ଜଳ ସେଚନ ବିଭାଗର ସେବା ସଂକଳ୍ପ ଅଭିଯାନ

ବନ୍ତ,(ଚାନ୍ଦିନୀ ମହାନ୍ତି ): ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୀଙ୍କ ୭୬ତମ ଜନ୍ମ ଦିନ ଅବସରରେ ଜଳ ସମ୍ପଦ ବିଭାଗ ଓଡିଶା ସରକାରଙ୍କ ନିର୍ଦ୍ଦେଶ କ୍ରମେ ସେଵା ସଂକଳ୍ପ ଅଭିଯାନ ୨୦୨୬ ଅଧିନରେ ବୃକ୍ଷରୋପଣ ଓ କେନାଲ ସଫେଇ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଛି। ଏପରିପେକ୍ଷୀରେ ଶାଳପଡା ବୈତରଣୀ ଜଳ ସେଚନ ବିଭାଜନ ତଥା ଶାଳନିଆ ଉପଖଣ୍ଡ ଅଧିନ ବନ୍ତ ସେକ୍ସନ ୩ରେ ଗୁରବାର ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପଧାନପଡା ନିକଟସ୍ଥ ଡାଳିମ୍ବଗଢିଆ ଡିସଟ୍ରିବୁଟାରୀ କେନାଲ ବନ୍ଧ ପାର୍ଶ୍ଵରେ ସିରିଶ, କଦମ୍ବ, କୃଷ୍ଣଚୂଡ଼ା, ଶିଶୁ, ପିଜୁଳି ଆଦି ଶହେ ବୃକ୍ଷ ରୋପଣ କରାଯାଇଥିଲା । କାର୍ଯ୍ୟକ୍ରମରେ କନିଷ୍ଠ ଯନ୍ତ୍ରୀ ଦୀପ୍ତି ରଞ୍ଜନ ରାଉତ, କର୍ମଚାରୀ ଅମର ରାଉତଙ୍କ ସମେତ ନିରଞ୍ଜନ ମଲ୍ଲିକ, ସୁବାଷ ସାହୁ, ନାରାୟଣ ସେଠୀ, ଅନିରୁଦ୍ଧ ନାୟକ, ହୃଷିକେଶ ପାତ୍ର, ଦିଲୀପ ବିଶ୍ୱାଳ, ଯୋଗେନ୍ଦ୍ର ସାହୁ ପ୍ରମୁଖ ୮ ପାଣି ପଞ୍ଚାୟତର କର୍ମକର୍ତ୍ତା ଏବଂ ଚାଷୀ ମାନେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମ ୭ ଦିନ ଧରି ଚାଲିବାକୁ ଥିବା ବେଳେ ସମସ୍ତ ପାଣି ପଞ୍ଚାୟତ ଅଧିନ କେନାଲ ବନ୍ଧ ପାର୍ଶ୍ଵରେ ବୃକ୍ଷରୋପଣ କରାଯିବ ବୋଲି ବିଭାଗୀୟ ଅଧିକାରୀ କହିଛନ୍ତି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ