ଗଜପତିର ସର୍ମିଷ୍ଠା ରାଉତ ପଶ୍ଚିମବଙ୍ଗର AIIMS ରୁ MBBSରେ ହାସଲ କଲେ ସ୍ୱର୍ଣ୍ଣପଦକ

ପାରଳାଖେମୁଣ୍ଡି(ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲାର ଗୋସାଣି ବ୍ଲକ୍ ଅନ୍ତର୍ଗତ ଗୁରାଣ୍ଡି ଗ୍ରାମ ପାଇଁ ଏକ ଗର୍ବ ଓ ଆନନ୍ଦର ଖବର। ଗୁରାଣ୍ଡି ଗ୍ରାମର ଝିଅ ସର୍ମିଷ୍ଠା ରାଉତ ପଶ୍ଚିମବଙ୍ଗର ଅଲ୍ ଇଣ୍ଡିଆ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ (AIIMS), କଲ୍ୟାଣୀରୁ MBBS ଡିଗ୍ରୀ ହାସଲ କରିବା ସହିତ ତାଙ୍କ ଉତ୍କୃଷ୍ଟ ଶିକ୍ଷାଗତ ପ୍ରଦର୍ଶନ ପାଇଁ ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି। MBBS ପାଠ୍ୟକ୍ରମ ସମୟରେ ସର୍ମିଷ୍ଠା ଏକାଧିକ ପ୍ରମୁଖ ବିଷୟରେ ଉତ୍କୃଷ୍ଟ ପ୍ରଦର୍ଶନ କରିଛନ୍ତି। Anatomy, Biochemistry, Pathology ଓ Toxicology ସମେତ ବିଭିନ୍ନ ବିଷୟରେ ସେ ପ୍ରଥମ ସ୍ଥାନ ଅଧିକାର କରିଥିବା ତାଙ୍କ ଶିକ୍ଷାଗତ ଉତ୍କର୍ଷର ପରିଚୟ ଦେଇଛି। MBBS ଶିକ୍ଷାରେ ଏପରି ଉଲ୍ଲେଖନୀୟ ସଫଳତା ହାସଲ କରି ସର୍ମିଷ୍ଠା ନିଜ ପରିବାର ସହିତ ଗୁରାଣ୍ଡି ଗ୍ରାମ ଓ ଗଜପତି ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି। ସର୍ମିଷ୍ଠାଙ୍କ ପିତା ଇଞ୍ଜିନିୟର ଶ୍ରୀ ସୁରେନ୍ଦ୍ର ରାଉତ ଜଣେ Electrical Engineer ଏବଂ ମାତା ଡା. କୃଷ୍ଣା ପାତ୍ର ଜଣେ Professor of Ophthalmology। ଉଭୟଙ୍କ ଶିକ୍ଷା ଓ ପେଶାଗତ ଜୀବନ ଉଚ୍ଚଶିକ୍ଷା ସହିତ ଜଡ଼ିତ। ବର୍ତ୍ତମାନ ଉଭୟେ ଭୁବନେଶ୍ୱରରେ ରହୁଥିଲେ ମଧ୍ୟ ଗୁରାଣ୍ଡି ଗ୍ରାମ ସହିତ ସେମାନଙ୍କର ଗଭୀର ସମ୍ପର୍କ ରହିଛି। ସର୍ମିଷ୍ଠାଙ୍କ ପରିବାରର ଦୁଇ ଝିଅଙ୍କ ମଧ୍ୟରୁ ବଡ଼ ଝିଅ ମଧ୍ୟ ଚିକିତ୍ସା କ୍ଷେତ୍ରରେ ନିଜର କ୍ୟାରିୟର ଗଢ଼ିଛନ୍ତି। ସେ ବର୍ତ୍ତମାନ ଏକ ଘରୋଇ ହସ୍ପିଟାଲରେ Assistant Professor in Pathology ଭାବେ କାର୍ଯ୍ୟରତ ଅଛନ୍ତି। ଏବେ ସର୍ମିଷ୍ଠା ମଧ୍ୟ ଚିକିତ୍ସା ବିଜ୍ଞାନରେ ଉଚ୍ଚଶିକ୍ଷା ଜାରି ରଖିବାକୁ ପ୍ରସ୍ତୁତି ଜାରି ରଖିଛନ୍ତି। ର୍ମିଷ୍ଠାଙ୍କ ଏହି ସଫଳତା ବିଶେଷକରି ଗ୍ରାମାଞ୍ଚଳର ଛାତ୍ରଛାତ୍ରୀ ଓ ଯୁବପିଢ଼ି ପାଇଁ ଏକ ପ୍ରେରଣାର ବିଷୟ ହୋଇଛି।  ସର୍ମିଷ୍ଠା ରାଉତଙ୍କ ଏହି ସଫଳତାରେ ଗୁରାଣ୍ଡି ଗ୍ରାମବାସୀ, ଶୁଭେଚ୍ଛୁ, SKCG ହାଇସ୍କୁଲ୍‌ର ପୁରାତନ ଛାତ୍ରଛାତ୍ରୀ ଓ ଅଞ୍ଚଳବାସୀ ଖୁସି ପ୍ରକାଶ କରିବା ସହ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଆଗାମୀ ଦିନରେ ସେ ଚିକିତ୍ସା କ୍ଷେତ୍ରରେ ଆହୁରି ଉଚ୍ଚ ସଫଳତା ହାସଲ କରି ନିଜ ଗ୍ରାମ ଓ ଅଞ୍ଚଳର ନାମ ଉଜ୍ଜ୍ୱଳ କରନ୍ତୁ ବୋଲି ସମସ୍ତେ ଶୁଭକାମନା ଜଣାଇଛନ୍ତି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ