କଟକରେ ଅପମିଶ୍ରିତ ଫଳ ବିକ୍ରି ଉପରେ ଆକ୍ସନ୍‌

କଟକ, (ଓ୍ବାଇଏନଏସ): ପାର୍ବଣ ପୂର୍ବରୁ କଟକ ସହରରେ ଅପମିଶ୍ରିତ ଫଳ ବିକ୍ରି ରୋକିବାକୁ ସଜାଗ ହୋଇଛି କଟକ ମହାନଗର ନିଗମ । ଫଳ ଦୋକାନଗୁଡ଼ିକରେ ଖାଦ୍ୟ ସୁରକ୍ଷା ଟିମ୍‌ ପକ୍ଷରୁ ଚଢ଼ାଉ ଜୋରଦାର କରାଯିବ ବୋଲି ମହାନଗର ନିଗମର ହେଲ୍ଥ ଅଫିସର କହିଛନ୍ତି । ଗତକାଲି ବକ୍ସି ବଜାରର କିଛି ଅଞ୍ଚଳରେ ଫଳ ଦୋକାନଗୁଡ଼ିକରେ ଚଢ଼ାଉ କରାଯାଇଥିଲା । ଆଜି ମଧ୍ୟ ସହରର କିଛି ଫଳ ଦୋକାନରେ ଯାଞ୍ଚ ଓ ଚଢ଼ାଉ କରାଯିବ । ପାର୍ବଣ ସମୟରେ ଯେପରି କୌଣସି ଦୋକାନୀ ଅପମିଶ୍ରିତ ଫଳ ବିକ୍ରି କରି ନପାରନ୍ତି, ସେନେଇ ମହାନଗର ନିଗମ ପକ୍ଷରୁ ସ୍ୱତନ୍ତ୍ର ଭାବେ ନଜର ରଖାଯାଉଛି । ଆଗାମୀ ଦିନରେ ମଧ୍ୟ ଫଳ ଦୋକାନଗୁଡ଼ିକରେ ଯାଞ୍ଚ ଜାରି ରହିବ । ଅପମିଶ୍ରିତ ଫଳ ବିକ୍ରି ଉପରେ ରୋକ୍ ଲଗାଇବା ସହ ଗ୍ରାହକଙ୍କୁ ସୁରକ୍ଷିତ ଫଳ ଯୋଗାଇବା ଦିଗରେ ଧ୍ୟାନ ଦିଆଯାଉଥିବା ହେଲ୍ଥ ଅଫିସର କହିଛନ୍ତି ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ