ଗୁରୁପୂଜନ ଉତ୍ସବ ଅନୁଷ୍ଠିତ
ଆସିକା (ୱାଇଏନ୍ଏସ୍) : ଭାରତର ପ୍ରଥମ ଉପରାଷ୍ଟ୍ରପତି ତଥା ଦ୍ୱିତୀୟ ରାଷ୍ଟ୍ରପତି ଡ. ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ପବିତ୍ର ଜନ୍ମତିଥି ଅବସରରେ ଦେବଭୂମୀ ଗ୍ରାମର ଅନ୍ୟତମ ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଟିମ୍ ହେଲପିଂ ହ୍ୟାଣ୍ଡ ପକ୍ଷରୁ ପିଏମ୍ଶ୍ରୀ ନୋଡାଲ୍ ଉଚ୍ଚ ବିଦ୍ୟାଳୟ ଦେବଭୂମୀ ପରିସରରେ ଉତ୍ସହ ଓ ଉଦ୍ଦୀପନାର ସହ ଗୁରୁପୂଜନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଗୁରୁପୂଜନ କାର୍ଯ୍ୟକ୍ରମରେ ଟିମ୍ ହେଲପିଂ ହ୍ୟାଣ୍ଡର ପ୍ରତିଷ୍ଠାତା ତଥା ସଭାପତି ବି.ଶ୍ରୀକାନ୍ତ ପାତ୍ର, ଧିରେନ୍ ପ୍ରଧାନ, ଶୁଭମ୍ ପ୍ରଧାନ, ରାଜୀବ ସେଠୀ, ଦେବାଶିଷ୍ ପାଢୀ, ସାଗର ସ୍ୱାଇଁ, ସମ୍ବିତ୍ ପ୍ରଧାନ, ରୂପମ୍ ସାହୁ, ଗଣେଶ ନାହାକ, ରାହୁଳ ସାହୁ, ପ୍ରଫୁଲ ନାୟକ, ସମରଜିତ୍ ସାହୁ, ଶୁଭଙ୍କର ସେଠୀ, କୁଳମଣି ନାହାକ, ରେବତୀ ପାତ୍ର, ଲିଜା ପ୍ରଧାନ, ରେଣୁ ପ୍ରଧାନ, କରିନା ବେହେରା, ମାମାଲୀ ବେହେରା, ଲାବଣ୍ୟ ଦାଶ ପ୍ରମୁଖ ଯୋଗଦେଇ ଦେଶର ଭବିଷ୍ୟତ ଗଠନ ଉତ୍ତମ ଶିକ୍ଷକ ଉପରେ ନିର୍ଭର କରୁଥିବା ବେଳେ ଶିକ୍ଷକତା ଏକ ସମ୍ମାନନୀୟ ବୃତ୍ତି ହୋଇଥିବା ଯୋଗୁଁ ଗୁରୁଶିଷ୍ୟ ପରମ୍ପରା ଆମ ଭାରତୀୟ ସଂସ୍କୃତିର ଗର୍ବ ଓ ଗୌରବ ରୂପେ ପରିଗଣିତ ହେଉଥିବା ବେଳେ ଜଣେ ଉତ୍ତମ ଶିକ୍ଷକ ହିଁ ନିଜର ଶିଷ୍ୟକୁ ଉତ୍ତମ ଓ ଚରିତ୍ରବାନ୍ ନାଗରିକ ଭାବେ ଗଢିତୋଳିଥାଏ ଯିଏକି ଭବିଷ୍ୟତରେ ରାଷ୍ଟ୍ର ନିର୍ମାଣରେ ବେଶ୍ ସହାୟକ ହୋଇଥାଏ ବୋଲି ପ୍ରକାଶ କରିଥିଲେ । ଏହି ଅବସରରେ ଦେବଭୂମୀ ଗ୍ରାମର ଟିମ୍ ହେଲ୍ପିଂ ହ୍ୟାଣ୍ଡ ପକ୍ଷରୁ ପିଏମ୍ଶ୍ରୀ ନୋଡାଲ୍ ଉଚ୍ଚ ବିଦ୍ୟାଳୟ ଦେବଭୂମୀ ପ୍ରଧାନଶିକ୍ଷକ ସୁଶାନ୍ତ କୁମାର ପଣ୍ଡା, ସହକାରୀ ଶିକ୍ଷକ ଲବ ସେଠୀ, ରଂଜିତା ବେହେରା, ଶିବାନୀ ସେଠୀ, ଗାୟତ୍ରୀ ବିଶ୍ୱାଳ, କବିତା ସାମନ୍ତରାୟ, ଅନୁପ କୁମାର ନାୟକ, ରବିନ୍ଦ୍ର ନାୟକ, ଉଦୟ ମାଝୀ, ସଂଘମିତ୍ରା ପାଢୀ, ବବିତା ଚୌଧୁରୀ, ସଂଯୁକ୍ତା ବେହେରା, ଗାଣ୍ଡୁ ସ୍ୱାଇଁ, ଗୋପୀନାଥ ପାଢୀ, ପ୍ରଶାନ୍ତ ନାୟକ, ସୂର୍ଯ୍ୟନାରାୟଣ ବେହେରା ପ୍ରମୁଖଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନପୂର୍ବକ ପବିତ୍ର ଗୁରୁଦିବସର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସାଙ୍ଗକୁ ସବୁଜମୟ ପରିବେଶକୁ ଦୃଷ୍ଟିରେ ରଖି ଚାରାରୋପଣ କରାଯାଇଥିବା ଦେଖିବାକୁ ମିଳିଥିଲା ।


