ଗଣେଶ ପୂଜା ପୂର୍ବରୁ ଛତ୍ରପୁରରେ ପୋଲିସର ଫ୍ଲାଗମାର୍ଚ୍ଚ

ଛତ୍ରପୁର, (ଓ୍ବାଇଏନଏସ): ରାତି ପାହିଲେ ଶ୍ରୀଗଣେଶ ପୂଜା। ଏଥିପାଇଁ ଛତ୍ରପୁର ସହର ଚଳଚଞ୍ଚଳ ହୋଇଉଠିଛି। ସ୍କୁଲ, କଲେଜଠାରୁ ଆରମ୍ଭ କରି ବିଭିନ୍ନ ଛକ, ବ୍ୟାଙ୍କ ଓ ସାହିରେ ଗଣେଶ ପୂଜା ଆୟୋଜନ କରାଯିବ। ପାର୍ବଣ ଋତୁ ଆରମ୍ଭ ହେଉଥିବାରୁ ଶାନ୍ତି ଓ ଶୃଙ୍ଖଳାର ସହ ପୂଜା ପାଳନ ପାଇଁ ପୋଲିସ ପକ୍ଷରୁ ଆଗୁଆ ସଚେତନତା ଓ ସୁରକ୍ଷା ବ୍ୟବସ୍ଥା ଆରମ୍ଭ କରାଯାଇଛି। ଏହି ପରିପ୍ରେକ୍ଷୀରେ ଛତ୍ରପୁର ଥାନା ପକ୍ଷରୁ ରବିବାର ସନ୍ଧ୍ୟାରେ ଏକ ଫ୍ଲାଗମାର୍ଚ୍ଚ ଆୟୋଜିତ ହୋଇଥିଲା। ସ୍ଥାନୀୟ ଅପର ବସଷ୍ଟାଣ୍ଡଠାରୁ ଫ୍ଲାଗମାର୍ଚ୍ଚ ବାହାରି ସହରର ବିଭିନ୍ନ ଅଞ୍ଚଳ ପରିକ୍ରମା କରିଥିଲା। ପୂଜା ସମୟରେ ଆଇନଶୃଙ୍ଖଳା ବଜାୟ ରଖିବା ସହ ଶାନ୍ତିପୂର୍ଣ୍ଣ ଭାବେ ପାର୍ବଣ ପାଳନ ପାଇଁ ଏହି ଫ୍ଲାଗମାର୍ଚ୍ଚ ମାଧ୍ୟମରେ ପୋଲିସ ପକ୍ଷରୁ ବାର୍ତ୍ତା ଦିଆଯାଇଥିଲା। ଏଥିରେ ଛତ୍ରପୁର ଏସ୍‌ଡିପିଓ ଚନ୍ଦନ କୁମାର ଘଡ଼ାଇ, ଛତ୍ରପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ, ଏକ୍ଜିକ୍ୟୁଟିଭ୍‌ ମାଜିଷ୍ଟ୍ରେଟ୍‌ ତଥା ଅତିରିକ୍ତ ତହସିଲଦାର ଏନ୍‌. ରବି ପ୍ରଧାନଙ୍କ ସମେତ ବହୁ ପୋଲିସ ଅଧିକାରୀ ଓ କର୍ମଚାରୀ ସାମିଲ ହୋଇଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ