ଶ୍ରୀ ଶ୍ରୀ ଜଗନ୍ନାଥ କଥାମୃତ ଜ୍ଞାନଯଜ୍ଞ ଉଦ୍ଯାପିତ
ଆସିକା (ୱାଇଏନ୍ଏସ୍) : ଜଗନ୍ନାଥ ସଂସ୍କୃତିର ପ୍ରଚାର ଓ ପ୍ରସାର ପାଇଁ ପୂର୍ବବର୍ଷ ମାନଙ୍କ ଭଳି ଚଳିତବର୍ଷ ମଧ୍ୟ ଆସିକା ଗୋପୀନାଥ ମନ୍ଦିର ପରିଚାଳନା କମିଟି ଓ ଆନ୍ତର୍ଜାତୀୟ ଚାରଣ ଗୋଷ୍ଠୀ (ଆସିକା ଶାଖା) ଆନୁକୂଲ୍ୟରେ ଖମ୍ବେଶ୍ୱରୀପାଟଣା ସ୍ଥିତ ଶ୍ରୀ ଶ୍ରୀ ଗୋପୀନାଥ ମନ୍ଦିର ଓରଫ୍ ବାଲାଜୀ ଦୋରା ମଠ ପରିସରରେ ଗତ ଅଗଷ୍ଟ ମାସ ୨୩ ତାରିଖ ଠାରୁ ଗତ ଦୁଇ ସପ୍ତାହ ଧରି ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପବିତ୍ର ଝୁଲଣ ଯାତ୍ରା ଏବଂ ଜନ୍ମାଷ୍ଟମୀ ଉପଲକ୍ଷେ ଚାଲିଥିବା ଶ୍ରୀ ଶ୍ରୀ ଜଗନ୍ନାଥ କଥାମୃତ (ଶ୍ରୀମଦ୍ ଭାଗବତ) ଜ୍ଞାନଯଜ୍ଞ ଉଦ୍ଯାପିତ ହୋଇଥିବା ଲକ୍ଷ୍ୟ କରାଯାଇଛି । ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ନୟାଗଡ ଅଞ୍ଚଳର ଆଧ୍ୟାତ୍ମିକ ପ୍ରବଚକ ପଣ୍ଡିତ ଶ୍ରୀ ଗୋପାଳ ରାଜଗୁରୁ ଯୋଗଦେଇ ଅର୍ଶୀବଚନ ପ୍ରଦାନ କରୁଥିଲେ । ଶ୍ରୀ ଜଗନ୍ନାଥ କଥାମୃତ ଜ୍ଞାନଯଜ୍ଞର ଉଦ୍ଯାପନୀ ଦିବସରେ ଆଧ୍ୟାତ୍ମିକପ୍ରେମୀ ତଥା ଚାରଣ ଗୋଷ୍ଠୀ ଆସିକା ଶାଖାର ଉପଦେଷ୍ଟା ବରିଷ୍ଠ ସାମ୍ବାଦିକ ସତ୍ୟନାରାୟଣ ରଥ, ସିମାଞ୍ଚଳ ରଥ, ଭଗବାନ ମହାରଣା, ତ୍ରିପତି ପାତ୍ର ପ୍ରମୁଖ ଯୋଗଦେଇ ଠାକୁରଙ୍କୁ ପୂଜାର୍ଚ୍ଚନା କରିବା ସାଙ୍ଗକୁ ଆସିକା ଅଞ୍ଚଳବାସୀଙ୍କ ସୁଖ, ସମୃଦ୍ଧି ଓ ମଙ୍ଗଳ କାମନା କରିବା ସହ ଆଧ୍ୟାତ୍ମିକ ଚିନ୍ତାଧାରା ମାଧ୍ୟମରେ ମନୁଷ୍ୟ ସମାଜର ଉନ୍ନତି ସମ୍ଭବ ହୋଇଥିବା ବେଳେ ସାମାଜିକ ଜୀବନକୁ ସରସ, ସୁନ୍ଦର ଓ ସଦ୍ମାର୍ଗରେ ଗଢିତୋଳିବା ପାଇଁ ସତ୍ସଙ୍ଗର ଆବଶ୍ୟକତା ଜରୁରୀ ବୋଲି ମତବ୍ୟକ୍ତ କରିଥିବା ଦେଖିବାକୁ ମିଳିଥିଲା । ଶ୍ରୀ ଶ୍ରୀ ଗୋପୀନାଥ ମନ୍ଦିର ପରିଚାଳନା କମିଟି ଓ ଚାରଣ ଗୋଷ୍ଠୀ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିବା ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମକୁ ସୁପରିଚାଳନା କରିବା ଦିଗରେ ଚାରଣ ଗୋଷ୍ଠୀର ଦଳପତି ପ୍ରଫୁଲ୍ଲ ଚନ୍ଦ୍ର ପାଣିଗ୍ରାହୀ, ଚାରଣ ଗୋଷ୍ଠୀ ଆସିକା ଶାଖାର ଉପଦେଷ୍ଟା ତଥା ବରିଷ୍ଠ ସାମ୍ବାଦିକ ସତ୍ୟନାରାୟଣ ରଥ, କାର୍ଯ୍ୟକାରୀ ଦଳପତି ଓ ସଂଗଠକ ସିମାଞ୍ଚଳ ରଥ, ଉପଦଳପତି ଡି.ଲିଙ୍ଗରାଜ ପାତ୍ର, ସଂପାଦକ କାମେଶ୍ୱର ଆଚାରୀ, ସହସଂପାଦକ ବି.ପ୍ରଦୀପ କୁମାର ପାତ୍ର, କୋଷାଧ୍ୟକ୍ଷ ଭଗବାନ ମହାରଣା, ସହକୋଷାଧ୍ୟକ୍ଷ କେ.ସତ୍ୟନାରାୟଣ ପାତ୍ର, ଚାରଣ ଏସ୍.ତ୍ରିପତି ପାତ୍ର, ବିନୋଦ ବିହାରୀ ପାତ୍ର, ସିଏଚ୍.ବାବୁ ପାତ୍ର, ଦୁର୍ଗାଚରଣ ମିଶ୍ର, ସୁରେଶ ଚନ୍ଦ୍ର ବିଷୋୟୀ, ସୂର୍ଯ୍ୟନାରାୟଣ ପାଣିଗ୍ରାହୀ, ଆଧ୍ୟାତ୍ମିକପ୍ରେମୀ ବରିଷ୍ଠ ସାମ୍ବାଦିକ ସତ୍ୟନାରାୟଣ ରଥ, ଡି.ରାହୁଳ କୁମାର ପାତ୍ର, ମହିଳା ସତ୍ସଙ୍ଗ କେନ୍ଦ୍ରର ସଭାନେତ୍ରୀ ଅମିତା ମିଶ୍ର, ସଂପାଦିକା ଇ.ସଂଯୁକ୍ତା ପାତ୍ର, ଆଧ୍ୟାତ୍ମିକପ୍ରେମୀ ଡି.ନମିତା ପାତ୍ର, ଡି.ଶାନ୍ତିଲତା ପାତ୍ର, ସସ୍ମିତା ସୁବୁଦ୍ଧି, ବବିତା ପାତ୍ର, ପ୍ରତିମା ପାଢୀ, ରାଜଶ୍ରୀ ପାଢୀ, ବବିତା ସାସମଲ, ଲିଲି ସ୍ୱାଇଁ, ପ୍ରମିଳା ସାସମଲ, ଜଗଦମ୍ବା ଆଚାରୀ, ଅମ୍ବିକା ଆଚାରୀ, ଡି.ଗୌରୀ ପାତ୍ର, ନମିତା ପ୍ରଧାନ, ପାର୍ବତୀ ଆଚାରୀ, ମାନନୀ ପ୍ରଧାନ, କୁନି ଡାକୁଆଙ୍କ ସମେତ ବହୁ ଶ୍ରଦ୍ଧାଳୁ ଭକ୍ତ ସହଯୋଗ କରିଥିଲା ବେଳେ ଆଧ୍ୟାତ୍ମିକପ୍ରବଚକ ପଣ୍ଡିତ ଶ୍ରୀ ଗୋପାଳ ରାଜଗୁରୁଙ୍କ ମୁଖରୁ ଅର୍ଶୀବଚନ ଶ୍ରବଣ କରିବା ଲାଗି ପ୍ରତ୍ୟହ ଶ୍ରଦ୍ଧାଳୁ ପୁରୁଷ ଓ ମହିଳା ଭକ୍ତଙ୍କ ଭିଡ ଜମୁଥିବା ଦେଖିବାକୁ ମିଳୁଥିଲା ।


