ଦଶମ ବାର୍ଷିକ ଶ୍ରୀମଦ୍ ଭାଗବତ ସପ୍ତାହ ଉଦ୍‌ଘାଟିତ

ନାଉଗାଁ (ଓ୍ବାଇଏନଏସ) : ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଅନ୍ତର୍ଗତ ରୋହିଆ ପଞ୍ଚାୟତର ରୋହିଆ ଗ୍ରାମସ୍ଥିତ ଭୋଳେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଦଶମ ବାର୍ଷିକ ଶ୍ରୀମଦ୍ ଭାଗବତ ସପ୍ତାହ ପାରାୟଣ ଓ ପ୍ରବଚନ ଜ୍ଞାନଯଜ୍ଞ ମହାସମାରୋହରେ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ ଧାରାବାହିକ ପ୍ରବକ୍ତା ଭାବେ ବାବା ସତ୍ୟାନନ୍ଦ ଦାସ ଓ ନିର୍ବାଣ ବାବା ଭଗବାନ ଦାସ ମହାରାଜ ଯୋଗଦେଇଥିବା ବେଳେ ବ୍ୟାସ ଭାବେ ବାବା ଦିବ୍ୟାକୃଷ୍ଣ ଦାସ ମହାରାଜ ରହିଛନ୍ତି। ଶନିବାରଠାରୁ ଆରମ୍ଭ ହୋଇଥିବା ଏହି ଜ୍ଞାନଯଜ୍ଞ ଶୁକ୍ରବାର ପର୍ଯ୍ୟନ୍ତ ସପ୍ତାହବ୍ୟାପୀ ଚାଲିବ। ଏହି ସମୟରେ ଭାଗବତ କଥା ଓ ପ୍ରବଚନ ପ୍ରଦାନ କରାଯିବ ବୋଲି ଶିକ୍ଷାବିତ୍ ନିରଞ୍ଜନ ମହାନ୍ତି ପ୍ରକାଶ କରିଛନ୍ତି। ଦୀର୍ଘ ଦଶ ବର୍ଷ ଧରି ଏହି କାର୍ଯ୍ୟକ୍ରମ ପାଳିତ ହୋଇଆସୁଥିବାରୁ ଚଳିତ ବର୍ଷ ମଧ୍ୟ ଗ୍ରାମବାସୀଙ୍କ ମଧ୍ୟରେ ବେଶ୍ ଉତ୍ସାହ ଓ ଆନନ୍ଦ ପରିଲକ୍ଷିତ ହୋଇଛି। ଶ୍ରୀ ଜଗନ୍ନାଥ ଭାଗବତ ପ୍ରଚାର ସମିତିର କର୍ମକର୍ତ୍ତାଙ୍କ ସମେତ ସମସ୍ତ ଗ୍ରାମବାସୀ ଏହି ଆୟୋଜନରେ ସହଯୋଗ କରୁଛନ୍ତି। ଭାଗବତ କଥା ଓ ହରିକଥା ଶ୍ରବଣ ପାଇଁ ଆଖପାଖ ଅଞ୍ଚଳରୁ ବହୁ ଶ୍ରଦ୍ଧାଳୁଙ୍କ ସମାଗମ ହେଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ