ଶ୍ରୀ ଶ୍ରୀ ଗୋପୀନାଥ ମନ୍ଦିରରେ କୁଙ୍କୁମ ପୂଜା ମହୋତ୍ସବ
ଆସିକା (ୱାଇଏନ୍ଏସ୍) : ପବିତ୍ର ଝୁଲଣ ଓ ଜନ୍ମାଷ୍ଟମୀ ଉତ୍ସବ ଉପଲକ୍ଷେ ଆସିକା ପୌର ପରିଷଦ ଅଧୀନସ୍ଥ ଖମ୍ବେଶ୍ୱରୀପାଟଣା ସ୍ଥିତ ଶ୍ରୀ ଶ୍ରୀ ଗୋପୀନାଥ ମନ୍ଦିର ଓରଫ୍ ବାଲାଜୀ ଦୋରା ମଠ ପରିସରରେ ଜଗତ କଲ୍ୟାଣ, ସୌଭାଗ୍ୟ ଓ ସୁଖସମୃଦ୍ଧି ପ୍ରାପ୍ତ, ଆଧ୍ୟାତ୍ମିକ ଚେତନାର ଜାଗରଣ, ପରିବାରର ମଙ୍ଗଳ, ନକରାତ୍ମକ ଶକ୍ତିର ରକ୍ଷା, ମାନସିକ ଶାନ୍ତି ଓ ସ୍ୱାସ୍ଥ୍ୟରକ୍ଷା ଲକ୍ଷ୍ୟରେ ପ୍ରାୟ ୧୩୧ ଜଣ ଆଧ୍ୟାତ୍ମିକପ୍ରେମୀ ମହିଳାଙ୍କ ଉପସ୍ଥିତିରେ ଉତ୍ସାହ ଓ ଉଦ୍ଦୀପନାର ସହ ରବିବାର କୁଙ୍କୁମ ପୂଜା ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଏହି ଅବସରରେ ଅନୁଷ୍ଠିତ ହୋମଯଜ୍ଞ କାର୍ଯ୍ୟକ୍ରମରେ ଜଳସଂପଦ ବିଭାଗର ଅବସରପ୍ରାପ୍ତ ସହକାରୀ ଯନ୍ତ୍ରୀ ଇଂ ସୁରେଶ ଚନ୍ଦ୍ର ସାହୁ ଓ ତାଙ୍କର ଧର୍ମପତ୍ନୀ ଆଧ୍ୟାମିକପ୍ରେମୀ ମମତାରାଣୀ ସାହୁ ନିଷ୍ଠାର ସହ ରହି ଦାୟିତ୍ୱ ନିର୍ବାହ କରିଥିବା ଦେଖିବାକୁ ମିଳିଥିଲା । ବିଦ୍ୱାନ ପଣ୍ଡିତ ମୃତ୍ୟୁଞ୍ଜୟ ଆଚାର୍ଯ୍ୟ ଓ ସହଯୋଗୀ ପଣ୍ଡିତ ଆଦିତ୍ୟ ପ୍ରସାଦ ଷଡଙ୍ଗୀ ଏବଂ ସିମାଞ୍ଚଳ ତ୍ରିପାଠୀଙ୍କ ମନ୍ତ୍ରୋଚାରଣରେ ମନ୍ଦିର ପରିସର ପ୍ରକମ୍ପିତ ହୋଇପଡିଥିବା ଲକ୍ଷ୍ୟ କରାଯାଇଥିଲା । ଆସିକା ସହରର କେନ୍ଦ୍ରସ୍ଥଳରେ ଥିବା ଅତି ପୁରାତନ ଶ୍ରୀ ଶ୍ରୀ ଗୋପୀନାଥ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଥିବା କୁଙ୍କୁମ ପୂଜା ମହୋତ୍ସବ ପାଳନ କାର୍ଯ୍ୟକ୍ରମକୁ ସୁପରିଚାଳନା କରିବା ଦିଗରେ ଚାରଣ ଗୋଷ୍ଠୀର ଦଳପତି ପ୍ରଫୁଲ୍ଲ ଚନ୍ଦ୍ର ପାଣିଗ୍ରାହୀ, ଉପଦେଷ୍ଟା ତଥା ଆସିକା ପ୍ରେସ୍କ୍ଳବର ସଭାପତି ସତ୍ୟନାରାୟଣ ରଥ, କାର୍ଯ୍ୟକାରୀ ଦଳପତି ଓ ସଂଗଠକ ସିମାଞ୍ଚଳ ରଥ, ଉପଦଳପତି ଡି.ଲିଙ୍ଗରାଜ ପାତ୍ର, ସଂପାଦକ କାମେଶ୍ୱର ଆଚାରୀ, ସହସଂପାଦକ ବି.ପ୍ରଦୀପ କୁମାର ପାତ୍ର, କୋଷାଧ୍ୟକ୍ଷ ଭଗବାନ ମହାରଣା, ସହକୋଷାଧ୍ୟକ୍ଷ କେ.ସତ୍ୟନାରାୟଣ ପାତ୍ର, ଚାରଣ ଏସ୍.ତ୍ରିପତି ପାତ୍ର, ବିନୋଦ ବିହାରୀ ପାତ୍ର, ସିଏଚ୍.ବାବୁ ପାତ୍ର, ଦୁର୍ଗାଚରଣ ମିଶ୍ର, ସୁରେଶ ଚନ୍ଦ୍ର ବିଷୋୟୀ, ସୂର୍ଯ୍ୟନାରାୟଣ ପାଣିଗ୍ରାହୀ, ଆଧ୍ୟାତ୍ମିକପ୍ରେମୀ ଡି.ରାହୁଳ କୁମାର ପାତ୍ର, ପ୍ରଶାନ୍ତ କୁମାର ପାଣିଗ୍ରାହୀ, ମହିଳା ସତ୍ସଙ୍ଗ କେନ୍ଦ୍ରର ସଭାନେତ୍ରୀ ଅମିତା ମିଶ୍ର, ସଂପାଦିକା ଇ.ସଂଯୁକ୍ତା ପାତ୍ର, ଆଧ୍ୟାତ୍ମିକପ୍ରେମୀ ଡି.ନମିତା ପାତ୍ର, ଡି.ଶାନ୍ତିଲତା ପାତ୍ର, ସସ୍ମିତା ସୁବୁଦ୍ଧି, ବବିତା ପାତ୍ର, ପ୍ରତିମା ପାଢୀ, ରାଜଶ୍ରୀ ପାଢୀ, ବବିତା ସାସମଲ, ଲିଲି ସ୍ୱାଇଁ, ପ୍ରମିଳ ସାସମଲ, ଜଗଦମ୍ବା ଆଚାରୀ, ଅମ୍ବିକା ଆଚାରୀ, ଡି.ଗୌରୀ ପାତ୍ର, ନମିତା ପ୍ରଧାନ, ପାର୍ବତୀ ଆଚାରୀ, ମାନନୀ ପ୍ରଧାନ, କୁନି ଡାକୁଆଙ୍କ ସମେତ ବହୁ ଶ୍ରଦ୍ଧାଳୁ ଭକ୍ତ ସକ୍ରିୟ ସହଯୋଗ କରିଥିବା ଲକ୍ଷ୍ୟ କରାଯାଇଥିଲା ।


