ବ୍ଲକସ୍ତରୀୟ ଜନଶୁଣାଣି ଶିବିର
ଧାମନଗର (ଓ୍ବାଇଏନଏସ): ଧାମନଗର ପଞ୍ଚାୟତ ସଭାଗୃହ ପରିସରରେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ଏମ୍ଜିଏନ୍ଆର୍ଇଜିଏସ୍)ର ବ୍ଲକସ୍ତରୀୟ ସାମାଜିକ ସମୀକ୍ଷା ଓ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ମଙ୍ଗଳବାର ଆର୍ଥିକ ବର୍ଷ ୨୦୨୬-୨୭ର ପ୍ରଥମ ଚକ୍ର ଅଧୀନରେ ୧ ଅକ୍ଟୋବର ୨୦୨୫ରୁ ୩୧ ମାର୍ଚ୍ଚ ୨୦୨୬ ପର୍ଯ୍ୟନ୍ତ ହୋଇଥିବା କାର୍ଯ୍ୟର ସାମାଜିକ ସମୀକ୍ଷା କରାଯାଇଥିଲା। ବିଡିଓ ବନବିହାରୀ ଦିନ୍ଦାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଜନଶୁଣାଣିରେ ଏପିଓ ପୀୟୁଷ ରଞ୍ଜନ ରାଉତ ସଭା ପରିଚାଳନା କରିଥିଲେ। ଏଥିରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଟୁନିବାଳା ବିଶ୍ୱାଳ ଭଦ୍ରକ,ଧାମନଗର ପଞ୍ଚାୟତ ସମିତି ଅଧ୍ୟକ୍ଷା ଶର୍ମିଷ୍ଠା ବେହେରା,ମନ୍ତ୍ରୀଙ୍କ ବ୍ଲକ ପ୍ରତିନିଧି ଆଶୋକ ପୁହାଣ,ସାଂସଦଙ୍କ ପ୍ରତିନିଧି ବ୍ଲକ ମନୋରଞ୍ଜନ ମଲ୍ଲିକ,ବ୍ଲକ ଉପାଧ୍ୟକ୍ଷ ଜଗବନ୍ଧୁ ପ୍ରଧାନ ଜିଲ୍ଲା ସାମାଜିକ ସମୀକ୍ଷକ ସତ୍ୟଜିତ ପୃଷ୍ଠି,ବ୍ଲକ ସାମାଜିକ ସମୀକ୍ଷକ ଜଗନ୍ନାଥ ପଣ୍ଡା, ପ୍ରତାପ ସାମଲ ପ୍ରମୁଖ ଯୋଗ ଦେଇଥିଲେ। ଜନଶୁଣାଣିରେ ବିଭିନ୍ନ ପଞ୍ଚାୟତରେ ହୋଇଥିବା ଏନ୍ଆର୍ଇଜିଏସ୍ କାମର ସାମାଜିକ ସମୀକ୍ଷା ରିପୋର୍ଟ ଭିଆର୍ପିମାନେ ଉପସ୍ଥାପନ କରିଥିଲେ। ବିଭିନ୍ନ ପଞ୍ଚାୟତରେ ଅନିୟମିତତା ସମ୍ପର୍କିତ ତଥ୍ୟ ମଧ୍ୟ ଜନଶୁଣାଣିରେ ଆଗତ କରଯାଇଥିଲା।ଅନିୟମିତତା ସମ୍ପର୍କିତ ମାମଲାରେ ବିଭିନ୍ନ ପଞ୍ଚାୟତରୁ ୫ ହଜାର ଟଙ୍କା ରିକଭରି ହୋଇଥିବା ବେଳେ ଅବଶିଷ୍ଟ ଆର୍ଥିକ ଅନିୟମିତତାର ଅର୍ଥ ୧୫ ଦିନ ମଧ୍ୟରେ ଫେରସ୍ତ କରିବାକୁ ବିଡିଓ ବନବିହାରୀ ଦିନ୍ଦା ଉପସ୍ଥିତ ଥିବା ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।ଶେଷରେ ବ୍ଲକ କୋଷାଧ୍ୟକ୍ଷ ଲକ୍ଷଣ ସୋରେନ ଧନ୍ୟବାଦ ଅର୍ପଣ କରିଥିଲେ।


