ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିନ ଉପଲକ୍ଷେ ମନ୍ଦିରରେ ପୂଜାର୍ଚ୍ଚନା

ବାଲେଶ୍ବର(ସରୋଜ ପଣ୍ଡା): ଗୁରୁବାର ସକାଳ 9ଟା ସମୟରେ ବାଲିଆ ରାମେଶ୍ୱର ମନ୍ଦିର ଠାରେ ଭାରତର ଯଶସ୍ବୀ ପ୍ରଧାନମନ୍ତ୍ରୀ, ଆଧୁନିକ ଭାରତ ନିର୍ମାଣର ବିଶ୍ୱକର୍ମା, ସମଗ୍ର ଭାରତର ପ୍ରେରଣାର ଉତ୍ସ ଆଦରଣୀୟ ଶ୍ରୀ ନରେନ୍ଦ୍ର ମୋଦି ଙ୍କୁ ଜନ୍ମ ଦିନ ଉପଲକ୍ଷେ ତାଙ୍କର ଦୀର୍ଘ ନିରାମୟ ଜୀବନ, ଭାରତ ବର୍ଷକୁ ଅଖଣ୍ଡ ଭାରତରେ ପରିଣତ କରିବାର ପ୍ରୟାସ 2047 ସୁଦ୍ଧା “ବିକଶିତ ଭାରତ “ନିର୍ମାଣ ଏବଂ ଭାରତ କୁ ବିଶ୍ଵଗୁରୁ ଭାବେ ଗଢି ତୋଳିବାର ସଂକଳ୍ପ କୁ ନୂତନ ଉର୍ଜା ଦେବାପାଇଁ ଶ୍ରୀ ରାମେଶ୍ୱର ମହାଦେବ ଙ୍କ ପାଖେ ବିଶେଷ ପୂଜାର୍ଚନା କରାଯାଇଥିଲା। ସର୍ବପ୍ରଥମେ ରେମୁଣା ର ବିଧାୟକ ତଥା ସରକାରୀ ଉପ ମୁଖ୍ୟ ସଚେତକ ଶ୍ରୀ ଗୋବିନ୍ଦ ଚନ୍ଦ୍ର ଦାସ ଏବଂ ବରିଷ୍ଠ କାର୍ଯ୍ୟକର୍ତ୍ତା ଙ୍କୁ ନେଇ ମହାଦେବ ଙ୍କ ପାଖରେ ପୂଜାର୍ଚନା କରିଥିଲେ l ମହିଳା କାର୍ଯ୍ୟକର୍ତ୍ତା ମାନେ ଭାରତ ମାନଚିତ୍ର ରଙ୍ଗ ମୁରୁଜ ଦ୍ୱାରା ଅଙ୍କନ କରି 76ଟି ଦ୍ବୀପ ପ୍ରଜ୍ବଳନ କରିଥିଲା l ଉପସ୍ଥିତ କାର୍ଯ୍ୟକର୍ତ୍ତା ମାନେ ମୋଦି ଜୀ ଙ୍କ ଦୀର୍ଘ ଓ ନିରାମୟ ଜୀବନ କାମନା କରି ଠାକୁରଙ୍କ ପାଖରେ ପ୍ରାର୍ଥନା କରିଥିଲେ  ।  ଗୁଜୁରାଟ ର ୱାର୍ଡନଗର ରୁ ଆରମ୍ଭ ହୋଇଥିବା ତାଙ୍କର 25 ବର୍ଷର ରାଜନୈତିକ ଜୀବନ ଯାତ୍ରା ଆଜି ସମଗ୍ର ଦେଶ ପାଇଁ ପ୍ରେରଣା ର ଉତ୍ସ ଅଟେ l ଜଣେ ସାଧାରଣ ନାଗରିକ ଦେଶର ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟଭାର ଗ୍ରହଣ କରି ସେ ଭାରତକୁ ଏକ ନୂଆ ପରିଚୟ ଦେଇଛନ୍ତି l ଦେଶର ସୁରକ୍ଷା ଓ ପ୍ରଗତି ପାଇଁ ତାଙ୍କର ସଂକଳ୍ପବଦ୍ଧ ବେତୃତ୍ୱ ନୂତନ ଭାରତର ଭିତ୍ତିପ୍ରସ୍ତର ସ୍ଥାପନ କରିଛି l ଗରିବ, କୃଷକ, ଯୁବାଵର୍ଗ ଓ ମହିଳା ସଶକ୍ତି କରଣ ପାଇଁ ସ୍ୱଚ୍ଛ ଭାରତ ଡିଜିଟାଲ ଇଣ୍ଡିଆ ଓ ଆତ୍ମ ନିର୍ଭର ଭାରତ ଭଳି ସାହସିକ ପଦକ୍ଷେପ ଦେଶକୁ ଆଗକୁ ନେବାରେ ସହାୟକ ହୋଇଛି l ଆନ୍ତର୍ଜାତୀୟ ସ୍ତରରେ ଭାରତର କୁଟନୈତିକ ସମ୍ପର୍କ କୁ ମଜବୁତ କରିବାରେ ତାଙ୍କର ଯୋଗଦାନ ଅତୁଳନୀୟ ବୋଲି ବିଧାୟକ ଶ୍ରୀ ଦାସ ମତବ୍ୟକ୍ତ କରିଥିଲେ l                    ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀ ପର୍ଶୁରାମ ପରିଡା, ଉପ ସଭାପତି ଶ୍ରୀ ସୁକୁମାର ଦାସ, ସମ୍ପାଦିଜା ରବିତା ଦାସ, କାର୍ଯ୍ୟକାରିଣୀ ସଦସ୍ୟ କାର୍ତ୍ତିକ ଚନ୍ଦ୍ର ଗିରି, ଉମାକାନ୍ତ ପଣ୍ଡା, ଲମ୍ବୋଦର ପ୍ରଧାନ, ଜିଲ୍ଲା ଏସ ଡି ସୀ ଚେୟାରମ୍ୟାନ ଶ୍ରୀ ବିପିନ ମାରାଣ୍ଡି,ପୂର୍ବତନ ମଣ୍ଡଳ ସଭାପତି କୃଷ୍ଣ ଚନ୍ଦ୍ର ସାହା, ଭୋଳାନାଥ ପାତ୍ର,ମଣ୍ଡଳ ସଭାପତି ଉମାକାନ୍ତ ଜେନା,ମାୟାଧର ପ୍ରଧାନ,ମାନସ ମହାନ୍ତି, ପ୍ରଫୁଲ ଦ୍ବିବେଦୀ, ରଘୁନାଥ ପରିଡା, କାଉନସିଲର ଶିବସୁନ୍ଦର ରା଼ୟ, ହେମବତି ବେହେରା, ସରପଞ୍ଚ ଆରତୀ ଶତପଥୀ, ନିତାୟୀ ଚରଣ ନାୟକ, ଅଞ୍ଜନ କୁମାର ଦାସ,ବିଜୟ କୁମାର ପଳେଇ, କୋମଲ ଲୋଚନ ପ୍ରଧାନ, ସୁବୋଧ ଚନ୍ଦ୍ର ପଣ୍ଡା, ଜିତେନ୍ଦ୍ର ସ୍ୱାଇଁ, କାର୍ତିକ ଚନ୍ଦ୍ର ଦାସ, ନିତ୍ୟାନନ୍ଦ ବେହେରା, ଶୁଭସ୍ମିତା ଦାସ,ରଶ୍ମୀରଞ୍ଜନ ରାଉତ, ମାନସ ରଞ୍ଜନ ପଣ୍ଡା, ଶାକମ୍ବରି ସିଂ, ଗଣେଶ ନାୟକ, ଚନ୍ଦ୍ର ମଣି ମହାପାତ୍ର,ପ୍ରଦୀପ ଦାସ,ସୂର୍ଯ୍ୟକାନ୍ତ ମିଶ୍ର, ମହେଶ୍ୱର ପ୍ରଧାନ, ମହେଶ୍ୱର ଗିରି, ଗଜେନ୍ଦ୍ର ସେଠି, ମିନାଖି ମହାପାତ୍ର, ଡମ୍ବରୁଧର ଦାସ, ସନ୍ତୋଷ ଦାସ, ଜୟନ୍ତୀ ପାତ୍ର, କନକଲତା ଦାସ, ଇତ୍ୟାଦି ଶତାଧିକ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥାଇ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ l କାଯ୍ୟକ୍ରମ ପରେ ଉପସ୍ଥିତ ଜନ ସାଧାରଣ ଓ କାର୍ଯ୍ୟକର୍ତ୍ତା ଙ୍କୁ ମିଶ୍ଟାନ୍ନ ବଣ୍ଟନ କରାଯାଇଥିଲା l
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ