ମହିଳାଙ୍କ ବେକରୁ ସୁନା ଚେନ ଝାମ୍ପି ନେଲେ ଦୁର୍ବୃତ୍ତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲା ଗୋଷାଣି ବ୍ଲକ ଅନ୍ତର୍ଗତ ଗୁରାଣ୍ଡି ଥାନାର  ଉପଲଡ଼ା ଗ୍ରାମରେ ଜଣେ ମହିଳାଙ୍କ ବେକରୁ 5 ଲକ୍ଷ ଟଙ୍କାରୁ ଉର୍ଦ୍ଧ ମୂଲ୍ୟର ୩ ତୋଳା ଓଜନର ସୁନାଚେନକୁ ଝାମ୍ପି ନେଇ ଦୁର୍ବୃତ୍ତମାନେ ଫେରାର୍ ହୋଇଯାଇଥିବା ଅଭିଯୋଗ ହୋଇଛି । ସୂଚନାନୁସାରେ, ଗତକାଲି ଅପରାହ୍ନରେ ଉପଲଡ଼ା ଗ୍ରାମର ନିଜର ଗ୍ରୋସରୀ ଦୋକାନରେ ସଞ୍ଜୀବଙ୍କ ପତ୍ନୀ ଥିଲେ। ଏହି ସମୟରେ ୩ ଜଣ ଅଜଣା ବ୍ୟକ୍ତି ଏକ ମୋଟର ସାଇକଲରେ ଆସି ଦୋକାନରୁ ପାଣିବୋତଲ ମାଗିଥିଲେ । ମହିଳାଜଣକ ପାଣି ବୋତଲ ଦେଉଥିବା ବେଳେ ଜଣେ ତାଙ୍କ ବେକରୁ ସୁନା ଚେନ୍ ଝାମ୍ପି ନେଇଥିଲା । ଘଟଣା ପରେ ତିନି ଜଣ ଦୁର୍ବୃତ୍ତ ସେଠାରୁ ଦ୍ରୁତଗତିରେ ଫେରାର୍ ହୋଇଯାଇଥିଲେ । ଏନେଇ ମହିଳାଙ୍କ ପରିବାର ପକ୍ଷରୁ ଗୁରାଣ୍ଡି ଥାନାରେ ଅଭିଯୋଗ କରାଯାଇଛି।  ଘଟଣାସ୍ଥଳ ଆଖପାଖରେ ସିସିଟିଭିରେ ଥୂବା ସମ୍ଭାବ ଫୁଟେଜ୍ ଯାଞ୍ଚ କରାଯାଇ ଅଭିଯୁକ୍ତଙ୍କୁ ଧରିବାକୁ ପୁଲିସ ଉଦ୍ୟମ କରୁଥିବା ଜଣାପଡ଼ିଛି। ଆଜି ସନ୍ଧ୍ୟା 6 ଘଣ୍ଟା ସୁଦ୍ଧା ଗୁରାଣ୍ଡି ପୋଲିସ ଘଟଣା ନେଇ କାହାକୁ ଗିରଫ କରିନଥିବା ଥାନା ଅଧିକାରୀ ଅଶ୍ୱିନୀ କୁମାର ଭଟ୍ଟାରିଆ ସୂଚନା ପ୍ରଦାନ କରି କହିଛନ୍ତି ଅତି ତୁରନ୍ତ ସମ୍ପୃକ୍ତ ଦୁର୍ବୁତ୍ତଙ୍କୁ ଗିରଫ କରାଯିବ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ