ବିଜୁ ଜନତା ଦଳର ଛତ୍ରପୁର ବିଧାନସଭା ପ୍ରାର୍ଥୀ ସୁବାସଙ୍କ ନିମନ୍ତେ ପ୍ରଚାର କଲେ ସିନେ ଅଭିନେତ୍ରୀ ତମନା

ଛତ୍ରପୁର : ବିଜୁ ଜନତା ଦଳ ର ଛତ୍ରପୁର ବିଧାନସଭା ପ୍ରାର୍ଥୀ ସୁବାସ ଚନ୍ଦ୍ର ବେହେରା ଏବଂ ବ୍ରହ୍ମପୁର ଲୋକ ସଭା ପ୍ରାର୍ଥୀ ଚନ୍ଦ୍ରଶେଖର ସାହୁଙ୍କ ନିମନ୍ତେ ଆଜି ସିନେ ଅଭିନେତ୍ରୀ ତମନା ଫିଲ୍ମ ଷ୍ଟାଇଲ ରେ ନିର୍ବାଚନ ମଣ୍ଡଳୀର ଛତ୍ରପୁର ବ୍ଲକର ପୋଟ୍ଟଲାମପୁର ଓ ବଡମାଧପୁର ପଂଚାୟତ ଏବଂ ଗଂଜାମ ବ୍ଲକର କରପଡା ଓ ରାଜପୁର ପଂଚାୟତରେ ରୋଡ ସୋ ମାଧ୍ୟମରେ ଶଙ୍ଖ ଚିହ୍ନରେ ସୁଇଚ୍ ଟିପି ବିଜୟୀ କରିବା ନିମନ୍ତେ ଜନସାଧାରଣ ମାନଙ୍କୁ ଅନୁରୋଧ କରିଥିଲେ । ଏନେଇ ଗାଁ ଗାଁରେ ତାଙ୍କୁ ଦେଖିବା ନିମନ୍ତେ ଜନସମାଗମ ହୋଇଥିବା ଦେଖିବାକୁ ମିଳିଥିଲା । ଏହି ରୋଡ ସୋ ରେ ଛତ୍ରପୁର ବିଧାନ ସଭା ପ୍ରାର୍ଥୀ ସୁବାସ ଚନ୍ଦ୍ର ବେହେରା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସୁଶାସନ ଏବଂ ଜନମଙ୍ଗଳ କାର୍ଯ୍ୟ ଗୁଡ଼ିକୁ ନେଇ ଲୋକଙ୍କୁ ସଚେତନା କରାଇବା ସହ ଶଙ୍ଖ ଚହ୍ନରେ ସୁଇଚ୍ ଟିପି ବିପୁଳ ପରିମାଣରେ ଭୋଟ ଦେବା ନିମନ୍ତେ ଅନୁରୋଧ କରିଥିଲେ । ଖାସ୍ କରି ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ନିର୍ବାଚନ ମଣ୍ଡଳୀରେ ପୁଣି ଥରେ ବିଜୁ ଜନତା ଦଳର ବିଧାୟକ ପଦବୀ ହାତେଇବା ନିମନ୍ତେ ନିର୍ବାଚନ ମଣ୍ଡଳୀ ନେତା ଓ କର୍ମୀ ମାନେ ଆଗ୍ରହ ସହ ଘରେ ଘରେ ବୁଲି ଦଳୀୟ ଲୋକସଭା ଏବଂ ବିଧାନସଭା ପ୍ରାର୍ଥୀ ବିଜୟୀ କରିବା ନିମନ୍ତେ ଲାଗିପଡିଥିବା ଦେଖିବାକୁ ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ