ଗାଁସାଥୀ (ମେଟ୍) ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟରେ ବିଡ଼ିଓଙ୍କୁ ଦାବିପତ୍ର

ହାଟଡିହି (ଓ୍ବାଇଏନଏସ): ଗାଁସାଥୀ (ମେଟ୍) ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟି, ଓଡ଼ିଶା ପ୍ରଦେଶର ସଭାପତି ଶ୍ରୀ ଲକ୍ଷ୍ମୀଧର ବିଶ୍ୱାଳଙ୍କ ଆହ୍ୱାନ କ୍ରମେ ୯ ଦଫା ରାଜ୍ୟ ଦାବି ଓ ୬ ଦଫା ବ୍ଳକଦାବିକୁ ନେଇ  ବିଡ଼ିଓଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଓ ଅନ୍ୟମାନଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି । ସଂଘର ବ୍ଲକ ସଭାପତି ଶଶଧର ସେଠୀଙ୍କ ନେତୃତ୍ବରେ ଶତାଧିକ ଗାଁସାଥୀ (ମେଟ୍) ସଭ୍ୟ/ ସଭ୍ୟା ଓ ବ୍ଳକ ତଥା ପଞ୍ଚାୟତ ସଂଗଠକଗଣ ମିଳିତ ହୋଇ ଏକ ବୈଠକରେ ନିଜର ଦାବି ଉପରେ ଆଲୋଚନା କରିବା ପରେ ବିଡ଼ିଓଙ୍କ ଜରିଆରେ ମାନନୀୟ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଥିଲେ। ମାସିକ ୧୫ହଜାରରୁ ଊର୍ଦ୍ଧ୍ୱ ପ୍ରୋତ୍ସାହନ, ଫାଙ୍କାଥିବା ଜି.ଆର.ଏସ୍. ପଦବୀରେ ଯୋଗ୍ୟ ଗାଁସାଥୀଙ୍କୁ ସଂରକ୍ଷଣ ଭିଭିରେ ମୁତୟନ,  ଜବକାର୍ଡଧାରୀମାନଙ୍କୁ ସେମାନଙ୍କର ଡିମାଣ୍ଡ ଆଧାରରେ ବର୍ଷକୁ ୩୦୦ ଦିନର କାମ ଆଦି ୯ ଦଫା ଦାବିରେ ସ୍ମାରକପତ୍ର ପ୍ରଦାନ କରିଥିଲେ । ଉକ୍ତ ଦାବିକୁ ସେମାନେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ଅନ୍ୟ ୭ଜଣ ସାମ୍ବିଧାନିକ ତଥା ପ୍ରଶାସନିକ ଅଧିକାରୀମାନଙ୍କ ନିକଟକରୁ ପଠାଇଛନ୍ତି । ଠିକ୍ ସେହିପରି ଜିଲ୍ଲାସ୍ତରରେ ୬ ଦଫା ଦାବି ଯଥା-  ଗାଁସାଥୀଙ୍କ ସଠିକ୍ ଡାଟାବେସକୁ ରାଜ୍ୟକୁ ପଠାଇବା, ଚିଠି ଅନୁସାରେ ଗାଁସାଥୀଙ୍କୁ ସମସ୍ତ ଜିଓଟ୍ୟାଗ୍ କାର୍ଯ୍ୟରେ ଲଗାଇବା, ଗାଁସାଥୀ(ମେଟ୍)ଙ୍କ ବକେୟା ପ୍ରାପ୍ୟ ପ୍ରଦାନ କରିବା, ପୂର୍ବପରି ଭିବିଜୀ-ରାମଜୀ ଯୋଜନାରେ ଗାଁସାଥୀ (ମେଟ୍)ଙ୍କ ନାମରେ କାର୍ଯ୍ୟାଦେଶ ପ୍ରଦାନ ଆଦି ଡିମାଣ୍ଡକୁ ପୂରଣ ଲାଗି ବ୍ଳକ ସ୍ତରରେ ବିଡ଼ିଓଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଆସନ୍ତା ୨୧ ତାରିଖ ଭିତରେ ସରକାର କିଛି ପଦକ୍ଷେପ ନନେଲେ ସେମାନେ ରାଜ ରାସ୍ତାକୁ ଓଲ୍ହାଇବେ ବୋଲି ଶଶଧର ସେଠୀ, ଅଭିନ୍ନ କୁମାର ଜେନା, ଲଳିତ ଦାସ, ଭାଗିରଥି ଦାସ, ରମେଶ ମିଶ୍ର, ଜିତେନ୍ଦ୍ର କୁମାର ପହି, ପଦ୍ମନାଭ ଜେନା, ଶାନ୍ତିଲତା ସାହୁ, ପଦ୍ମାବତୀ ମହାପାତ୍ର, ଗଦାଧର ଶା, ମନୋରମା ଶା, ଭାରତୀ ମଲ୍ଲିକ, ସଞ୍ଜୟ କୁମାର ଦାସ, ରବିନ୍ଦ୍ର ସାହୁ, କଳ୍ପନା ମୟୀ ମିଶ୍ର, ପଦ୍ମାବତୀ ନାଇକ, ଦେବଯାନୀ ନାୟକ ପ୍ରମୁଖ ଚେତାବନୀ ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ