ପୂର୍ବତନ ପାରଳା ବିଧାୟକ ସ୍ବର୍ଗତ ଶ୍ରୀନାଥ ସାହୁଙ୍କ ଶ୍ରାଦ୍ଧଦିବସ

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା) : ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ରେ ଆଜି ଦିନ ୧୧.୦୦ଘଣ୍ଟା ସମୟରେ ନଗର କଂଗ୍ରେସ ସଭାପତି ବସନ୍ତ କୁମାର ପଣ୍ଡା ଙ୍କ ଅଧ୍ୟକ୍ଷତାରେ ପୁର୍ବତନ ପାରଳାଖେମୁଣ୍ଡି ବିଧାୟକ ସ୍ବର୍ଗତ ଶ୍ରୀନାଥ ସାହୁ ଙ୍କ ୧୭ତମ ଶ୍ରିଦ୍ଧଦିବସ ପାଳନ କରାଯାଇଅଛି। ଆଜି ଏହି ଅବସରରେ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ରେ କଂଗ୍ରେସ ନେତା କର୍ମ ଙ୍କ ଉପସ୍ଥିତି ରେ ସ୍ବର୍ଗତ ସାହୁଙ୍କ ଫୋଟ ଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ନିକଟରେ ସ୍ବର୍ଗତ ଶ୍ରୀନାଥ ସାହୁ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରି ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା କଂଗ୍ରେସ ପ୍ରେମିଙ୍କ ତରଫରୁ ଶ୍ରଦ୍ଧାଞ୍ଜଳି ମଧ୍ୟ ଅର୍ପଣ କରାଯାଇଥିଲା। ଆଜି ରଏହି କାର୍ଯ୍ୟକ୍ରମରେ ସୂର୍ଯ୍ୟ ନାରାୟଣ ପାତ୍ର, ସଂଗ୍ରାମ ସାହୁ,ବି.ଜନାର୍ରାଦନ ରାଓ ଓ ପଡୋଶୀ ଆନ୍ଧ୍ର ପ୍ରଦେଶ ପୁରୁଣାପାଟଣା ମଣ୍ଡଳର ବଳିଷ୍ଠ କଂଗ୍ରେସ ନେତା ତଥା ରାମ ରାଜୁ ଚାରିଟେବୁଲ ଟ୍ରଷ୍ଟ ଅଧ୍ୟକ୍ଷ ପି.ରାମରାଜୁ, ବସନ୍ତ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ