ମହାନଦୀରେ ଗାଧୋଇବା ବେଳେ ସୁଅରେ ଭାସି ଯୁବକ ନିଖୋଜ

କଟକ, (ଓ୍ବାଇଏନଏସ): କଟକ ଜିଲ୍ଲା ବାଙ୍କୀ ମହାନଦୀ ପଠାର ଘୋଡ଼ାବର ନଦୀ ତୁଠରେ ଗାଧୋଉଥିଵା ବେଳେ ଜଣେ ଯୁବକ ସୁଅରେ ଭାସିଯାଇଛନ୍ତି। ବର୍ତ୍ତମାନ ସୁଦ୍ଧା ତାଙ୍କର ପତ୍ତାମିଳିନାହିଁ। ସୂଚନାନୁଯାୟୀ କଟକ ଚାଉଳିଆଗଞ୍ଜ ଅଞ୍ଚଳରୁ ୩ ଜଣ ସାଙ୍ଗ ଅଂଶୁପା ପର୍ଯ୍ୟଟନ ସ୍ଥଳୀକୁ ବଣଭୋଜି କରିବାକୁ ଆସିଥଲେ। ଭୋଜି ସାରି ୩ ଜଣ ସାଙ୍ଗ ଅପରାହ୍ନରେ ନଦୀରେ ଗାଧୋଉଥିବା ବେଳେ ଜଣେ ହଠାତ ସୁଅରେ ଭାସିଯାଇଥିଲେ। ଖବର ପାଇ ଡମପଡା ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପଂହଁଚିଥିଲା। ନଦୀରୁ ୨ ଜଣଙ୍କୁ ଉଦ୍ଧାର କରିଛି। ଖବର ଲେଖାଯିବା ବେଳକୁ ଭାସିଯାଇଥିବା ଯୁବକଙ୍କ ପତ୍ତାମିଳିନଥିବା ଜଣାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ