସେମାନଙ୍କ ମୋବାଇଲ ମଧ୍ୟ ଭାଙ୍ଗି ଯାଇଥିଲା ।

ଏନେଇ ଘସିପୁରା ଥାନାରେ ସେମାନେ ଅଭିଯୋଗ କରିବାପରେ ସୋସୋ ପୁଲିସ ଘଟଣାର ତଦନ୍ତ କରିବା ସହିତ ଏକ କାରକୁ ଅଟକ ରଖି ତଦନ୍ତ ଚଳାଇଛି । ଗାଡିରେ ଥିବା ନାହାମୀ ଅଞ୍ଚଳର କିଛି ଯୁବକଙ୍କୁ ଡାକି ପୁଲିସ ପଚରା ଉଚୁରା କରୁଛି । ହଦଗଡରେ ଏପରି ଘଟଣା ବାରମ୍ବାର ଘଟୁଥିବାରୁ ପର୍ଯ୍ୟଟକ ମାନେ ନିଜକୁ ସୁରକ୍ଷିତ ମଣୁ ନାହାନ୍ତି । ସେଠାରେ ସୁରକ୍ଷା ବ୍ୟବସ୍ଥା ଆଦୌ ନଥିବା କିଛି ପର୍ଯ୍ୟଟକ ଅଭିଯୋଗ କରୁଛନ୍ତି । ହଜାର ହଜାର ପର୍ଯ୍ୟଟକ ପିକିନିକ କରିବାକୁ ଯାଉଥିବାବେଳେ ମାତ୍ର ୬/୭ଜଣ ପୁଲିସ କନେଷ୍ଟବଲ ଓ ହୋମଗାର୍ଡ କେବଳ ଜଗି ବସୁଛନ୍ତି । ତେଣୁ ପର୍ଯ୍ୟଟକ ମାନଙ୍କୁ କିପରି ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦିଆଯିବ ସେନେଇ ଜିଲ୍ଲା ଏସପି ଧ୍ୟାନ ଦେବାକୁ ଦାବି ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ