ପୋଲିସ ଦ୍ୱାରା ଛେଳି ଚୋରି ଗ୍ୟାଙ୍ଗ୍ ଠାବ; ୩ ଗିରଫ

ବୁଗୁଡ଼ା, (ଅନୀଲ କୁମାର ମହାରଣା): ଗଞ୍ଜାମ ପୋଲିସ ଜିଲ୍ଲା ଅନ୍ତର୍ଗତ ବୁଗୁଡ଼ା ପୋଲିସ ଥାନା ପକ୍ଷରୁ ଏକ ଛେଳି ଚୋର ଗ୍ୟାଙ୍ଗର ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି। ଏନେଇ ବୁଗୁଡ଼ା ପୋଲିସ ଥାନା କେସ୍ ନଂ ୪୬୧/୨୦୨୬, ଧାରା ୩୦୫ ବିଏନଏସ ଅନୁଯାୟୀ, ବୁଗୁଡ଼ା ପୋଲିସ ଥାନା ଅଞ୍ଚଳରେ ସକ୍ରିୟ ଥିବା ଏକ ଛେଳି ଚୋରି ଗ୍ୟାଙ୍ଗକୁ ସଫଳତାର ସହ ଠାବ କରିଛି ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତ ତିନି ଜଣ ହେଲେ, ୧. ପ୍ରକାଶ ପାତ୍ର, ବୟସ ପ୍ରାୟ ୫୦ ବର୍ଷ, ପିତା: ସ୍ୱର୍ଗତ ରାମ ପାତ୍ର, ଗ୍ରାମ: କମାଗଡ଼ା, ଆସିକା ଥାନା, ୨. ସୁଶାନ୍ତ ସାହୁ, ବୟସ ପ୍ରାୟ ୩୩ ବର୍ଷ, ପିତା: ରଘୁନାଥ ସାହୁ, ନିମପଦର ନୂଆସାହି, ବୁଗୁଡ଼ା ଥାନା ଏବଂ ୩. ଶିବରାମ ଘଡ଼େଇ, ବୟସ ପ୍ରାୟ ୩୦ ବର୍ଷ, ପିତା: ସୁରେନ୍ଦ୍ର ଘଡ଼େଇ, ନିମପଦର ନୂଆସାହି, ବୁଗୁଡ଼ା ଥାନା। ଏହି ଅଭିଯାନ ସମୟରେ ଅଭିଯୁକ୍ତଙ୍କ ନିକଟରୁ ଚୋରି ହୋଇଥିବା ୧୪ଟି ଛେଳି ଉଦ୍ଧାର ସହ ଜବତ କରାଯାଇଛି। ଅପରାଧ ଘଟାଇବା ପାଇଁ ବ୍ୟବହୃତ ହୋଇଥିବା ‘ଡାଲା ଅଟୋ’କୁ ମଧ୍ୟ ଜବତ କରାଯାଇଛି। ଅଭିଯୁକ୍ତମାନଙ୍କୁ ଆସନ୍ତାକାଲି ମାନ୍ୟବର କୋର୍ଟରେ ହାଜର କରାଯିବ। ଭଞ୍ଜନଗର ଏସଡିପିଓ ଡକ୍ଟର ଦୀପକ କୁମାର ମିଶ୍ରଙ୍କ ନିର୍ଦ୍ଦେଶ ଓ ପରାମର୍ଶ କ୍ରମେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏହି ଚଢାଉ ଓ ଘଟଣା ଉନ୍ମୋଚନରେ ଅଂଶ ଗ୍ରହଣ କରିଥିବା ଅଧିକାରୀ ଓ କର୍ମଚାରୀମାନେ ମାନେ ହେଲେ: ବାଲିପଦର ଫାଣ୍ଡି ଓଆଇସି କେ. ନୀଳାଦ୍ରୀ ରେଡ୍ଡୀ, ବୁଗୁଡ଼ା ଥାନା ସବଇନ୍ସପେକ୍ଟର ଜ୍ୟୋତିଶ୍ରୀ ସାହୁ ଓ ଅଜୟ କୁମାର ମଲ୍ଲିକ, ଏଏସଆଇ ସୁମନ୍ତ କୁମାର ବେହେରା ଓ ଉପେନ୍ଦ୍ର କାସ୍କା, କନେଷ୍ଟବଳ ୭୨୬ ଉମେଶ କୁମାର ଗୌଡ଼, ଓଡିଶା ସ୍ୱତନ୍ତ୍ର ସଶସ୍ତ୍ର  ପୋଲିସ ୪୯ ଲୋକନାଥ ନାୟକ, ଏଚ.ଜି. ଉତ୍ତମ କୁମାର ସ୍ୱାଇଁ ଓ ଚନ୍ଦନ ନାୟକ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ