ପ୍ରଶାନ୍ତ ପାଇଁ ନାଉଗାଁ ହେଲା ଅଶାନ୍ତ ଆଶାୟୀ ପ୍ରାର୍ଥୀ ସାଜିଲେ ଗୁଣ୍ଡା

ନାଉଗାଁ : ବିଧାନ ସଭା ନିର୍ବାଚନର ଜଗତସିଂହପୁର ନିର୍ବାଚନମଣ୍ଡଳୀ ପାଇଁ ନାମାଙ୍କନ ଦାଖଲର ଶେଷ ଆଉ ୩ ଦିନ ବାକି ଥିବା ବେଳେ ଟିକେଟ ବଂଟନକୁ ନେଇ ବିଜେଡି ଦଳ ଭିତରେ ଅସନ୍ତୋଷ ଏବେ ପଦାରେ ପଡିଛି । ଯାହାଫଳରେ ଜଗତସିଂହପୁର ନିର୍ବାଚନ ମଣ୍ଡଳୀର ନାଉଗାଁ ବ୍ଲକରେ ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ମୁଦୁଲି ପ୍ରଥମ କରି ପାଦ ଥାପୁ ଥାପୁ କଳା ପତାକାରେ ମାଧ୍ୟମରେ ସ୍ୱାଗତ କରାଯାଇଥିବା ବେଳେ ବିଜେଡି ବିଧାୟକ ପ୍ରାର୍ଥୀଙ୍କ ସମର୍ଥକ ଓ ଆଶାୟୀଙ୍କ ସମର୍ଥକ ମୁହାଁମୁହିଁ ହୋଇଛନ୍ତି । ଜଗତସିଂହପୁର ଆସନରୁ ବାଲିକୁଦା-ଏରସମାର ପୂର୍ବତନ ବିଧ୍ୟାୟକ ପ୍ରଶାନ୍ତ ମୁଦୁଲିଙ୍କୁ ଚଳିତ ନିର୍ବାଚନରେ ବିଧାନସଭା ପ୍ରାର୍ଥୀ ଭାବେ ବିଜେଡି ଦଳ ତରଫରୁ ପ୍ରାର୍ଥୀ ହୋଇଛନ୍ତି । ଯାହାକ ୁନେଇ ଏହି ନିର୍ବାଚନ ମଣ୍ଡଳୀର ଟିକେଟ ଆଶାୟୀ ପ୍ରାର୍ଥୀ ବିଜୁ ଯୁବ ଜନତା ଦଳର ଜିଲ୍ଲା ଯୁବ ସଭାପତି ଅମରେନ୍ଦ୍ର ଦାସ ଓ ତାଙ୍କ ସମର୍ଥକମାନେ ତିବ୍ର ପ୍ରତିବାଦ କରିଆସୁଛନ୍ତି । ତେବେ ଶନିବାର ପ୍ରଥମ ଥର ପାଇଁ ପ୍ରଶାନ୍ତ ମୁଦୁଲି ନାଉଗାଁ ବ୍ଲକର ଚଗଲାଦାସ ମଠ ଠାରେ ଆୟୋଜନ କରିଥିବା କର୍ମୀ ସମ୍ମିଳନୀକୁ ତାଙ୍କ ସମର୍ଥକମାନଙ୍କ ସହିତ ବାଲିଭଉଁରୀ ଛକଠାରୁ ନାଉଗାଁ ପର୍ଯ୍ୟନ୍ତ ଏକ ବାଇକ ଶୋଭାଯାତ୍ରାରେ ଆସିଥିଲେ । ମାତ୍ର ବାଲିଭଉଁରୀ-ଶିଖର ରାସ୍ତାର ମୁଣ୍ଡାଳୋ ବଜାର ନିକଟରେ ଅମରେନ୍ଦ୍ର ଦାସଙ୍କ ଶତାଧିକ ସମର୍ଥକ ତାଙ୍କ ଗାଡି ନିକଟକୁ ଆସି କଳା ପତାକା ଦେଖାଇ ସ୍ୱାଗତ କରିବା ସହିତ ଅମରେନ୍ଦ୍ର ଦାସ ଜିନ୍ଦାବାଦ, ପ୍ରଶାନ୍ତ ମୁଦୁଲି ଗୋ ବ୍ୟାକ ନାରା ଦେଇଥିଲେ । ବିରୋଧି ଗୋଷ୍ଠୀଙ୍କ ଏପରି କାର୍ଯ୍ୟକୁ ପ୍ରଶାନ୍ତଙ୍କ ସମର୍ଥକଙ୍କ ସହିତ ଆଶାୟୀ ପ୍ରାର୍ଥୀ ବାଉଁଶ ଧରି ଗୋଡାଇ ଗୋଡାଇ ପିଟିଥିବା ଦେଖିବାକୁ ମିଳିଥିଲା । କିଛି କ୍ଷଣ ପାଇଁ ଘଟଣାସ୍ଥଳ ରଣ କ୍ଷେତ୍ରରେ ପରିଣତ ହୋଇଥିଲା । ଶେଷରେ ଅମରେନ୍ଦ୍ରଙ୍କ ସମର୍ଥକ ଛତ୍ରଭଙ୍ଗ ଦେଇ ପଳାଇ ଯାଇଥିଲେ । ପୋଲିସ ପ୍ରଶାସନ ଘଟଣାକୁ ଦେଖି ମଧ୍ୟ ନିରବ ଦ୍ରଷ୍ଟା ପାଲଟିଥିବା ବେଳେ ପ୍ରଶାନ୍ତ ନାଉଗାଁ ମାଟିରେ ପାଦ ଥାପୁ ଥାପୁ ବିଜେଡିର ଗୁଣ୍ଡାରାଜ ଆରମ୍ଭ ହୋଇଥିବା ସାଧାରଣରେ ଚର୍ଚ୍ଚା ଜୋର ଧରିଛି । ଅନ୍ୟପଟେ ପ୍ରଶାନ୍ତଙ୍କ ପାଇଁ ନାଉଗାଁରେ ସମର୍ଥକଙ୍କ ସଂଖ୍ୟା କମ ଥିବାରୁ ପ୍ରଶାନ୍ତ ମୁଦୁଲି ବାଲିକୁଦା-ଏରସମା ନିର୍ବାଚନ ମଣ୍ଡଳୀରୁ ତାଙ୍କ ସମର୍ଥକ ମାନଙ୍କୁ ଆଣି ନାଉଗାଁରେ ରୋଡ ସୋ କରୁଥିବାକୁ ନେଇ ଆଲୋଚନା ହେଉଛି । ଏହି ଅବସରରେ ଆୟୋଜିତ କର୍ମୀ ସମ୍ମିଳନୀରେ ନାଉଗାଁ ବିଜେଡି ବ୍ଲକ ସଭାପତି ସୁଜିତ ମଲ୍ଲିକଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଲିଙ୍ଗରାଜ ସ୍ୱାଇଁ,ଜିଲ୍ଲା ପରିଷଦ ସଭ୍ୟ ସୁବଳ ବେହେରା,ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବୀଦତ ମହାନ୍ତି,ଇଂ ସତ୍ୟ ବାଦୀ ମିଶ୍ର, ରାଜ୍ୟ କାର୍ଯ୍ୟକାରିଣୀ ସଂପାଦିକ କନକପ୍ରଭା ଲେଙ୍କା ,ଜିଲ୍ଲା କୃଷକ ସଭାପତି ପ୍ରକାଶ ବସ୍ତିଆ,ପ୍ରଭୁଚରଣ ଦାସ,ପ୍ରଦିପ୍ତ ସ୍ୱାଇଁ ପ୍ରମୁଖ ଯୋଗଦେଇ ଆଗାମୀ ନିର୍ବାଚନକୁ କିପରି ବିରୋଧି ଦଳକୁ ସାମ୍ନା କରି ଦଳକୁ ବିଜୟୀ କରାଯାଇପାରିବ ସେଥିପ୍ରତି ଆଲୋକପାତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ