ଧର୍ମପରାୟଣ ମହିଳାଙ୍କ ପରଲୋକ

ହାଟଡିହି, (ଓ୍ବାଇଏନଏସ): ହାଟଡିହି ବ୍ଲକ ଶାସଙ୍ଗ ଗ୍ରାମର ଗଙ୍ଗାଧର ପାଢ଼ୀଙ୍କ ଧର୍ମପତ୍ନୀ ଶାନ୍ତିଲତା ପାଢ଼ୀଙ୍କର ୭୮ ବର୍ଷ ବୟସରେ ପରଲୋକ ଘଟିଛି। ସେ ଜଣେ ଧର୍ମପରାୟଣ, ପରୋପକାରୀ ଓ ମିଷ୍ଟଭାଷୀ ମହିଳା ଭାବେ ସମଗ୍ର ଅଞ୍ଚଳରେ ପରିଚିତ ଥିଲେ। ତାଙ୍କ ବିୟୋଗରେ ଶାସଙ୍ଗ ଗ୍ରାମ ସମେତ ଆଖପାଖ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ତିନିଦିନ ତଳେ ହଠାତ୍‌ ଅସୁସ୍ଥ ହୋଇପଡ଼ିବାରୁ ଶାନ୍ତିଲତାଙ୍କୁ ଭୁବନେଶ୍ୱରସ୍ଥିତ ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ପରେ ତାଙ୍କୁ ଘରକୁ ଫେରାଇ ଅଣାଯାଇଥିଲା। ତେବେ ଆଜି ସକାଳେ ତାଙ୍କର ଦେହାନ୍ତ ହୋଇଥିଲା। ମୃତ୍ୟୁଶଯ୍ୟା ନିକଟରେ ସ୍ୱାମୀ ଗଙ୍ଗାଧର, ପୁଅ ଜିତେନ୍ଦ୍ର, ପୁତୁରା କାହ୍ନୁଚରଣ, ଝିଅ ମିନତୀ ଓ ସୁମତୀ, ଜ୍ୱାଇଁ ତରଣୀ ଏବଂ ନାତି ବପୁନୁଙ୍କ ସମେତ ପରିବାରବର୍ଗ ଉପସ୍ଥିତ ଥିଲେ। ତାଙ୍କ ପରଲୋକ ଖବର ପାଇ ଜିଲ୍ଲା ପରିଷଦ ସଦସ୍ୟ ବିମ୍ବାଧର ବିଶ୍ୱାଳ, ସରପଞ୍ଚ ମାଧୁମିତା ସ୍ୱାଇଁ, ସାମ୍ବାଦିକ କିଶୋର ଆଚାର୍ଯ୍ୟ, ଶିଶିର କୁମାର ବିଶ୍ୱାଳ, ସଞ୍ଜୟ ସ୍ୱାଇଁ, କୈଳାଶ ସୁବୁଦ୍ଧି, ଶାନ୍ତନୁ ରାଉତ, ପର୍ଶୁରାମ ନାୟକ, ଚିନ୍ତାମଣି ପାଢ଼ୀ, ଈଶ୍ୱର ଚନ୍ଦ୍ର ପାଢ଼ୀ, ନିତ୍ୟାନନ୍ଦ ପାଢ଼ୀ, ମାନସ ପାଢ଼ୀ, ବିଚିତ୍ର ପାଢ଼ୀ, ମଧୁସୂଦନ ପାଢ଼ୀ, ଶଶିକାନ୍ତ ବିଶ୍ୱାଳ ଓ କୁନା କୁଅଁରଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ। ପରେ ଶାନ୍ତିଲତାଙ୍କ ମରଶରୀରକୁ ଗ୍ରାମ ପରିକ୍ରମା କରାଯାଇ ଗାଁ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା। ତାଙ୍କ ବିୟୋଗରେ ଗ୍ରାମବାସୀ ଜଣେ ସରଳ, ଧର୍ମପରାୟଣ ଓ ପରୋପକାରୀ ମହିଳାଙ୍କୁ ହରାଇଥିବା କହି ଗଭୀର ଶୋକ ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ