ମଦ ଜବତ, ଜଣେ ଗିରଫ

ହାଟଡିହି, (ଓ୍ବାଇଏନଏସ): କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନାଧିକାରୀ ଧର୍ମେନ୍ଦ୍ର ଶାନ୍ତିଙ୍କ ନିର୍ଦ୍ଦେଶ କ୍ରମେ ଚୋରା ମଦ ବେପାରୀଙ୍କୁ ଧରିବା ପାଇଁ ଚଢ଼ାଉ କରାଯାଉଛି l କାଳିନ୍ଦ୍ର ପ୍ରଧାନ, ଅନିଲ କୁମାର ସାହୁ, ନମିତାରାଣୀ ଦଳବେହେରା,ଏନ. ପୃଷ୍ଟି ପ୍ରମୁଖ ଚଢ଼ାଉ କରି ଜଣେ ଚୋରା ମଦ ବେପାରୀକୁ ଧରିଛନ୍ତି l ଡ଼ିମିରିଆ ଗ୍ରାମର ପଞ୍ଚାନନ ନାୟକଙ୍କ ପୁଅ ଦିପୁନ(୨୩ ବର୍ଷ) ସଡ଼ଙ୍ଗ ରାସ୍ତାରେ ଯାଉଥିବା ବେଳେ ପୋଲିସ ତାକୁ ଧରିଥିଲା l କିନ୍ତୁ ଘଟଣା ସ୍ଥଳରୁ ଦିପୁନ ଖସିଯିବାକୁ ଚେଷ୍ଟା କରିଥିଲା l କିନ୍ତୁ ପୋଲିସ ତାକୁ ଗୋଡ଼ାଇ ଧରିଥିଲା ଲ ତା ନିକଟରୁ ୧୦ ଲିଟର ମହୁଲି ମଦ ଜବତ କରିବା ସହ ମାମଲା ନଂ ୩୩୪/୨୦୨୬ ପଞ୍ଜିକରଣ କରିଛି l ଅଭିଯୁକ୍ତ ଦିପୁନକୁ ଗିରଫ କରାଯାଇଥିବା ପୋଲିସ କହିଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ