ଅବକାରୀ ବିଭାଗର ବ୍ୟାପକ ଚଢାଉ :୧୩୫ ଲିଟର ଚୋରା ମଦ ଜବତ, ୬ଗିରଫ

କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡ଼ା ଜିଲ୍ଲାପାଳ ରଘୁରାମ ଆର. ଆୟରଙ୍କ ନିର୍ଦ୍ଦେଶକ୍ରମେ ଏବଂ କେନ୍ଦ୍ରାପଡ଼ା ଅବକାରୀ ଅଧୀକ୍ଷକ ବିପ୍ର ଚରଣ ମଣ୍ଡଳଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ, ମାର୍ଶାଘାଇ, ରାଜନଗର, ମହାକାଳପଡ଼ା, ନିକିରେଇ, ଡେରାବିଶ ଓ ତନ୍ତିିଆପାଳ ସାମୁଦ୍ରିକ ଥାନା ଅଧିନ ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗ ପକ୍ଷରୁ ବ୍ୟାପକ ଚଢ଼ାଉ କରାଯାଇଥିଲା। ଚଢ଼ାଉ ସମୟରେ ବେଣୀପୁର ଗ୍ରାମର ମନୋଜ କୁମାର ସାହୁ(୩୫)ଙ୍କ ନିକଟରୁ ୩୬ ଲିଟର ଚୋରା ବିଦେଶୀ ମଦ, ଶ୍ୟାମସୁନ୍ଦରପୁର ଗ୍ରାମର କୃଷ୍ଣଚନ୍ଦ୍ର ମଳିକ(୫୫)ଙ୍କ ନିକଟରୁ ୨୮ ଲିଟର, ବିଜୟନଗର ଗ୍ରାମର ଟିକିଲି ରାଉତ(୫୫)ଙ୍କ ନିକଟରୁ ୧୮ ଲିଟର ଏବଂ ବେଣାକନ୍ଦା ଗ୍ରାମର ତାପସ କୁମାର ଜେନା(୫୧)ଙ୍କ ନିକଟରୁ ୧୯ ଲିଟର ଚୋରା ବିଦେଶୀ ମଦ ଜବତ କରାଯାଇଥିଲା। ସେହିପରି ରାଜନଗର ଗ୍ରାମର ସିଦ୍ଧାର୍ଥ ମଳିକ(୨୭)ଙ୍କ ନିକଟରୁ ୯ ଲିଟର ଚୋରା ବିଦେଶୀ ମଦ ଏବଂ କାଇଁକୁଲା ଗ୍ରାମର ଶିଶିର ମଳିକ(୪୫)ଙ୍କ ନିକଟରୁ ୨୫ ଲିଟର ଚୋରା ବିଦେଶୀ ମଦ ସହିତ ଗୋଟିଏ ସ୍କୁଟି ଜବତ କରାଯାଇଥିଲା। ଏହି ଚଢ଼ାଉରେ ସମୁଦାୟ ୧୩୫ ଲିଟର ଚୋରା ବିଦେଶୀ ମଦ ଏବଂ ଗୋଟିଏ ସ୍କୁଟି ଜବତ କରାଯାଇଛି। ଘଟଣା ସଂକ୍ରାନ୍ତରେ ବିଭିନ୍ନ ଅବକାରୀ ମାମଲା ରୁଜୁ କରାଯାଇ ୬ ଜଣ ଚୋରା ମଦବେପାରୀଙ୍କୁ ଗିରଫ କରାଯାଇ ଆଇନାନୁଯାୟୀ କୋର୍ଟ ଚାଲାଣ କରାଯାଇଛି। ଏହି ଚଢ଼ାଉରେ ଅବକାରୀ ଉପ-ନିରୀକ୍ଷକ ପ୍ରିୟଦର୍ଶୀ ମାନସରଞ୍ଜନ ମିଶ୍ର, ଦୀପକ କୁମାର ଜେନା, ରଞ୍ଜନ କୁମାର ପାତ୍ର ଓ ତ୍ରିବେଣୀ ମହନ୍ତଙ୍କ ସମେତ ଅବକାରୀ ବିଭାଗର ଅନ୍ୟ କର୍ମଚାରୀମାନେ ସକ୍ରିୟ ଭାବେ ସାମିଲ ହୋଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ