ଜନସ୍ୱାସ୍ଥ୍ୟ ଉପଖଣ୍ଡ କାର୍ଯ୍ୟାଳୟରେ ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା

ଆସିକା (ୱାଇଏନ୍‍ଏସ୍‍) : ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳରେ ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା ମହାସମାରୋହରେ ପାଳିତ ହୋଇଯାଇଛି । ଆସିକା ସହରର ବାଣିବିହାର ସ୍ଥିତ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଜନସ୍ୱାସ୍ଥ୍ୟ ଉପଖଣ୍ଡ ପରିସରରେ ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା ଅବସରରେ ଅନୁଷ୍ଟିତ ହୋମଯଜ୍ଞ ଓ ପୂଜାର୍ଚ୍ଚନା କାର୍ଯ୍ୟକ୍ରମରେ ବିଭାଗୀୟ କର୍ମଚାରୀ ଭାଗିରଥୀ ପାଇକ ନିଷ୍ଟାର ସହ ରହି ଦାୟିତ୍ୱ ନିର୍ବାହ କରିଥିବା ଦେଖିବାକୁ ମିଳିଥିଲା। ଆସିକା ନିକଟସ୍ଥ ନଳବଣ୍ଟା ଗ୍ରାମର ବିଦ୍ୱାନ ପଣ୍ଡିତ ରାଜକିଶୋର ଦାଶଙ୍କ ମନ୍ତ୍ରୋଚାରଣରେ ଜନସ୍ୱାସ୍ଥ୍ୟ ଉପଖଣ୍ଡଙ୍କ କାର୍ଯ୍ୟାଳୟରେ ଦେବଶିଳ୍ପୀ ବିଶ୍ୱକର୍ମାଙ୍କୁ ଆବାହନ କରାଯାଇଥିଲା ବେଳେ ଏହି କାର୍ଯ୍ୟକ୍ରମରେ ବିଭାଗୀୟ ସହକାରୀ ଯନ୍ତ୍ରୀ ଇଂ ହିମାଂଶୁ ପାତ୍ର ଓ କନିଷ୍ଠ ଯନ୍ତ୍ରୀ ଇଂ ଶିବ କୁମାର ଦୋରାଙ୍କ ସମେତ ବହୁ କର୍ମଚାରୀ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା । ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା ଅବସରରେ ଜନସ୍ୱାସ୍ଥ୍ୟ ଉପଖଣ୍ଡ କାର୍ଯ୍ୟାଳୟରେ ଏକ ଆଧ୍ୟାତ୍ମିକମୟ ତଥା ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା ବେଳେ ରଙ୍ଗୀନ ଆଲୋକମାଳାରେ ପୂଜାମଣ୍ଡପ ଝଲସି ଉଠୁଥିବା ଦେଖିବାକୁ ମିଳିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ