ବିଶ୍ଵ ହୃଦୟ ଦିବସ ପାଳିତ
ବନ୍ତ,(ଚାନ୍ଦିନୀ ମହାନ୍ତି): ଭାରତୀୟ ରେଡକ୍ରସ ସୋସାଇଟି, ଓଡ଼ିଶା ରାଜ୍ୟ ଶାଖା, ଭୁବନେଶ୍ୱର ଏବଂ ଭଦ୍ରକ ଜିଲା ଜୁନିଅର ରେଡକ୍ରସର ମିଳିତ ଆନୁକୂଲ୍ୟରେ ମଙ୍ଗଳବାର ବନ୍ତ ବ୍ଲକ ପଧାନପଡା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ବିଶ୍ୱ ହୃଦୟ ଦିବସ ପାଳିତ ହୋଇଯାଇଛି।ଏହି ଅବସରରେ ଛାତ୍ରଛାତ୍ରୀଙ୍କୁ ସୁସ୍ଥ ହୃଦୟ ପାଇଁ ସନ୍ତୁଳିତ ଓ ପୁଷ୍ଟିକର ଖାଦ୍ୟ ଗ୍ରହଣ, ନିୟମିତ ବ୍ୟାୟାମ, ତମାଖୁ ଓ ନିଶାଦ୍ରବ୍ୟଠାରୁ ଦୂରେଇ ରହିବା ସହ ଚାପମୁକ୍ତ ଜୀବନଶୈଳୀ ଆପଣାଇବା ଉପରେ ସଚେତନ କରାଯାଇଥିଲା। ଚଳିତ ବର୍ଷର ବାର୍ତ୍ତା “ୟୁଉଜ ହାର୍ଟ ଫର ଏଭ୍ରି ହାର୍ଟ”କୁ ଆଧାର କରି ପ୍ରତ୍ୟେକ ହୃଦୟର ଯତ୍ନ ନେବା ଏବଂ ସୁସ୍ଥ ଜୀବନ ପାଇଁ ସଚେତନ ରହିବାକୁ ଆହ୍ୱାନ କରାଯାଇଥିଲା। କାର୍ଯ୍ୟକ୍ରମରେ ୨୬୫ରୁ ଊର୍ଦ୍ଧ୍ୱ ଜୁନିଅର ରେଡକ୍ରସ ସ୍ୱେଚ୍ଛାସେବୀ ଅଂଶଗ୍ରହଣ କରିଥିଲେ। ପ୍ରଧାନ ଶିକ୍ଷକ ଶୁଭେନ୍ଦୁ ଶେଖର ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ବ୍ଲକ ଜୁନିଅର ରେଡକ୍ରସ ସଂଯୋଜକ ଅରୁଣ କୁମାର ବାରିକ, ଡାକ୍ତର ଯୋଗମାୟା ସିଂ ଓ ଡାକ୍ତର ମୋନାଲିସା ପ୍ରଧାନ ଯୋଗ ଦେଇ ସୁସ୍ଥ ହୃଦୟ ନିମିତ୍ତ ସଚେତନତା ମୂଳକ ମାର୍ଗଦର୍ଶନ କରିଥିଲେ। ଶେଷରେ ସୁସ୍ଥ ହୃଦୟ ପାଇଁ ନିୟମିତ ଶାରୀରିକ ପରିଶ୍ରମ, ସୁଷମ ଖାଦ୍ୟ, ନିଶାମୁକ୍ତ ଜୀବନ ଓ ସକାରାତ୍ମକ ଚିନ୍ତାଧାରା ଆପଣାଇବାକୁ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ କରାଯାଇଥିଲା। କାର୍ଯ୍ୟକ୍ରମ ପରିଚାଳନାରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ କର୍ମଚାରୀ ମାନେ ସହଯୋଗ କରିଥିଲେ।


