ବରଗଡ ସାଂସଦଙ୍କୁ ସାକ୍ଷାତ କଲେ ଜିଲ୍ଲା ପୋଲିସ ହାବିଲଦାର ଓ କନେଷ୍ଟବଳ ସଂଘର ସଦସ୍ୟ

ପଦ୍ମପୁର,(ଭେଙ୍କଟ ରମଣ ପ୍ରଧାନ): ବରଗଡ଼ ଜିଲ୍ଲା ପୋଲିସ ହାବିଲଦାର ଓ କନେଷ୍ଟବଳ ଶାଖା ସଂଘର ସମସ୍ତ ସଦସ୍ୟ ଆଜି ମାନ୍ୟବର ସାଂସଦ ପ୍ରଦୀପ କୁମାର ପୁରୋହିତଙ୍କ ବାସ ଭବନରେ ସୌଜନ୍ୟ ମୂଳକ ସାକ୍ଷାତ କଲେ l ମାନ୍ୟବର ସାଂସଦ ତାଙ୍କ ବାସ ଭବନରେ ନବ ନିର୍ବାଚିତ ସମସ୍ତ ସଦସ୍ୟଙ୍କୁ ସମ୍ମାନିତ କଲେ ଏବଂ ସାଂସଦ ପାଣ୍ଠି ରୁ ନିର୍ମାଣ ଧିନ ନୂତନ ସଂଘ ଗୃହକୁ ସମ୍ପୂର୍ଣ୍ଣ କରିବା ପାଇଁ ସାଂସଦ ପାଣ୍ଠିରୁ 5,00000( ପାଞ୍ଚ ଲକ୍ଷ ଟଙ୍କା) ଦେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି l ଏହି ସୌଜନ୍ୟମୂଳକ ସାକ୍ଷାତ ସମୟରେ ଜିଲ୍ଲା ପୋଲିସ ହାବିଲଦାର ଓ କନେଷ୍ଟବଳ ଶାଖା ସଂଘର ସଭାପତି ସନତ କୁମାର ହୋତା, ଉପ ସଭାପତି ଧନେଶ୍ଵର ମେହେର, ସାଧାରଣ ସମ୍ପାଦକ ଉମାକାନ୍ତ ସାହୁ, କୋଷାଧ୍ୟକ୍ଷ ସନ୍ତୋଷ କୁମାର ପଧାନ, ଯୁଗ୍ମସଂପାଦକ ରବି ନାଥ ବାଗ ଏବଂ କାର୍ଯ୍ୟ କାରିଣୀ ସଦସ୍ୟ ନୃପ ରାଜ ବେହେରା ଉପସ୍ଥିତ ଥିଲେ, ସାଂସଦଙ୍କ ପ୍ରତିଶ୍ରୁତି ପାଇବା ପରେ ସଂଘର ସମସ୍ତ କର୍ମକର୍ତ୍ତା ମାନେ ଉତ୍ସାହିତ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ