ଜଗଦଳପୁର ହାଇସ୍କୁଲ ଗୁଣ୍ଠପଡାରେ ଗୁରୁଦିବସ

ଆସିକା (ୱାଇଏନ୍‍ଏସ୍‍): ପୂର୍ବବର୍ଷମାନଙ୍କ ଭଳି ଚଳିତବର୍ଷ ମଧ୍ୟ ପ୍ରଖ୍ୟାତ ଦାର୍ଶନିକ, ଶିକ୍ଷାବିତ୍‍ ଓ ପୂର୍ବତନ ରାଷ୍ଟ୍ରପତି ଡଃ ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜୟନ୍ତୀ ତଥା ଗୁରୁଦିବସ ଆସିକା ବ୍ଳକ ଅନ୍ତର୍ଗତ ଜଗଦଳପୁର ହାଇସ୍କୁଲ ଗୁଣ୍ଠପଡାରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଶିକ୍ଷାନୁଷ୍ଠାନର ପ୍ରଧାନଶିକ୍ଷକ ନାରାୟଣ ମହାପାତ୍ର ଯୋଗଦେଇ ଗୁରୁଦିବସ ପାଳନର ଲକ୍ଷ୍ୟ ଓ ଆଭିମୁଖ୍ୟ ଉପରେ ଆଲୋକପାତ କରିବା ସାଙ୍ଗକୁ ଦେଶର ଭବିଷ୍ୟତ ଗଠନ ଉତ୍ତମ ଶିକ୍ଷକ ଉପରେ ନିର୍ଭର କରୁଥିବା ବେଳେ ଶିକ୍ଷକତା ଏକ ସମ୍ମାନନୀୟ ବୃତ୍ତି ହୋଇଥିବା ଯୋଗୁଁ ଗୁରୁ ଶିଷ୍ୟ ପରମ୍ପରା ଆମ ଭାରତୀୟ ସଂସ୍କୃତିର ଗର୍ବ ଓ ଗୌରବର ପ୍ରତୀକ ରୂପେ ପରିଗଣିତ ହେଉଥିବା ବେଳେ ଜଣେ ଆଦର୍ଶ ଶିକ୍ଷକ ହିଁ ନିଜର ଶିଷ୍ୟକୁ ଉତ୍ତମ ଓ ଚରିତ୍ରବାନ୍‍ ନାଗରିକ ରୂପେ ଗଢିତୋଳିଥାଏ ଯିଏକି ଭବିଷ୍ୟତରେ ରାଷ୍ଟ୍ର ନିର୍ମାଣରେ ବେଶ୍‍ ସହାୟକ ହୋଇଥାଏ ତେଣୁ ଶିକ୍ଷକମାନେ ମହମବତୀ ଭଳି ଜଳି ଅନ୍ୟକୁ ଆଲୋକ ଦିଅନ୍ତି ବୋଲି ପ୍ରକାଶ କରିଥିଲେ । ଜଗଦଳପୁର ହାଇସ୍କୁଲ ଗୁଣ୍ଠପଡା ପକ୍ଷରୁ ଅନୁଷ୍ଠିତ ହୋଇଥିବା ଏହି ଗୁରୁଦିବସ ପାଳନ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷାନୁଷ୍ଠାନର ସହକାରୀ ଶିକ୍ଷକ ସୁଶିଲ୍‍ ମୋହନ ପାତ୍ର, ଜି.ଆନନ୍ଦ ପାତ୍ର, ରୁଦ୍ର ପ୍ରସାଦ ସେଠୀ, ସୁନିଲ୍‍ ସେଠୀ, ସୁନିତା ପରିଚ୍ଛା, ଇଶ୍ୱରୀ ମହାପାତ୍ର, ମନ୍ଦାକିନୀ ପ୍ରଧାନ, ସନ୍ଧ୍ୟାରାଣୀ ବେହେରା, ଅନ୍ନପୂର୍ଣ୍ଣା ଭୋଇ ପ୍ରମୁଖ ଯୋଗଦେଇ ପ୍ରାତଃ ସ୍ମରଣୀୟ ଚିର ନମସ୍ୟ ଡଃ ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ମହନୀୟ ଜୀବନାଦର୍ଶ ଉପରେ ଆଲୋକପାତ କରିଥିବା ଲକ୍ଷ୍ୟ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିବା ଦିଗରେ ଶିକ୍ଷାନୁଷ୍ଠାନର କର୍ମଚାରୀ ଆଶାଲତା ପ୍ରଧାନ, ପ୍ରଶାନ୍ତ କୁମାର ମୁନି, ନୀଳମାଧବ ସ୍ୱାଇଁ ପ୍ରମୁଖ ସହଯୋଗ କରିଥିଲା ବେଳେ ଅଧ୍ୟୟନରତ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ