ସରକାରୀ ଛୁଟି ବାତିଲ ସମୟରେ ଅନୁପସ୍ଥିତ ଘଟଣା, ଖବର ପ୍ରସାରଣ ପରେ ଜିଲ୍ଲାପାଳଙ୍କ ତନାଘନା

କେନ୍ଦ୍ରାପଡ଼ା,(ଚିିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡ଼ା,୬ା୯: କେନ୍ଦ୍ରାପଡ଼ା ଜିଲ୍ଲାରେ ବନ୍ୟା ପରିସ୍ଥିତି ସମୟରେ କାର୍ଯ୍ୟାଳୟ ଗୁଡ଼ିକର ପରିଚାଳନା ପାଇଁ ଅଗଷ୍ଟ ମାସ ୨୬ ଓ ୨୭ ତାରିଖରେ କାର୍ଯ୍ୟାଳୟ ଗୁଡ଼ିକର କାର୍ଯ୍ୟକାରିତା ଏବଂ କର୍ମଚାରୀଙ୍କ ଉପସ୍ଥାନ ରିପୋର୍ଟ ଦାଖଲ କରିବା ପାଇଁ ଜିଲ୍ଲାପାଳଙ୍କ ପତ୍ର ସଂଖ୍ୟା-୨୭୦୦,ତା ୦୫ ସେପ୍େଟମ୍ବର ୨୦୨୬ରେ ନିର୍ଦ୍ଦେଶ ଜାରି କରାଯାଇଛି। ଏହି ଦୁଇ ସରକାରୀ ଛୁଟି ଦିନ ଖୋଲା ରଖିବାକୁ ନିର୍ଦ୍ଦେଶ ହୋଇଥିବା ବିଭାଗ ଗୁଡିକ ଭିତରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ, ଉପ-ଜିଲ୍ଲାପାଳ, କେନ୍ଦ୍ରାପଡ଼ା,ସମସ୍ତ ତହସିଲ କାର୍ଯ୍ୟାଳୟ, ସମସ୍ତ ବ୍ଲକ ଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟାଳୟ, ନିର୍ବାହୀ ଅଧିକାରୀ, କେନ୍ଦ୍ରାପଡ଼ା ଏବଂ ପଟ୍ଟାମୁଣ୍ଡାଇର ପୌରପାଳିକା କାର୍ଯ୍ୟାଳୟ, ସିଡିଏମଓ କାର୍ଯ୍ୟାଳୟ, ଡିଏସଡବ୍ଲୁଓ କାର୍ଯ୍ୟାଳୟ, ଡିଡବ୍ଲୁଓ କାର୍ଯ୍ୟାଳୟ, ସିଡ଼ିଭିଓ କାର୍ଯ୍ୟାଳୟ, ସିଡିଏଓ କାର୍ଯ୍ୟାଳୟ,ସିଏସଓ କାର୍ଯ୍ୟାଳୟ, ଅଧୀକ୍ଷଣ ଯନ୍ତ୍ରୀ, ଜଳସେଚନ, ଅଧୀକ୍ଷଣ ଯନ୍ତ୍ରୀ, ଆରଡବ୍ଲୁଏସଏସ୍ କାର୍ଯ୍ୟାଳୟ,ନିର୍ବାହୀ ଯନ୍ତ୍ରୀ,ଟିପିସିଓଡିଏଲ (ଡିଭିଜନ-୧ ଏବଂ୨), କେନ୍ଦ୍ରାପଡ଼ା ଜନସ୍ୱାସ୍ଥ୍ୟ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ, ଅଧିକ୍ଷଣ ଯନ୍ତ୍ରୀ, ତଟବନ୍ଧ ଡିଭିଜନ(ଆଳି), ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଜରୁରୀକାଳୀନ ଉପବିଭାଗ, ସଂସ୍ଥାପନ ବିଭାଗ, ନିଜାରତ ବିଭାଗ ଓ ଚିଠି ପ୍ରେରଣ ଏବଂ ଗ୍ରହଣ ଉପବିଭାଗ କାର୍ଯ୍ୟାଳୟ ଗୁଡିକୁ ନିର୍ଦ୍ଦେଶନାମା ପ୍ରତି ଦୃଷ୍ଟି ଆକର୍ଷଣ କରି ସମସ୍ତ ସମ୍ପୃକ୍ତ କାର୍ଯ୍ୟାଳୟକୁ ୨୬ ଅଗଷ୍ଟ ୨୦୨୬(ମହମ୍ମଦଙ୍କ ଜନ୍ମଦିନ) ଏବଂ ୨୭ ଅଗଷ୍ଟ ୨୦୨୬(ଝୁଲଣ ପୂର୍ଣ୍ଣିମା) ଦିନ ଖୋଲା ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ଯେଉଁଥିରେ ସ୍ପଷ୍ଟ ସୂଚନା ଥିଲା ଯେ କୌଣସି ଅଧିକାରୀ କିମ୍ବା କର୍ମଚାରୀ ପୂର୍ବ ଅନୁମତି ବିନା ମୁଖ୍ୟ ଦପ୍ତର (ହେଡକ୍ୱାଟର୍ସ) ଛାଡି ଯାଇପାରିବେ ନାହିଁ ।ଏହାର ସ୍ପଷ୍ଟ ଅନୁପାଳନ ସୁନିଶ୍ଚିତ କରିବା ପାଇଁ ଏହି କାର୍ଯ୍ୟାଳୟ ଗୁଡିକୁ ସେହି ଦୁଇ ଦିନର କର୍ମଚାରୀଙ୍କ ଉପସ୍ଥାନ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ। ଏହି ଦୁଇ ସରକାରୀ ଛୁଟି ଦିନରେ ବନ୍ୟା ମୁକାବିଲା ପାଇଁ କାର୍ଯ୍ୟାଳୟ ଖୋଲା ଥିଲା ଏବଂ କାର୍ଯ୍ୟକ୍ଷମ ଥିଲା ବୋଲି ରିପୋର୍ଟ ମଗାଯାଇଥିବା ଚିଠିରେ ଉଲ୍ଲେଖ କରାଯାଇଛି। ଏହାସହ ଉଭୟ ତାରିଖରେ କାର୍ଯ୍ୟରେ ଉପସ୍ଥିତ ଥିବା ସମସ୍ତ ଅଧିକାରୀ ଏବଂ କର୍ମଚାରୀଙ୍କ ଉପସ୍ଥାପନ ରିପୋର୍ଟ ପ୍ରଦାନ କରିବାକୁ କୁହାଯାଇଛି। ପୂର୍ବ ଲିଖିତ ଅନୁମତି ବିନା ଅନୁପସ୍ଥିତ ଥିବା କୌଣସି ଅଧିକାରୀ କିମ୍ବା କର୍ମଚାରୀଙ୍କ ବିବରଣୀ ପ୍ରଦାନ କରିବା ସହ ଆବଶ୍ୟକ ଅନୁପାଳନ ରିପୋର୍ଟ ଏବଂ ନିର୍ଦ୍ଦିଷ୍ଟ ତାରିଖ ଗୁଡ଼ିକର ଉପସ୍ଥାନ ଖାତା/ଲଗ୍ ବୁକର ଏକ ସ୍କାନ କପି ସହିତ ଶନିବାର ସଂଧ୍ୟା ୫ଟା ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ରହିଥିବା ବେଳେ ଯଦି ରିପୋର୍ଟ ପ୍ରଦାନରେ ବିଳମ୍ବ କରାଯାଏ ତେବେ ଗମ୍ଭୀରତାର ସହ ନିଆଯିବ ବୋଲି ଚିଠିରେ ନିର୍ଦ୍ଦେଶ ରହିଛି। ଜିଲ୍ଲାପାଳଙ୍କ ନିର୍ଦ୍ଦେଶକୁ ଅବମାନନା କରିଥିବା ଅମାନିଆ କର୍ମଚାରୀଙ୍କ ବିରୁଦ୍ଧରେ କେବେ ଓ କେଉଁ ପ୍ରକାର କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ଜିଲ୍ଲାପାଳ ତାହା ସମୟ ସାପେକ୍ଷ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ