ଲାୟନ୍ସ କ୍ଳବ ପକ୍ଷରୁ ଆସିକାରେ ଗୁରୁପୂଜନ ଉତ୍ସବ
ଆସିକା (ୱାଇଏନ୍ଏସ୍) :ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଲାଗି ତିନି ଜଣ ଆଦର୍ଶ ଶିକ୍ଷାବିତ୍ଙ୍କୁ ଆସିକା ଲାୟନ୍ସ କ୍ଳବ ପବିତ୍ର ଗୁରୁଦିବସ ଅବସରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସମ୍ମାନିତ କରିଥିବା ଜଣାପଡିଛି । ଆସିକା ଲାୟନ୍ସ କ୍ଳବର ସଭାପତି ଲାୟନ୍ସ ପି.ସୁଧାକର ପାତ୍ରଙ୍କ ଅଧ୍ୟକ୍ଷତାରେ ଲାୟନ୍ସ କମ୍ୟୁନିଟି ହଲ୍ ପରିସରରେ ଅନୁଷ୍ଠିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଆଦର୍ଶ ତଥା ଛାତ୍ରବତ୍ସଳ ଶିକ୍ଷାବିତ୍ ଡଃ ପ୍ରସନ୍ନ କୁମାର ଦଳେଇ ଏବଂ ପି.ରାମାରାଓ ଓ ବଂଶୀଧର ରଥଙ୍କୁ ପବିତ୍ର ଗୁରୁଦିବସ ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଆସିକା ଲାୟନ୍ସ କ୍ଳବର ପୂର୍ବତନ ସଭାପତି କେ.କିଶୋର କୁମାର ସେନାପତି, ବସନ୍ତ କୁମାର ଷଡଙ୍ଗ, ବି.ଭେଙ୍କେଟ ରମଣ ମୂର୍ତ୍ତି, ନିଳାଞ୍ଚଳ ପାତ୍ର ପ୍ରମୁଖ ଯୋଗଦେଇ ଭାରତୀୟ ଗୁରୁକୂଳ ପରମ୍ପରା ସମଗ୍ର ବିଶ୍ୱ ପାଇଁ ମହତ୍ୱ ଏବଂ ଆଦର୍ଶ ବୋଲି ପ୍ରକାଶ କରି ତ୍ରେତୟା ଯୁଗରେ ପ୍ରଭୂ ରାମଚନ୍ଦ୍ରଙ୍କ ଗୁରୁ ବିଶ୍ୱାମିତ୍ରଙ୍କ ସମେତ ଦ୍ୱାପର ଯୁଗରେ ଭୀଷ୍ମଙ୍କ ଗୁରୁ ପର୍ଶୁରାମ, କର୍ଣ୍ଣଙ୍କ ଗୁରୁ କୃପାଚାର୍ଯ୍ୟ, କୃଷ୍ଣଙ୍କ ଗୁରୁ ସାନ୍ଦିପନୀ ଓ ଅର୍ଜୁନଙ୍କ ଗୁରୁ ଦ୍ରୋଣାଚାର୍ଯ୍ୟଙ୍କ ଭଳି ଗୁରୁମାନଙ୍କ ଅବଦାନ ପୁରାଣଶାସ୍ତ୍ରମାନଙ୍କରେ ସର୍ବୋଚ୍ଚ ସ୍ଥାନ ଅଧିକାର କରିରହିଥିଲା ବେଳେ ସମାଜ ଗଠନରେ ଗୁରୁଙ୍କ ଅବଦାନ ସଦାସର୍ବଦା ଅତୁଳନୀୟ ଓ ଚିର ସ୍ମରଣୀୟ ବୋଲି ପ୍ରକାଶ କରିଥିଲେ । ଆସିକା ଲାୟନ୍ସ କ୍ଳବ ପକ୍ଷରୁ ଅନୁଷ୍ଠିତ ଗୁରୁପୂଜନ ଉତ୍ସବ ପାଳନ କାର୍ଯ୍ୟକ୍ରମରେ ସଂଗଠନର ସଭାପତି ପି.ସୁଧାକର ପାତ୍ର, ସଂପାଦକ ପ୍ରିୟବ୍ରତ ମିଶ୍ର, ପୂର୍ବତନ ସଭାପତି କେ.କିଶୋର କୁମାର ସେନାପତି, କେ.ସନ୍ତୋଷ କୁମାର ସେନାପତି, ଇ ଅରୁଣ କୁମାର ପାତ୍ର, ବି.ଭେଙ୍କେଟ ରମଣ ମୂର୍ତ୍ତି, ବସନ୍ତ କୁମାର ଷଡଙ୍ଗୀ, ଏ.ରାଜକିଶୋର ପାତ୍ର, ଅନିଲ୍ କୁମାର ପୃଷ୍ଟି, ପି.ତିରୁପତି ପାତ୍ର, ବି.ମୋହନ ପାତ୍ର, ଏ.ନିଳାଞ୍ଚଳ ପାତ୍ର, ତପନ କୁମାର ପାତ୍ର, କେ.ନିଷ୍ଟପ୍ରିୟ ସୁବୁଦ୍ଧି (ରାଜା), ଏସ୍.ବଦ୍ରି ନାରାୟଣ ପୃଷ୍ଟି, ବିଶ୍ୱଜିତ୍ ରାୟ, ବିଶ୍ୱଜିତ୍ ଆଚାର୍ଯ୍ୟଙ୍କ ସମେତ ବହୁ ସଦସ୍ୟ ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା ।


