ବଡ଼ଲୋକ ହେବାର ସ୍ୱପ୍ନ ଦେଖାଇ କୋଟିଏରୁ ଊର୍ଦ୍ଧ୍ବ ଟଙ୍କା ଠକେଇ

ନାଉଗାଁ (ଓ୍ବାଇଏନଏସ): ରାତାରାତି ବଡ଼ଲୋକ ହେବାର ଆଶା ଦେଖାଇ ଏକାଧିକ ଲୋକଙ୍କ ଠାରୁ ପ୍ରାୟ ଏକ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ନେଇଥିବା ଠକେଇ ଅଭିଯୋଗରେ ନାଉଗାଁ ଥାନା ଅଞ୍ଚଳ ଗଳଦାରୀ ଗ୍ରାମର ଜ୍ୟୋତିରଞ୍ଜନ ମୁଦୁଲିଙ୍କୁ ପୋଲିସ ଗିରଫ କରିଛି । ଅଭିଯୋଗ ଅନୁଯାୟୀ ଜ୍ୟୋତି ରଞ୍ଜନ ବିଭିନ୍ନ ଲୋକଙ୍କ ଠାରୁ ଟଙ୍କା ନେଇ ସେୟାର ବଜାରରେ ନିବେଶ କରିବା ସହ ଉଚ୍ଚ ସୁଧରେ ଟଙ୍କା ଫେରସ୍ତ କରିବାର ପ୍ରତିଶ୍ରୁତି ଦେଉଥିଲେ । ପ୍ରଥମେ କିଛିଦିନ ସୁଧ ଟଙ୍କା ଦେବା ପରେ ପରବର୍ତ୍ତୀ ସମୟରେ ଟଙ୍କା ଫେରସ୍ତ କରିନଥିବା ଅଭିଯୋଗ ହୋଇଛି। ଟଙ୍କା ଫେରସ୍ତ କୁ ନେଇ ଅଭିଯୋଗକାରୀ ମାନଙ୍କ ସହ ତାଙ୍କର ବାଦବିବାଦ ହେବା ପରେ ଜ୍ୟୋତିରଞ୍ଜନ ୨୦୨୩ ମସିହାରୁ ଫେରାର ହୋଇ ଯାଇଥିବା କୁହାଯାଇଛି । ଟଙ୍କା ଫେରସ୍ତ ପାଇଁ ଅଭିଯୋଗକାରୀ ମାନେ ନିଆଳି ଜେଏମ୍‌ଏଫ୍‌ସି ଅଦାଲତରେ ଦୁଇଟି ୧ସିସି ମାମଲା ୧୫/୨୦୨୩ ଏବଂ ୨୦/୨୦୨୩ ଦାୟର କରିଥିଲେ। ମାମଲାରେ ମାନ୍ୟବର ଅଦାଲତଙ୍କ ପକ୍ଷରୁ ଜ୍ୟୋତି ରଞ୍ଜନଙ୍କ ନାମରେ ୱାରେଣ୍ଟ ଜାରି ହୋଇଥିଲା । ତାଙ୍କୁ ଖୋଜି ଗିରଫ କରିବା ପାଇଁ ପୋଲିସକୁ ନିର୍ଦ୍ଦେଶ ମିଳିଥିଲା । ଏହାପରେ ନାଉଗାଁ ପୋଲିସର ଥାନାଧିକାରୀ ଦେବାଶିଷ ପଣ୍ଡାଙ୍କ ତତ୍ବାବଧାନରେ ଏସଆଇ ଜାକସନ ମାଝୀ  ଙ୍କ ନେତୃତ୍ବରେ ସଦଳବଳେ ଗୁରୁବାର ନିମାପଡ଼ା ଅଞ୍ଚଳରୁ ଜ୍ୟୋତିରଞ୍ଜନଙ୍କୁ ଗିରଫ କରା ଯାଇଥିଲା। ଆଜି ତାଙ୍କୁ ନିଆଳି ଜେଏମ୍‌ଏଫ୍‌ସି ଅଦାଲତରେ ହାଜର କରାଯାଇଛି । ଅଭିଯୋଗକାରୀ ମାନେ ଦେଇଥିବା ଟଙ୍କା କିପରି ଓ କେଉଁ ଆଇନଗତ ପ୍ରକ୍ରିୟାରେ ଫେରସ୍ତ ପାଇବେ, ତାହା ଅଦାଲତଙ୍କ ବିଚାର ଓ ପରବର୍ତ୍ତୀ ଆଦେଶ ପରେ ସ୍ପଷ୍ଟ ହେବ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ