ଓଡ଼ିଶା ହାଇକୋର୍ଟରେ ବିଚାରପତି ସଙ୍କଟକୁ ନେଇ ଆଇନଜୀବୀଙ୍କ ଅସନ୍ତୋଷ

କଟକ, (ଓ୍ବାଇଏନଏସ): ଓଡ଼ିଶା ହାଇକୋର୍ଟରେ ବିଚାରପତି ସଙ୍କଟକୁ ନେଇ ଆଇନଜୀବୀଙ୍କ ଅସନ୍ତୋଷ । ଆସନ୍ତା ଅକ୍ଟୋବର ୧ ତାରିଖରୁ ହାଇକୋର୍ଟ ବାର୍ ଆସୋସିଏସନ୍‌ର ଆଇନଜୀବୀମାନେ କୋର୍ଟ କାର୍ଯ୍ୟରେ ଯୋଗ ଦେବେ ନାହିଁ ବୋଲି ନିଷ୍ପତ୍ତି ହୋଇଛି । ୩୩ଟି ଅନୁମୋଦିତ ବିଚାରପତି ପଦବୀ ଥିବାବେଳେ ବର୍ତ୍ତମାନ ମାତ୍ର ୧୫ ଜଣ ବିଚାରପତି ଅଛନ୍ତି । ଏହା ଫଳରେ ମାମଲା ପରିଚାଳନାରେ ସମସ୍ୟା ହେଉଥିବା ହାଇକୋର୍ଟ ବାର୍ ଆସୋସିଏସନ୍ ପକ୍ଷରୁ କୁହାଯାଇଛି । ଏନେଇ ଆସନ୍ତା ଅକ୍ଟୋବର ୧ ତାରିଖରେ ରାଜ୍ୟପାଳଙ୍କୁ ଭେଟିବା ପାଇଁ ମଧ୍ୟ ନିଷ୍ପତ୍ତି ହୋଇଛି । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ହାଇକୋର୍ଟ ବାର୍ ଆସୋସିଏସନ୍ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ