ଦୁର୍ଗମ ବନାଞ୍ଚଳରୁ କୋଟିଏ ଟଙ୍କାରୁ ଉର୍ଦ୍ଧ ଗଞ୍ଜେଇ ଜବତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ପୋଲିସକୁ ପୁଣି ଏକ ବଡ଼ ଧରଣର ସଫଳତା ମିଳିଛି. ଜିଲ୍ଲାର ଦୁର୍ଗମ ବନାଞ୍ଚଳରୁ କୋଟିଏ ଟଙ୍କାରୁ ଉର୍ଦ୍ଧ ଗଞ୍ଜେଇ ଜବତ ହୋଇଛି. ଘଟଣାରୁ ପ୍ରକାଶ, ଗଜପତି ଜିଲ୍ଲାର ଏସପି ପ୍ରହଲ୍ଲାଦ ସହାୟ ମୀନାଙ୍କ ନିର୍ଦେଶକ୍ରମେ ସାରା ଜିଲ୍ଲାରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ରକ୍ଷା କରିବା ପାଇଁ ପୋଲିସ ପକ୍ଷରୁ ବେଆଇନ ଗଞ୍ଜେଇ ଓ ଦେଶୀ ମଦ କାରବାରକୁ ସମ୍ପୂର୍ଣ ଭାବେ ବିଲୋପ କରିବା ପାଇଁ ପୋଲିସ ପକ୍ଷରୁ ବ୍ୟାପକ ଚଢଉ ଓ ପେଟ୍ରୋଲିଂ ଜାରି ରହିଛି. ଏଭଳି ଭାବେ ପେଟ୍ରୋଲିଂ ଚାଲିଥିବା ବେଳେ ଅଡ଼ବା ଥାନା ଅଞ୍ଚଳର ଗଲିମେରା ଗ୍ରାମ ନିକଟସ୍ଥ ଜଙ୍ଗଲରୁ ପୁଲିସ ୧୦୭୫ କିଲୋ ଗଞ୍ଜେଇ ଜବତ କରିଛି. ଏନେଇ ଅଡ଼ବା ଥାନାରେ କେସ୍ ନମ୍ବର ୧୯୪/୨୦୨୬ରେ ଏନ୍‌ଡି ନ୍‌ଡିପିଏସ୍ ଆଇନର ଧାରା ୨୦(ବି)(ii) (C) ଅନୁଯାୟୀ ମାମଲା ରୁଜୁ ହୋଇଛି. ସେପ୍ଟେମ୍ବର ୧୯ ତାରିଖରେ ଅଡ଼ବା ଥାନା ପୁଲିସ ରାସପେଟ, ଗଲିମେରା ଓ ଏହାର ଆଖପାଖ ଅଞ୍ଚଳରେ ପାଟ୍ରୋଲିଂ ସହ ଗଞ୍ଜେଇ ଚାଲାଣ ବିରୋଧୀ ଅଭିଯାନ ଚଳାଇଥିଲା. ଏହି ସମୟରେ ଗଲିମେରା ଗ୍ରାମ ନିକଟ ଜଙ୍ଗଲରେ ୪୩ଟି ପ୍ଲାଷ୍ଟିକ୍ ଜେରିକ୍ୟାନ୍‌ରେ ଗଞ୍ଜେଇ ରହିଥ‌ିବା ପୁଲିସ ଦେଖୁଥୁଲା. ତେବେ ଘଟଣାସ୍ଥଳରେ କେହି ନଥିବାରୁ ଗଞ୍ଜେଇଗୁଡ଼ିକୁ ଅଜଣା ବ୍ୟକ୍ତିମାନେ ଚାଲାଣ ଉଦ୍ଦେଶ୍ୟରେ ଜଙ୍ଗଲରେ ରଖୁଥ‌ିବା ସନ୍ଦେହ କରାଯାଉଛି| ପୁଲିସ ପକ୍ଷରୁ ଏ ସମ୍ପର୍କରେ ବରିଷ୍ଠ ଅଧିକାରୀଙ୍କୁ ଜଣାଇବା ପରେ ଜଣେ କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ଜେରିକ୍ୟାନ୍‌ଗୁଡ଼ିକ ଖୋଲି ଯାଞ୍ଚ, ଓଜନ ଓ ଜବତ ପ୍ରକ୍ରିୟା ସମ୍ପନ୍ନ କରାଯାଇଥିଲା ଜବତ ଗଞ୍ଜେଇର ନିଟ୍ ଓଜନ ୧୦୭୫ କିଲୋ ଏବଂ ଜେରିକ୍ୟାନ୍ ସହ ମୋଟ ଓଜନ ୧୦୭୯ କିଲୋ ୩୦୦ ଗ୍ରାମ ରହିଥୁଲା ଗଞ୍ଜେଇକୁ ଆଇନ ଅନୁଯାୟୀ ପ୍ୟାକିଂ ଓ ସିଲ୍ କରି ଜବତ କରାଯାଇଛି. ଏହି ଗଞ୍ଜେଇର ଆନୁମାନିକ ମୂଲ୍ୟ 1 କୋଟିରୁ ଉର୍ଦ୍ଧ ଟଙ୍କା ହେବ ବୋଲି ଜଣା ପଡିଛି. ଘଟଣାରେ ସମ୍ପୃକ୍ତ ଗଞ୍ଜେଇ ଚାଲାଣ ଓ ମାଲିକାନା ସହ ଜଡ଼ିତ ବ୍ୟକ୍ତିମାନଙ୍କୁ ଚିହ୍ନଟ କରି ଗିରଫ କରିବା ପାଇଁ ଅଡ଼ବା ପୁଲିସର ତଦନ୍ତ ଜାରି ରହିଥିବା ଥାନା ଅଧିକାରୀ ସନ୍ତୋଷ ବିଷୋୟୀ ସୂଚନା ପ୍ରଦାନ କରିଛନ୍ତି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ