ଆଇନଜୀବୀଙ୍କ ବିୟୋଗରେ ଖେମୁଣ୍ଡି ଓକିଲ ସଂଘ ପକ୍ଷରୁ ଶୋକସଭା
ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଓକିଲ ସଂଘ ର ବରିଷ୍ଠ ସଦସ୍ୟ ବରିଷ୍ଠ ଆଇନଜୀବି ବଂଶୀଧର ପାଳ ଙ୍କ ଭୁବନେଶ୍ଵର ସ୍ଥିତ ଏକ ଘରୋଇ ହସ୍ପିଟାଲ ରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଯାଇଛି। ଗତ ୧୯୪୯ ଜୁନ ୨୮ ତାରିଖରେ ଜନ୍ମ ଗ୍ରହଣ କରିଥିବା ବଂଶୀଧର ବ୍ରହ୍ମପୁର ରେ ଓକିଲାତି କରୁଥିଲେ। ସେ ତାଙ୍କର ପେଷାକୁ ସେବା ଭାବରେ ଗ୍ରହଣ କରି ଜଣେ ଆଦର୍ଶ ଆଇନଜୀବି ଭାବେ ବେଶ୍ ପରିଚିତ ଥିଲେ। ସେ ଦିଗପହଣ୍ଡି କୋର୍ଟ କୁ ମଧ୍ୟ ଆସି ତାଙ୍କ ମହକିଲ ମାନଙ୍କ ପାଇଁ ମକଦ୍ଦମା ଲଢୁୁଥିଲେ। ତାଙ୍କ ଆକସ୍ମିକ ବିୟୋଗରେ ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ଓକିଲ ସଂଘ ପକ୍ଷରୁ ବୁଧବାର ମଧ୍ୟାହ୍ନରେ ଏକ ଶୋକସଭା ଅନୁଷ୍ଠିତ ହୋଇଥିଲା। ସଂଘର ସମ୍ପାଦକ ସନ୍ତୋଷ କୁମାର ସାହୁ, ପୂର୍ବତନ ସଭାପତି ସୂର୍ଯ୍ୟ ନାରାୟଣ ସାହୁ, ରସାନନ୍ଦ ରାଉତ, ଚନ୍ଦ୍ରଧ୍ବଜ ସିଂହ, ରବିନ୍ଦ୍ର ନାଥ ପାଣିଗ୍ରାହୀ, ରତ୍ନାକର ମେକାପ, ଅଶେଷ ନାଥ ମିଶ୍ର, ହରପ୍ରସାଦ ରଥ,ରବୀନ୍ଦ୍ର ସାହୁ,ରଞ୍ଜନ କୁମାର ବେହେରା, ସରକାରୀ ଓକିଲ ପରେଶ ଚନ୍ଦ୍ର ରଥ, ହେମନ୍ତ କୁମାର ପାଣିଗ୍ରାହୀ, ସିମାଞ୍ଚଳ ପ୍ରଧାନ ଙ୍କ ସମେତ ପ୍ରଦୀପ କୁମାର ନାୟକ, ନୀଳମାଧବ ରଥ, କିଶୋର ଚନ୍ଦ୍ର ଗୌଡ଼, ଅକ୍ଷୟ କୁମାର ମହାନ୍ତି, ସଚିକାନ୍ତ ରଥ ପ୍ରମୁଖ ବହୁ ଆଇନଜୀବି ଉପସ୍ଥିତ ରହି ତାଙ୍କ ସ୍ମୃତି ଚାରଣ କରିବା ସହ ଅମର ଆତ୍ମାର ସଦଗତି ନିମନ୍ତେ ନୀରବ ପ୍ରାର୍ଥନା କରିଥିଲେ।


