ଆନନ୍ଦପୁର ନିର୍ବାଚନ ମଣ୍ଡଳୀର ଚୂଡାନ୍ତ ଭୋଟର ତାଲିକା ପ୍ରକାଶିତ

ହାଟଡିହି(ଓ୍ବାଇଏନଏସ):  ଆନନ୍ଦପୁର ନିର୍ବାଚନ ମଣ୍ଡଳୀର ଚୂଡାନ୍ତ ଭୋଟର ତାଲିକା ୨୦୨୬ ପ୍ରକାଶ ହୋଇଛି।  ଏଥିରେ ୧୩୨୧ ଜଣ ଯୁବ ଭୋଟର ସ୍ଥାନିତ ହୋଇଛନ୍ତି। ଭାରତ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶନାମା ଅନୁଯାୟୀ ସ୍ୱତନ୍ତ୍ର ସଘନ ସଂଶୋଧନ (ଏସଆଇଆର )-୨୦୨୬ ଅନ୍ତର୍ଗତ ୨୨- ଆନନ୍ଦପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ଚୂଡାନ୍ତ ଭୋଟର ତାଲିକା ଆନୁଷ୍ଠାନିକ ଭାବେ ପ୍ରକାଶିତ ହୋଇଯାଇଛି। ଏହି ସଂଶୋଧନ ପ୍ରକ୍ରିୟା ୦୧.୦୭.୨୦୨୬ ଯୋଗ୍ୟତା ତାରିଖକୁ ଆଧାର କରି ଆରମ୍ଭ ହୋଇଥିଲା ଏବଂ ଆଜି ସମାପ୍ତ ହୋଇଛି। ଚୂଡାନ୍ତ ପ୍ରକାଶନ ଅନୁଯାୟୀ ଆନନ୍ଦପୁର  ନିର୍ବାଚନ ମଣ୍ଡଳୀର ମୋଟ ଭୋଟର ସଂଖ୍ୟା ୨୨୫୨୨୫  ରହିଛି। ଏନେଇ ଆଜି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରେସ ବିଜ୍ଞପ୍ତି ଜରିଆରେ ଏନେଇ ରିପୋର୍ଟ ପ୍ରକାଶ ପାଇଛି। ଆନନ୍ଦପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ଭୋଟର ପଞ୍ଜୀକରଣ ଅଧିକାରୀ  ଉପ-ଜିଲ୍ଲାପାଳ ଶ୍ରୀ ନୀଳମାଧବ ସୁନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ  ଘସିପୁରା ବିଧାନସଭା ନିର୍ବାଚନ ମଣ୍ଡଳୀର ଗୋଷ୍ଠି ଉନ୍ନୟନ ଅଧିକାରୀ-ତଥା-ସହକାରୀ ଭୋଟର ପଞ୍ଜୀକରଣ ଅଧିକାରୀ ବିନିତା ବିଜୟୀନି, ଘସିପୁରା ତହସିଲଦାର-ତଥା-ସହକାରୀ ଭୋଟର ପଞ୍ଜୀକରଣ ଅଧିକାରୀ ଶ୍ରୀ ଅଭୟ କୁମାର ସ୍ୱାଇଁ, ଡେପୁଟି କଲକେ୍ଟର ଆନନ୍ଦପୁର ତଥା-ସହକାରୀ ଭୋଟର ପଞ୍ଜୀକରଣ ଅଧିକାରୀ ଶ୍ରୀ ସୌରଭ କୁମାର ରଞ୍ଜିତ ପ୍ରମୁଖ ଉପସ୍ଥିତ ରହି ଚୂଡାନ୍ତ ଭୋଟର ତାଲିକା ପ୍ରକାଶ କରିଛନ୍ତି । ଚୂଡାନ୍ତ ଭୋଟର ତାଲିକାରେ  ଆନନ୍ଦପୁର ନିର୍ବାଚନ ମଣ୍ଡଳୀରେ ୧୧୪ ୪୬୯ ଜଣ ପୁରୁଷ ଭୋଟର ଥିବାବେଳେ ୧୧୦୯୫୧ ଜଣ ମହିଳା ଭୋଟର, ତୃତୀୟ ଲିଙ୍ଗ ୫ଜଣ ଓ ସର୍ଭିସ ଭୋଟର ୩୬୪ ଜଣ ରହିଛନ୍ତି। ମୋଟ ଭୋଟର ସଂଖ୍ୟା ୨୨୫୨୨୫ ଜଣ ଥିବା ବେଳେ ୩୪୪ ଜଣ ଭୋଟରଙ୍କୁ ବାଦ ଦିଆ ଯାଇଥିବା ବେଳେ ୨୬୮୮ଜଣ ନୂତନ ଭୋଟରଙ୍କୁ ଯୋଗ କରାଯାଇଛି। ବିଶେଷ କରି ୧୩୨୧ ଜଣ ଯୁବ ଭୋଟରଙ୍କୁ ସାମିଲ କରାଯାଇଥିବା ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ସୂଚନା ଦିଆ ଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ