ପ୍ରଶିକ୍ଷଣ ପାଇଁ ଏନସିସି ଛାତ୍ରଛାତ୍ରୀଙ୍କ କରଞ୍ଜିଆ ଗସ୍ତ

ହାଟଡିହି (ଓ୍ବାଇଏନଏସ): ପ୍ରଶିକ୍ଷଣ ଶିବିରରେ ଯୋଗଦେବା ପାଇଁ ଶାସଙ୍ଗ ପଞ୍ଚାୟତ ହାଇସ୍କୁଲର ଏନସିସି ଛାତ୍ରଛାତ୍ରୀମାନେ କରଞ୍ଜିଆ ଗସ୍ତ କରିଛନ୍ତି। ବିଏନ୍ ଏନସିସି-୧୪ (ଓଡ଼ିଶା), କେନ୍ଦୁଝର ପକ୍ଷରୁ କରଞ୍ଜିଆ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଆୟୋଜିତ ୧୦ ଦିନିଆ ପ୍ରଶିକ୍ଷଣ ଶିବିରରେ ଯୋଗଦେବା ପାଇଁ ବିଦ୍ୟାଳୟର ୨୫ ଜଣ ଏନସିସି କ୍ୟାଡେଟ୍ କରଞ୍ଜିଆ ଯାତ୍ରା କରିଛନ୍ତି। ଏନସିସି ଅଫିସର ଶିଶିର କୁମାର ବିଶ୍ୱାଳଙ୍କ ତତ୍ତ୍ୱାବଧାନରେ ଛାତ୍ରଛାତ୍ରୀମାନେ ଏହି ପ୍ରଶିକ୍ଷଣ ଶିବିରରେ ଯୋଗଦେବେ। ଯାତ୍ରା ପୂର୍ବରୁ ବିଦ୍ୟାଳୟ ପରିସରରେ ପ୍ରଧାନଶିକ୍ଷକ ରାଧାକୃଷ୍ଣ ପତି, ସାମ୍ବାଦିକ କିଶୋର ଆଚାର୍ଯ୍ୟ, ଶିକ୍ଷକ ନବକିଶୋର ବିଶ୍ୱାଳ, ମାଧବାନନ୍ଦ ଜେନା, ଲକ୍ଷ୍ମୀକାନ୍ତ ମିଶ୍ର, ପଦ୍ମନାଭ ପଣ୍ଡା, ପ୍ରଦୀପ କୁମାର ସ୍ୱାଇଁ, ସତ୍ୟବ୍ରତ ବିଶ୍ୱାଳ, ପର୍ଶୁରାମ ନାୟକଙ୍କ ସମେତ ଅଭିଭାବକମାନେ ଉପସ୍ଥିତ ରହି ଏନସିସି କ୍ୟାଡେଟମାନଙ୍କୁ ବିଦାୟ ଜଣାଇବା ସହ ସେମାନଙ୍କ ସଫଳତା କାମନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ