ଗୁଣିଗାରେଡ଼ି ସନ୍ଦେହରେ ବର୍ବର ହତ୍ୟା ମାମଲା, ୧୨ ଗିରଫ

ଗୁଣପୁର (ୱାଇଏନଏସ) : ଗୁଣିଗାରେଡ଼ି ସନ୍ଦେହକୁ କେନ୍ଦ୍ର କରି ଗୁଣୁପୁର ଥାନା ଅଞ୍ଚଳରେ ଘଟିଥିବା ଏକ ଅଭାବନୀୟ ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରିଛି ପୋଲିସ। ଏହି ଘଟଣାରେ ସମ୍ପୃକ୍ତ ଥିବା ଗୋଟିଏ ଗ୍ରାମର ୧୨ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି।
ପୋଲିସ ସୂଚନା ଅନୁଯାୟୀ, ଗୁଣପୁର ଥାନା ଅନ୍ତର୍ଗତ ଗୋଠଲପଦର ପଞ୍ଚାୟତ କାକିତରା ଗ୍ରାମର ମାଟିଆ ପାତିକା ନାମକ ଜଣେ ବ୍ୟକ୍ତି ଗତ ୨ ସେପ୍ଟେମ୍ବର ସନ୍ଧ୍ୟାରେ ଘରୁ ବାହାରକୁ ଯାଇ ଆଉ ଫେରି ନ ଥିଲେ। ପରିବାର ଲୋକେ ତାଙ୍କ ଫୋନ ସୁଇଚ୍ ଅଫ୍ ପାଇ ଖୋଜାଖୋଜି କରିଥିଲେ ମଧ୍ୟ ସନ୍ଧାନ ପାଇ ନ ଥିଲେ। ପରଦିନ ସକାଳେ ଲାବା ଓ କାକିତରା ମଧ୍ୟରେ ଥିବା ବାଙ୍ଗୁରୁ ନାଳ ନିକଟରେ ମାଟିଆଙ୍କ ମୃତଦେହ ତାଙ୍କ ବାଇକ୍ ସହ ପଡ଼ିଥିବା ଦେଖିବାକୁ ମିଳିଥିଲା। ଏ ନେଇ ତାଙ୍କ ପତ୍ନୀ ସୁବର୍ଣ୍ଣୀ ପାତିକା ଗୁଣୁପୁର ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ କେସ୍ ନଂ ୧୮୭/୨୦୨୬ (ଭାରତୀୟ ନ୍ୟାୟ ସଂହିତା ଧାରା ୧୦୩(୨)) ଅନୁଯାୟୀ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଖବର ରୁ  ଜଣାପଡ଼ିଛି ଯେ, ମୃତ ମାଟିଆ ପାତିକା ଗୁଣିଗାରେଡ଼ି କରୁଥିବା ସନ୍ଦେହରେ ଗ୍ରାମବାସୀ ତାଙ୍କ ଉପରେ କ୍ରୋଧିତ ଥିଲେ। ଏଥିସହ ସେ ଗାଁର କୌଣସି ସାମୂହିକ କାର୍ଯ୍ୟକ୍ରମରେ ଭାଗ ନ ନେଇ ଅଲଗା ରହୁଥିଲେ। ୨ ସେପ୍ଟେମ୍ବର ସନ୍ଧ୍ୟାରେ ମାଟିଆ ଲାବା ଗ୍ରାମ ଆଡ଼କୁ ଯାଉଥିବା ଦେଖି ଅଭିଯୁକ୍ତମାନେ ତାଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲେ। ସେ ବାଇକ ଯୋଗେ ଘରକୁ ଫେରୁଥିବା ବେଳେ ବାଙ୍ଗୁରୁ ନାଳ ନିକଟରେ ତାଙ୍କୁ ଅଟକାଇ ଏକ କାଠ ଠେଙ୍ଗାରେ ପିଟି ପିଟି ନିର୍ମମ ଭାବେ ହତ୍ୟା କରିଥିଲେ। ପରେ ପ୍ରମାଣ ନଷ୍ଟ କରିବା ଉଦ୍ଦେଶ୍ୟରେ ମୃତଦେହ ଓ ବାଇକକୁ ନାଳ ଭିତରକୁ ଫିଙ୍ଗି ଫେରାର ହୋଇଯାଇଥିଲେ ବୋଲି  ପୋଲିସ କହିଛି. ଏହି ଘଟଣା ରେ ପୋଲିସ ହତ୍ୟାରେ ବ୍ୟବହୃତ କାଠ ଠେଙ୍ଗା,ଅଭିଯୁକ୍ତଙ୍କ ୧୨ଟି ମୋବାଇଲ୍ ଫୋନ୍, ମୃତକଙ୍କ ମୋଟରସାଇକେଲ୍ ଜବତ କରିଥିବା ବେଳେ ଏହି ହତ୍ୟାକାଣ୍ଡ ରେ ସମ୍ପୃକ୍ତି ଅଭିଯୋଗ ରେ ୧୨ ଜଣ ଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରଯାଇଛି ବୋଲି ଥାନା ଅଧିକାରୀ କେ କେ ବି କେ କହଁର ସାମ୍ବାଦିକ ମାନେ ପଚାରିବାରୁ  ସୂଚନା ଦେଇ କହିଛନ୍ତି. ଗିରଫ ଅଭିଯୁକ୍ତମାନେ (ସମସ୍ତେ କାକିତରା ଗ୍ରାମର) ସେମାନେ ହେଲେ  ବିଡିକା ରାମଚନ୍ଦ୍ର (୨୨),ବିଡ଼ିକା ରମେଶ (୨୩),ବିଡିକା ସନ୍ତୋଷ (୨୧) ମାଣ୍ଡାଙ୍ଗି ଲିଙ୍ଗରାଜ (୨୪) ପାତିକା ମୋଜେସ (୩୦) ପାତିକା ଯୋଗେନ୍ଦ୍ର (୨୦) ନିମାଲା କୁମାରୁ (୨୧)ବିଡ଼ିକା ବାଦାମା (୨୦) ରବି ବିଡି କା (୨୫) ବିଡ଼ିକା କୈଳାସ (୨୨) ବିଡିକା ରାମଦାସ ଓରଫ୍ ବିଡିକା ଦାସ (୨୦)ଓ ମାଣ୍ଡାଙ୍ଗି କେଶବ (୩୫) ବୋଲି ଗୁଣପୁର ଥାନା ଅଧିକାରୀ କେ କେ ବି କେ କହଁର   ସାମ୍ବାଦିକ ଙ୍କୁ  ସୂଚନା ଦେଇଛନ୍ତି.
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ